ସମ୍ବିଧାନରୁ ‘ସମାଜବାଦ’ ଓ ‘ଧର୍ମ ନିରପେକ୍ଷତା’ ଶବ୍ଦ ହଟାଇବା ମାମଲା, ଜାଣନ୍ତୁ ସୁପ୍ରିମକୋର୍ଟ ପଚାରିଲେ କ’ଣ?

ନୂଆଦିଲ୍ଲୀ ୨୧।୧୦: ଭାରତୀୟ ସମ୍ବିଧାନ ପ୍ରସ୍ତାବନାରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଭଳି ଶବ୍ଦ ହଟାଇବା ପାଇଁ ଦାଖଲ ପିଟିସନକୁ ସୋମବାର ଝଟକା ଲାଗିଛି। ଶୁଣାଣି କାଳରେ ସୁପ୍ରିମକୋର୍ଟ ସମ୍ବିଧାନରୁ ଏହି ଦୁଇ ଶବ୍ଦକୁ ହଟାଇବା ନିମନ୍ତେ ଦାବି କରୁଥିବା ପିଟିସନ ଉପରେ କଡ଼ା ମନ୍ତବ୍ୟ ଦେବା ସହ ତାରିଖ ଆଗକୁ ବଢାଇ ଦେଇଛନ୍ତି। ଶୁଣାଣି କାଳରେ ଓକିଲ ବିଷ୍ଣୁ ଶଙ୍କର ଜୈନଙ୍କୁ ବିଚାରପତି ଜଷ୍ଟିସ୍ ସଞ୍ଜିବ ଖନ୍ନା ପଚାରିଛନ୍ତି ଯେ ଆପଣ ତାହାଲେ ଚାହାନ୍ତିନି ଭାରତ ‘ଧର୍ମ ନିରପେକ୍ଷ’ ଦେଶ ହୋଇ ରହୁ? ସୁପ୍ରିମକୋର୍ଟ ଶୁଣାଣି କାଳରେ ତାଙ୍କ ଟିପ୍ପଣୀରେ କହିଛନ୍ତି ଯେ ‘ସମାଜବାଦ’ ଓ ‘ଧର୍ମ ନିରପେକ୍ଷ’ ଶବ୍ଦର ଆଜି ଅଲଗା ଅଲଗା ବ୍ୟଖ୍ୟା ହେଉଛି। ଏପରି କି ଆମ କୋର୍ଟମାନେ ମଧ୍ୟ ଏଗୁଡିକୁ ବାରମ୍ବାର ମୌଳିକ ଭିତ୍ତିଭୂମିର ଅଂଶବିଶେଷ ଘୋଷଣା କରିସାରିଛନ୍ତି। ଏହି ଟିପ୍ପଣୀ ପରେ କୋର୍ଟ ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୧୮ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ସୁପ୍ରିମକୋର୍ଟରେ ରୁଜୁ ଆବେଦନରେ କୁହାଯାଇଛି ଯେ ପ୍ରସ୍ତାବନାରେ ଏହି ଶବ୍ଦଙ୍କୁ ଯୋଡିବା ସଂସଦର ଅନୁଚ୍ଛେଦ ୩୬୮ରେ ମିଳିଥିବା ସମ୍ବିଧାନ ସଂଶୋଧନର ଶକ୍ତିରୁ ଊର୍ଦ୍ଧ୍ୱରେ। ଶୁଣାଣି କାଳରେ ଆବେଦନକାରୀ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ସମ୍ବିଧାନର ପ୍ରସ୍ତାବନାରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ମୂଳ ସମ୍ବିଧାନର ଭାବନା ବିରୋଧରେ ଥିଲା। ସ୍ୱାମୀ କୋର୍ଟଙ୍କୁ ଅନୁରୋଧ କର

ସମ୍ବିଧାନରୁ ‘ସମାଜବାଦ’ ଓ ‘ଧର୍ମ ନିରପେକ୍ଷତା’ ଶବ୍ଦ ହଟାଇବା ମାମଲା, ଜାଣନ୍ତୁ ସୁପ୍ରିମକୋର୍ଟ ପଚାରିଲେ କ’ଣ?

ନୂଆଦିଲ୍ଲୀ ୨୧।୧୦: ଭାରତୀୟ ସମ୍ବିଧାନ ପ୍ରସ୍ତାବନାରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷ’ ଭଳି ଶବ୍ଦ ହଟାଇବା ପାଇଁ ଦାଖଲ ପିଟିସନକୁ ସୋମବାର ଝଟକା ଲାଗିଛି। ଶୁଣାଣି କାଳରେ ସୁପ୍ରିମକୋର୍ଟ ସମ୍ବିଧାନରୁ ଏହି ଦୁଇ ଶବ୍ଦକୁ ହଟାଇବା ନିମନ୍ତେ ଦାବି କରୁଥିବା ପିଟିସନ ଉପରେ କଡ଼ା ମନ୍ତବ୍ୟ ଦେବା ସହ ତାରିଖ ଆଗକୁ ବଢାଇ ଦେଇଛନ୍ତି। ଶୁଣାଣି କାଳରେ ଓକିଲ ବିଷ୍ଣୁ ଶଙ୍କର ଜୈନଙ୍କୁ ବିଚାରପତି ଜଷ୍ଟିସ୍ ସଞ୍ଜିବ ଖନ୍ନା ପଚାରିଛନ୍ତି ଯେ ଆପଣ ତାହାଲେ ଚାହାନ୍ତିନି ଭାରତ ‘ଧର୍ମ ନିରପେକ୍ଷ’ ଦେଶ ହୋଇ ରହୁ? 

