ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ
ନନ୍ଦିଘୋଷ ବ୍ୟୁରୋ: ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ। ରାଜ୍ୟର ୪୩ଟି ସରପଞ୍ଚ ଓ ୨୭୨ଟି ୱାର୍ଡ ମେମ୍ବର ପଦ... The post ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ appeared first on .
ନନ୍ଦିଘୋଷ ବ୍ୟୁରୋ: ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ। ରାଜ୍ୟର ୪୩ଟି ସରପଞ୍ଚ ଓ ୨୭୨ଟି ୱାର୍ଡ ମେମ୍ବର ପଦ ଲାଗି ହେବ ମତଦାନ। ଏଥିପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି। ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ ଜାରି କରାଯିବ। ଆସନ୍ତା ୨୬, ୨୮, ୨୯ ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ। ଜୁନ୍ ୨ରେ ନାମାଙ୍କନ ପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେହିପରି ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ତା’ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପଞ୍ଚାୟତ ଅଫିସରେ ପ୍ରକାଶ ପାଇବ। ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ୨୪ ତାରିଖ ସକାଳ ୮ଟାରୁ ବ୍ଲକ ଅଫିସରେ ଭୋଟ ଗଣତି କରାଯିବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଉପନିର୍ବାଚନ ହେବାକୁ ଥିବା ପଞ୍ଚାୟତ ଏବଂ ଓ୍ବାର୍ଡ ଗୁଡ଼ିକରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ମୃତ, ଇସ୍ତଫା, ଅଯୋଗ୍ୟ ଘୋଷଣା ଆଦି କାରଣରୁ ଏହି ସବୁ ଆସନରେ ସରପଞ୍ଚ ଏବଂ ଓ୍ବାର୍ଡ ସଭ୍ୟ ପଦ ଖାଲି ପଡ଼ିଥିଲା।
The post ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ appeared first on .