ଆଜି ଅଧା ଭୁବନେଶ୍ୱରକୁ ମିଳିବନି ପାଣି, ୱାଟକୋ କହିଲା...

ପାଣି ଯୋଗାଣ ବନ୍ଦ ରହିବା ସମୟରେ ଆବଶ୍ୟକ ବିକଳ୍ପ ବ୍ୟବସ୍ଥା କରିବାକୁ କହିଛି ୱଟକୋ

ଆଜି ଅଧା ଭୁବନେଶ୍ୱରକୁ ମିଳିବନି ପାଣି, ୱାଟକୋ କହିଲା...

ଅଧା ଭୁବନେଶ୍ୱରରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଜଳ ଯୋଗାଣ। ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ଯାଏଁ ଜଳ ଯୋଗାଣ ବନ୍ଦ ରହିବ। ପାଇପ୍ ମରାମତି ଯୋଗୁଁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରଖାଯିବ ବୋଲି କହି ସୂଚନା ଦେଇଛି ୱାଟକୋ।

ପାତ୍ରପଡ଼ା, କଳିଙ୍ଗ ନଗର, ଭରତପୁର, ଘାଟିକିଆ, ଖଣ୍ଡଗିରି ବିହାର, ସିଆରପିଏଫ୍ ଅଞ୍ଚଳଠୁ ଆରମ୍ଭ କରି ଯଦୁପୁର, ଡୁମୁଡୁମା, ନୟାପଲ୍ଲୀ, IRC ଭିଲେଜ୍ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିବ। ସେହିପରି ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ସାଲିଆ ସାହି, ମୈତ୍ରୀ ବିହାର ଭଳି ଅଞ୍ଚଳରେ ପାଣି ଯୋଗାଣ ବନ୍ଦ ରହିଛି।

୨୪ ଘଣ୍ଟା ଧରି ପାଣି ଯୋଗାଣ ବନ୍ଦ ରହିବା ସମୟରେ ଆବଶ୍ୟକ ବିକଳ୍ପ ବ୍ୟବସ୍ଥା କରିବାକୁ କହିଛି ୱଟକୋ। ଏହି ସମୟ ମଧ୍ୟରେ ଉପଯୁକ୍ତ ପାଣି ସଞ୍ଚୟ କରି ରଖିବାକୁ ରାଜଧାନୀବାସୀଙ୍କୁ କୁହାଯାଇଛି।