ଚନ୍ଦକା ଶିଳ୍ପାଞ୍ଚଳରେ କ୍ଲୋରିନ ଗ୍ୟାସ୍‌ ଲିକ, ରାସ୍ତା ବନ୍ଦ କଲା ପୁଲିସ୍‌

ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଅଗ୍ନିଶମ ଟିମ୍‌ର ଉଦ୍ୟମ କରୁଛନ୍ତି। ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟ ବନ୍ଦ କରିଛି କମିଶନରେଟ୍‌ ପୁଲିସ।

ଚନ୍ଦକା ଶିଳ୍ପାଞ୍ଚଳରେ କ୍ଲୋରିନ ଗ୍ୟାସ୍‌ ଲିକ, ରାସ୍ତା ବନ୍ଦ କଲା ପୁଲିସ୍‌

ରାଜଧାନୀ ଭୁବନେଶ୍ୱରରେ ଛନକା। ଅନ୍ୟତମ ବ୍ୟସ୍ତ ବହୁଳ ଚନ୍ଦକା ଶିଳ୍ପାଞ୍ଚଳରେ ଏକ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ ହୋଇଛି। ଶିଭମ୍‌ କେମିକାଲ୍ସ ନାମକ ଫ୍ୟାକ୍ଟ୍ରିରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ଗ୍ୟାସ୍‌ ଲିକ୍ ହୋଇଛି। ଏହାକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ୫ଟି ଟିମ୍‌ ଉଦ୍ୟମ କରୁଛନ୍ତି।୨ଟି ସିଲିଣ୍ଡରକୁ ଜନବସତିରୁ ଦୂରକୁ ନେଇଯାଇଛନ୍ତି ଅଗ୍ନିଶମ କର୍ମଚାରୀ।

ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟ ବନ୍ଦ କରିଛି କମିଶନରେଟ୍‌ ପୁଲିସ। ପଟିଆରୁ ଇନ୍‌ଫୋସିଟି ରାସ୍ତାକୁ ବନ୍ଦ କରାଯାଇଛି। ଘଟଣା ଉପରେ ନଜର ରଖାଯାଇଥିବା କହିଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ।