ଜମିଜମା କିଣାବିକା କରୁଥିଲେ ନିଶ୍ଚିତ ଜାଣନ୍ତୁ, ରାଜସ୍ବମନ୍ତ୍ରୀ କହିଲେ…
ଭୁବନେଶ୍ୱର,୧୦।୧୨: ଆଗାମୀ ଦିନରେ ଜମିଜମା କିଣାବିକା ସମ୍ପୂର୍ଣ୍ଣ କ୍ୟାସଲେସ ହେବ। ଜମିଜମା କିଣାବିକାକୁ କ୍ୟାସଲେସ କରିବାକୁ ଯୋଜନା ଚାଲିଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଲାଞ୍ଚ କାରବାରକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣି (ଜୁନିୟର୍ କ୍ଲର୍କ) ଦେବଯାନୀ କରଙ୍କୁ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଜଣେ ଆଇନଜୀବୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର କନିଷ୍ଠ […] The post ଜମିଜମା କିଣାବିକା କରୁଥିଲେ ନିଶ୍ଚିତ ଜାଣନ୍ତୁ, ରାଜସ୍ବମନ୍ତ୍ରୀ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୦।୧୨: ଆଗାମୀ ଦିନରେ ଜମିଜମା କିଣାବିକା ସମ୍ପୂର୍ଣ୍ଣ କ୍ୟାସଲେସ ହେବ। ଜମିଜମା କିଣାବିକାକୁ କ୍ୟାସଲେସ କରିବାକୁ ଯୋଜନା ଚାଲିଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଲାଞ୍ଚ କାରବାରକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି।
ଭୁବନେଶ୍ୱର ଖଣ୍ଡଗିରି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣି (ଜୁନିୟର୍ କ୍ଲର୍କ) ଦେବଯାନୀ କରଙ୍କୁ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ଜଣେ ଆଇନଜୀବୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋମବାର କନିଷ୍ଠ କିରାଣି (ଜୁନିୟର୍ କ୍ଲର୍କ) ଦେବଯାନୀ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ। ଭିଜିଲାନ୍ସ ଅଧିକାରୀମାନେ ସାକ୍ଷୀଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ କରିଥିଲେ। ଏପରିକି ଭିଜିଲାନ୍ସ ପକ୍ଷରୁ ଦେବଯାନୀଙ୍କ ଭୁବନେଶ୍ୱର ଓଲ୍ଡ ଟାଉନସ୍ଥିତ ବାସଭବନ ଓ ସବ୍ ରେଜିଷ୍ଟ୍ରାର ଅଫିସରେ ଯାଞ୍ଚ କରାଯାଇଥିଲା।
ଯାଞ୍ଚ ବେଳେ ଅଫିସରୁ ୧୫ ଲକ୍ଷ ୮ହଜାର ୫୫୦ ନଗଦ ଟଙ୍କା ଠାବ ହୋଇଥିଲା। ସବ୍ ରେଜିଷ୍ଟ୍ରାର୍ ଅଫିସରୁ ଏତେ ପରିମାଣର ଟଙ୍କା ଠାବ ହେବାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ଏନେଇ କର୍ମଚାରୀମାନଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏହି ଟଙ୍କାର ଉତ୍ସ ଖୋଜିବାରେ ସହଯୋଗ କରିବାକୁ କଟକସ୍ଥିତ ନିବନ୍ଧକ ମହାନିରୀକ୍ଷକ (ଆଇଜିଆର୍)ଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ଡକାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଇଛି।
The post ଜମିଜମା କିଣାବିକା କରୁଥିଲେ ନିଶ୍ଚିତ ଜାଣନ୍ତୁ, ରାଜସ୍ବମନ୍ତ୍ରୀ କହିଲେ… appeared first on Dharitri Odia News.