ବୟସରେ ୧୬ ବର୍ଷର ପାର୍ଥକ୍ୟ, ୭ ଗୁଣ ଅଧିକ ମୂଲ୍ୟ, ତଥାପି ଧୋନୀଙ୍କ ଆଗରେ ପନ୍ତ ଫେଲ୍

ପେଶାଓ୍ୱର ୨୧/୦୫: ସରି ସରି ଆସୁଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL ୨୦୨୫) । ଏବେ ଶେଷ ପର୍ଯ୍ୟାୟରେ ଲିଗ୍ । ପ୍ଲେଅଫ୍‌ର ଚିତ୍ର ଏବେ ପୁରା ସ୍ପଷ୍ଟ। ଏହି ସିଜିନ୍ ଅନେକ ଷ୍ଟାର ଖେଳାଳିଙ୍କ ପାଇଁ ଭଲ ନଥିଲା। ଏଥିରେ ପ୍ରଥମ ନାମ ହେଉଛି ରିଷଭ ପନ୍ତ । ଯାହାଙ୍କୁ ଲକ୍ଷ୍ନୌ ଆଇପିଏଲ୍ ଇତିହାସର ସର୍ବାଧିକ ୨୭ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ପନ୍ତ ବ୍ୟାଟ୍‌ରେ ସେମିତି କିଛି ଯାଦୁ ଦେଖାଇପାରିଲେ ନାହିଁ । ଏମିତିକି ତାଙ୍କ କ୍ୟାପଟେନ୍ସି ବି ସେମିତି କିଛି ଦମ୍‌ଦାର ନଥିଲା । ଯଦି ଆମେ ତାଙ୍କ ଗୁରୁ ମାନେ ଧୋନୀଙ୍କ କଥା ଦେଖିବା ତେବେ ପନ୍ତ ତାଙ୍କ ତୁଳନାରେ ପୁରା ଫିକା । ଧୋନିଙ୍କ ପ୍ରଦର୍ଶନକୁ ଭହୁତ ଭଲ ଥିଲା । ଯେତେବେଳେ ଉଭୟଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ପ୍ରାୟ ଦୁଇଗୁଣା । ଗୋଟିଏ ପଟେ ଅଛନ୍ତି ୪୩ ବର୍ଷୀୟ ଧୋନି, ଯାହାଙ୍କ ବୟସ ଏବେ ଅବସର ଆଡ଼କୁ ଇଙ୍ଗିତ କରୁଛି । ଅନ୍ୟପଟେ ଅଛନ୍ତି ୨୭ ବର୍ଷୀୟ ପନ୍ତ, ଯାହାକୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରାଯାଏ। ଅନେକ ସମୟରେ, ପନ୍ତଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ଭାବରେ ମଧ୍ୟ ଦେଖାଯାଏ । କିନ୍ତୁ ଯେତେବେଳେ ପ୍ରଦର୍ଶନ, ବୟସ, ମୂଲ୍ୟ, ଅଭିଜ୍ଞତା କଥା ଆସେ - ସବୁକିଛି ପଛରେ ପଡ଼ିଯାଏ । ସଂଖ୍ୟାଗୁଡ଼ିକ ଏକ ଭିନ୍ନ କାହାଣୀ କୁହେ। ମହେନ୍ଦ୍ର ସିଂହ ଧୋନି ଓ ରିଷଭ ପନ୍ତଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ପ୍ରାୟ ୧୬ ବର୍ଷ । ପନ୍ତ ତାଙ୍କ କ୍ୟାରିୟର ଆରମ୍ଭ କରିଥିବାବେଳେ,

ବୟସରେ ୧୬ ବର୍ଷର ପାର୍ଥକ୍ୟ, ୭ ଗୁଣ ଅଧିକ ମୂଲ୍ୟ, ତଥାପି ଧୋନୀଙ୍କ ଆଗରେ ପନ୍ତ ଫେଲ୍

ପେଶାଓ୍ୱର ୨୧/୦୫: ସରି ସରି ଆସୁଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL ୨୦୨୫) । ଏବେ ଶେଷ ପର୍ଯ୍ୟାୟରେ ଲିଗ୍ । ପ୍ଲେଅଫ୍‌ର ଚିତ୍ର ଏବେ ପୁରା ସ୍ପଷ୍ଟ। ଏହି ସିଜିନ୍ ଅନେକ ଷ୍ଟାର ଖେଳାଳିଙ୍କ ପାଇଁ ଭଲ ନଥିଲା। ଏଥିରେ ପ୍ରଥମ ନାମ ହେଉଛି ରିଷଭ ପନ୍ତ । ଯାହାଙ୍କୁ ଲକ୍ଷ୍ନୌ ଆଇପିଏଲ୍ ଇତିହାସର ସର୍ବାଧିକ ୨୭ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ପନ୍ତ ବ୍ୟାଟ୍‌ରେ ସେମିତି କିଛି ଯାଦୁ ଦେଖାଇପାରିଲେ ନାହିଁ । 

