ଜୁନ୍ ୯ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଭବାନୀପାଟଣା ସଭାରେ ପାଣ୍ଡିଆନ୍‌ଙ୍କ ଦୃଢୋକ୍ତି

କଳାହାଣ୍ଡି ୬।୫: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ନବୀନଙ୍କ ସହ ବିଜେଡି ନେତା ଭି.କେ. ପାଣ୍ଡିଆନ୍ ମଧ୍ୟ ଭବାନୀପାଟଣାରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପାଣ୍ଡିଆନ କହିଛନ୍ତି, ବିଜେପି ଇସ୍ତାହାରରେ ବିଏସ୍‌କେଓ୍ବାଇ ବନ୍ଦ ପାଇଁ କୁହାଯାଇଛି । ବିଏସ୍‌କେଓ୍ବାଇ ବନ୍ଦ କରି ଆୟୁଷ୍ମାନ ଯୋଜନା ଲାଗୁ ପାଇଁ କହିଛନ୍ତି । ବିଏସ୍‌କେଓ୍ବାଇରେ ପ୍ରତି ମାସ ୩ଶହ କୋଟି ଖର୍ଚ୍ଚ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅର୍ଥନୀତି ଭୁଶୁଡିପଡିଛି । ତେଲ ସରିଗଲା, ଗାଡ଼ି ବନ୍ଦ ହୋଇଗଲା । ଡବଲ ଇଞ୍ଜିନ ଆସିଲେ ୨୦ ବର୍ଷ ପଛକୁ ଯିବ ରାଜ୍ୟ । ନବୀନ ଇଞ୍ଜିନକୁ ଭୋଟ୍ କରନ୍ତୁ, ଶଙ୍ଖ ଚିହ୍ନକୁ ଭୋଟ୍ କରନ୍ତୁ । ଆୟୁଷ୍ମାନ BPL ପରିବାରକୁ, BSKY ସବୁ ପରିବାରକୁ । ଗର୍ଭବତୀଙ୍କୁ କେନ୍ଦ୍ର ୬ ହଜାର ଓ ରାଜ୍ୟ ୧୦ ହଜାର ଦେଉଛି । ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶପଥ ନେବେ ବୋଲି ଭବାନୀପାଟଣା ପ୍ରଚାର ସଭାରେ ଭି.କେ. ପାଣ୍ଡିଆନ କହିଛନ୍ତି ।You Can Read :ଭବାନୀପାଟଣାରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର, ଯୋଡିଶଙ୍ଖରେ ଭୋଟ୍ ଦେବାକୁ କଲେ ଅପିଲ୍

ଜୁନ୍ ୯ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଭବାନୀପାଟଣା ସଭାରେ ପାଣ୍ଡିଆନ୍‌ଙ୍କ ଦୃଢୋକ୍ତି

କଳାହାଣ୍ଡି ୬।୫: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି । ନବୀନଙ୍କ ସହ ବିଜେଡି ନେତା ଭି.କେ. ପାଣ୍ଡିଆନ୍ ମଧ୍ୟ ଭବାନୀପାଟଣାରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ପାଣ୍ଡିଆନ କହିଛନ୍ତି, ବିଜେପି ଇସ୍ତାହାରରେ ବିଏସ୍‌କେଓ୍ବାଇ ବନ୍ଦ ପାଇଁ କୁହାଯାଇଛି । ବିଏସ୍‌କେଓ୍ବାଇ ବନ୍ଦ କରି ଆୟୁଷ୍ମାନ ଯୋଜନା ଲାଗୁ ପାଇଁ କହିଛନ୍ତି । ବିଏସ୍‌କେଓ୍ବାଇରେ ପ୍ରତି ମାସ ୩ଶହ କୋଟି ଖର୍ଚ୍ଚ କରୁଛନ୍ତି ମୁଖ୍ୟମନ୍ତ୍ରୀ । 

ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅର୍ଥନୀତି ଭୁଶୁଡିପଡିଛି । ତେଲ ସରିଗଲା, ଗାଡ଼ି ବନ୍ଦ ହୋଇଗଲା । ଡବଲ ଇଞ୍ଜିନ ଆସିଲେ ୨୦ ବର୍ଷ ପଛକୁ ଯିବ ରାଜ୍ୟ । ନବୀନ ଇଞ୍ଜିନକୁ ଭୋଟ୍ କରନ୍ତୁ, ଶଙ୍ଖ ଚିହ୍ନକୁ ଭୋଟ୍ କରନ୍ତୁ । ଆୟୁଷ୍ମାନ BPL ପରିବାରକୁ, BSKY ସବୁ ପରିବାରକୁ । ଗର୍ଭବତୀଙ୍କୁ କେନ୍ଦ୍ର ୬ ହଜାର ଓ ରାଜ୍ୟ ୧୦ ହଜାର ଦେଉଛି । 

ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶପଥ ନେବେ ବୋଲି ଭବାନୀପାଟଣା ପ୍ରଚାର ସଭାରେ ଭି.କେ. ପାଣ୍ଡିଆନ କହିଛନ୍ତି ।


You Can Read :

ଭବାନୀପାଟଣାରେ ବିଜେଡି ସୁପ୍ରିମୋଙ୍କ ପ୍ରଚାର, ଯୋଡିଶଙ୍ଖରେ ଭୋଟ୍ ଦେବାକୁ କଲେ ଅପିଲ୍