ସୁପ୍ରିମକୋର୍ଟ ଶୁଣାଣି କାଳରେ ତାଙ୍କ ଟିପ୍ପଣୀରେ କହିଛନ୍ତି ଯେ ‘ସମାଜବାଦ’ ଓ ‘ଧର୍ମ ନିରପେକ୍ଷ’ ଶବ୍ଦର ଆଜି ଅଲଗା ଅଲଗା ବ୍ୟଖ୍ୟା ହେଉଛି। ଏପରି କି ଆମ କୋର୍ଟମାନେ ମଧ୍ୟ ଏଗୁଡିକୁ ବାରମ୍ବାର ମୌଳିକ ଭିତ୍ତିଭୂମିର ଅଂଶବିଶେଷ ଘୋଷଣା କରିସାରିଛନ୍ତି। ଏହି ଟିପ୍ପଣୀ ପରେ କୋର୍ଟ ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୧୮ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। 

ସୁପ୍ରିମକୋର୍ଟରେ ରୁଜୁ ଆବେଦନରେ କୁହାଯାଇଛି ଯେ ପ୍ରସ୍ତାବନାରେ ଏହି ଶବ୍ଦଙ୍କୁ ଯୋଡିବା ସଂସଦର ଅନୁଚ୍ଛେଦ ୩୬୮ରେ ମିଳିଥିବା ସମ୍ବିଧାନ ସଂଶୋଧନର ଶକ୍ତିରୁ ଊର୍ଦ୍ଧ୍ୱରେ। ଶୁଣାଣି କାଳରେ ଆବେଦନକାରୀ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ସମ୍ବିଧାନର ପ୍ରସ୍ତାବନାରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ମୂଳ ସମ୍ବିଧାନର ଭାବନା ବିରୋଧରେ ଥିଲା। ସ୍ୱାମୀ କୋର୍ଟଙ୍କୁ ଅନୁରୋଧ କରି କହିଛନ୍ତି ଯେ ସେ ତାଙ୍କ ତର୍କକୁ ବିସ୍ତାର ପୂର୍ବକ ରଖିବାକୁ ଚାହୁଁଛନ୍ତି। ଏହା ପରେ କୋର୍ଟ ଶୁଣାଣି ନିମନ୍ତେ ପରବର୍ତ୍ତି ତାରିଖକୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। 

ରାଜ୍ୟସଭାର ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଏବଂ ଓକିଲ ବିଷ୍ଣୁ ଶଙ୍କର ଜୈନ ସମ୍ବିଧାନର ପ୍ରସ୍ତାବନାରୁ ‘ସମାଜବାଦ’ ଓ ‘ଧର୍ମନିରପେକ୍ଷତା’ ଶବ୍ଦ ହଟାଇବାକୁ ଦାବି କରୁଛନ୍ତି। ଗତ ଶୁଣାଣିରେ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଜଷ୍ଟିସ୍ ଦୀପାଙ୍କର ଦତ୍ତ ମାମଲାରେ ବିଚାର ବିମର୍ଷ କରିଥିଲେ। ଜଷ୍ଟିସ୍ ଦୀପାଙ୍କର ଦତ୍ତ କହିଥିଲେ ଯେ ଯେତେବେଳେ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା ସେଥିରେ ମୂଳ ରୂପେ ଏହି ଦୁଇ ଶବ୍ଦ ନଥିଲା। 

ଆବେଦନକାରୀ ସୁବ୍ରମଣ୍ୟମ ସ୍ୱାମୀଙ୍କ ତର୍କ ହେଉଛି ଯେ ପ୍ରସ୍ତାବନାକୁ ସଂଶୋଧନ କରାଯାଇ ପାରିବନି। ଏଣୁ ଏଥିରେ ଯେଉଁ ସଂଶୋଧନ କରାଯାଇଛି, ତାକୁ ପ୍ରତ୍ୟାହାର କରିନିଆଯିବା ଉଚିତ। ସେ କହିଛନ୍ତି ଯେ ୧୯୭୬ ମସିହାରେ ୪୨ତମ ସଂଶୋଧନ ଅଧିନିୟମରେ ଏହାକୁ ଗୃହୀତ କରାଯାଇଥିଲା। ୧୯୪୯ର ସମ୍ବିଧାନରେ ମୂଳ ପ୍ରସ୍ତାବନାରେ ଏହି ଦୁଇ ଶବ୍ଦ ନଥିଲା।