ଏମିତିକି ତାଙ୍କ କ୍ୟାପଟେନ୍ସି ବି ସେମିତି କିଛି ଦମ୍‌ଦାର ନଥିଲା । ଯଦି ଆମେ ତାଙ୍କ ଗୁରୁ ମାନେ ଧୋନୀଙ୍କ କଥା ଦେଖିବା ତେବେ ପନ୍ତ ତାଙ୍କ ତୁଳନାରେ ପୁରା ଫିକା । ଧୋନିଙ୍କ ପ୍ରଦର୍ଶନକୁ ଭହୁତ ଭଲ ଥିଲା । ଯେତେବେଳେ ଉଭୟଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ପ୍ରାୟ ଦୁଇଗୁଣା । 

ଗୋଟିଏ ପଟେ ଅଛନ୍ତି ୪୩ ବର୍ଷୀୟ ଧୋନି, ଯାହାଙ୍କ ବୟସ ଏବେ ଅବସର ଆଡ଼କୁ ଇଙ୍ଗିତ କରୁଛି । ଅନ୍ୟପଟେ ଅଛନ୍ତି ୨୭ ବର୍ଷୀୟ ପନ୍ତ, ଯାହାକୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରାଯାଏ। 

ଅନେକ ସମୟରେ, ପନ୍ତଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ଭାବରେ ମଧ୍ୟ ଦେଖାଯାଏ । କିନ୍ତୁ ଯେତେବେଳେ ପ୍ରଦର୍ଶନ, ବୟସ, ମୂଲ୍ୟ, ଅଭିଜ୍ଞତା କଥା ଆସେ - ସବୁକିଛି ପଛରେ ପଡ଼ିଯାଏ । ସଂଖ୍ୟାଗୁଡ଼ିକ ଏକ ଭିନ୍ନ କାହାଣୀ କୁହେ। ମହେନ୍ଦ୍ର ସିଂହ ଧୋନି ଓ ରିଷଭ ପନ୍ତଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ପ୍ରାୟ ୧୬ ବର୍ଷ । ପନ୍ତ ତାଙ୍କ କ୍ୟାରିୟର ଆରମ୍ଭ କରିଥିବାବେଳେ, ଧୋନି ପ୍ରାୟ ପ୍ରତ୍ୟେକଟି ମାଇଲଖୁଣ୍ଟ ହାସଲ କରିଛନ୍ତି ଯାହା ଜଣେ କ୍ରିକେଟର ସ୍ୱପ୍ନ ଦେଖନ୍ତି । କିନ୍ତୁ ଯଦି ଆମେ IPL ୨୦୨୫ର ପ୍ରଦର୍ଶନକୁ ଦେଖିବା, ତେବେ ଜଣାପଡ଼ୁଛି ଯେ ଅଭିଜ୍ଞତାର ବୁଝାମଣା ଯୁବପିଢ଼ିଙ୍କ ଉତ୍ସାହ ଅପେକ୍ଷା ଅଧିକ।

୨୦୨୫ ଆଇପିଏଲ ନିଲାମରେ ଲକ୍ଷ୍ନୌ ରିଷଭ ପନ୍ତଙ୍କୁ ୨୭ କୋଟି ଟଙ୍କାରେ କିଣିଛି । ଯେତେବେଳେ ଚେନ୍ନାଇ ସୁପର କିଙ୍ଗସ୍ ଧୋନିଙ୍କୁ ମାତ୍ର ୪ କୋଟି ଟଙ୍କା ଦେଇଛି । ଅର୍ଥାତ୍ ମୂଲ୍ୟରେ ପାର୍ଥକ୍ୟ ପ୍ରାୟ ୭ ଗୁଣ। ମହେନ୍ଦ୍ର ସିଂହ ଧୋନି ଏହି ସିଜନରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୨ଟି ମ୍ୟାଚ୍‌ରେ ୧୮୦ ରନ୍ କରିଛନ୍ତି। ଏହି ସମୟରେ ତାଙ୍କର ହାରାହାରି ୨୫.୭୧ ଏବଂ ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୪୦.୬୨। ଏହି ସମୟ ମଧ୍ୟରେ ଧୋନି ୧୧ଟି ଛକା ଏବଂ ୧୨ଟି ଚୌକା ମାରିଛନ୍ତି। 

ସେ ଗୋଟିଏ ମ୍ୟାଚ୍‌ରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ମଧ୍ୟ ହୋଇଥିଲେ। ପନ୍ତଙ୍କ ବିଷୟରେ କହିବାକୁ ଗଲେ, ପନ୍ତ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ରେ କେବଳ ୧୩୫ ରନ୍ କରିଛନ୍ତି। ପନ୍ତଙ୍କ ହାରାହାରି ମଧ୍ୟ ପ୍ରାୟ ୧୨ ଏବଂ ଏହି ସମଗ୍ର ସିଜନରେ ପନ୍ତଙ୍କ ବ୍ୟାଟ୍‌ରୁ କେବଳ ୬ଟି ଛକା ଲାଗିଛି। ପନ୍ତ ମଧ୍ୟ ଅନେକ ଥର ଉପର କ୍ରମରେ ବ୍ୟାଟିଂ କରିବାକୁ ଆସିଛନ୍ତି।