ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଆପରାଧିକ ଆଇନ
ନୂଆଦିଲ୍ଲୀ,୨୪ା୨: ଭାରତୀୟ ନ୍ୟାୟ ବ୍ୟବସ୍ଥାର ନୂତନ ଯୁଗ ଜୁଲାଇ ୧ରୁ ଆରମ୍ଭ ହେବ। ଔପନିବେଶିକ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ବଦଳିବ। ସରକାର ଶନିବାର କହିଛନ୍ତି, ଜୁଲାଇ ୧ରୁ ତିନୋଟି ନୂତନ ଆପରାଧିକ ଆଇନ କାର୍ଯ୍ୟକାରୀ ହେବ ଏବଂ ଔପନିବେଶିକ ଆପରାଧିକ ନ୍ୟାୟ ବ୍ୟବସ୍ଥା ବଦଳିବ। ରିପୋର୍ଟ ଅନୁଯାୟୀ, ଭାରତୀୟ ପ୍ରମାଣ ଆଇନ ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଜୁଲାଇ ପହିଲା ୨୦୨୪ରୁ କାର୍ଯ୍ୟକାରୀ ହେବ। ନୂତନ ଆପରାଧିକ […] The post ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଆପରାଧିକ ଆଇନ appeared first on Dharitri Odia News.
ନୂଆଦିଲ୍ଲୀ,୨୪ା୨: ଭାରତୀୟ ନ୍ୟାୟ ବ୍ୟବସ୍ଥାର ନୂତନ ଯୁଗ ଜୁଲାଇ ୧ରୁ ଆରମ୍ଭ ହେବ। ଔପନିବେଶିକ ଆପରାଧିକ ନ୍ୟାୟ ବ୍ୟବସ୍ଥାକୁ ବଦଳିବ। ସରକାର ଶନିବାର କହିଛନ୍ତି, ଜୁଲାଇ ୧ରୁ ତିନୋଟି ନୂତନ ଆପରାଧିକ ଆଇନ କାର୍ଯ୍ୟକାରୀ ହେବ ଏବଂ ଔପନିବେଶିକ ଆପରାଧିକ ନ୍ୟାୟ ବ୍ୟବସ୍ଥା ବଦଳିବ।
ରିପୋର୍ଟ ଅନୁଯାୟୀ, ଭାରତୀୟ ପ୍ରମାଣ ଆଇନ ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଜୁଲାଇ ପହିଲା ୨୦୨୪ରୁ କାର୍ଯ୍ୟକାରୀ ହେବ।
ନୂତନ ଆପରାଧିକ ଆଇନ କାର୍ଯ୍ୟକାରୀ ହେବାର ତାରିଖ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ତିନୋଟି ବିଜ୍ଞପ୍ତି ଜାରି କରିଛି। ସଂସଦର ଶୀତକାଳୀନ ଅଧିବେଶନରେ ଏହି ଆଇନଗୁଡିକ ପାରିତ ହୋଇଥିଲା ଏବଂ ୨୫ ଡିସେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଥିଲା। ଏହା ପରେ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ମଧ୍ୟ ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ତାରିଖ କହିଛି।
The post ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଆପରାଧିକ ଆଇନ appeared first on Dharitri Odia News.