ଜୁଲାଇରେ ୟୁକ୍ରେନର ବେଶୀ କ୍ଷତି କରିଛି ରୁଷ୍‌ ; ୬,୪୪୩ ଡ୍ରୋନ୍‌ ଓ ମିସାଇଲ ମାଡ଼ କରିଛି : ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ -  ରୁଷ୍ ଦ୍ୱାରା ୨୦୨୨ରେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ସବୁଠୁ ଅଧିକ ଜୁଲାଇ ମାସରେ ଡ୍ରୋନ ଓ ମିସାଇଲ ମାଡ଼ କରାଯାଇଛି। ଜୁଲାଇରେ ମୋଟ ସଂଖ୍ୟା ୬୪୪୩ ରହିଛି , ଯାହା ଜୁନ୍‌ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି। ୟୁକ୍ରେନୀ ବାୟୁ ସେନା ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ , ୬୨୪୧ଟି ଡ୍ରୋନ୍‌ ଓ ନକଲି ଅସ୍ତ୍ର, ହାରାହାରି ୨୦୧ ଦୈନିକ ଓ ପାଖାପାଖି ୧୯୮ କ୍ରୁଜ ଓ ବାଲିଷ୍ଟିକ୍‌ ମିସାଇଲ ,ହାରାହାରି ୬ରୁ ଅଧିକ ଦୈନିକ। ବାୟୁସେନା ପ୍ରତିରକ୍ଷା ସିଷ୍ଟମ ୮୯ ପ୍ରତିଶତ ଡ୍ରୋନ୍‌ ଓ ପାଖାପାଖି ୬୧ ପ୍ରତିଶତ ମିସାଇଲକୁ ମାରି ଖସାଇ ଖସାଇ ଦେଇଛି।ଏହି ହମଲା ଖୁବ୍‌ ଭୟଙ୍କର ଓ ମାରାତ୍ମକ ଥିଲା। ମେ ମାସରେ ଏହାର ସଂଖ୍ୟା ୩,୮୩୫ଟି ଡ୍ରୋନ୍‌ ଓ ୧୧୭ଟି ମିସାଇଲ ଥିଲା ଏବଂ ଏହିପରି ଜୁନ୍‌ରେ ଏହାର ସଂଖ୍ୟା ୫,୪୩୮ଟି ଡ୍ରୋନ୍‌ ଓ ୨୩୯ଟି ମିସାଇଲ ଥିଲା। ଯେତିକି ଯେତିକି ଯୁଦ୍ଧ ଆଗକୁ ବଢିଛି , ରୁଷୀୟ ମିସାଇଲର ଆକାର ଓ ଜଟିଳତା ଖୁବ୍‌ ଜୋରରେ ବଢିଛି।ଏଥିରୁ ଅଧିକାଂଶ ଡ୍ରୋନ୍‌ ଇରାନୀ ଡିଜାଇନ କରାଯାଇ ଥିବା ଶାହେଦ ଡ୍ରୋନ୍‌ ଥିଲା, ଯାହାକୁ ଗେରାନ ମଧ୍ୟ କୁହାଯାଏ ଏବଂ ଏହା ରୁଷୀୟ ଅସ୍ତ୍ରାଗାରରେ ସବୁଠୁ ଅଧିକ ବ୍ୟବହୃତ କରାଯାଇ ଥିବା କମ୍‌ ମୂଲ୍ୟର ଉପକରଣ ମଧ୍ୟରୁ ଗୋଟିଏ ହୋଇ ଯାଇଛି। ରୁଷ୍‌ରେ ଡ୍ରୋନ୍‌ର ଉତ୍ପାଦନ ମଧ୍ୟ ଖୁବ୍‌ ଜୋରରେ ବଢିଛି , ଏକ ରିପୋର୍ଟ ମୁତାବିକ , ସ୍କୁଲ ପିଲାଙ୍କୁ ଡ୍ରୋନ୍‌ ନିର୍ମାଣ ଶିଖାଇବ

ଜୁଲାଇରେ ୟୁକ୍ରେନର ବେଶୀ କ୍ଷତି କରିଛି ରୁଷ୍‌ ; ୬,୪୪୩ ଡ୍ରୋନ୍‌ ଓ ମିସାଇଲ ମାଡ଼ କରିଛି : ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ -  ରୁଷ୍ ଦ୍ୱାରା ୨୦୨୨ରେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ସବୁଠୁ ଅଧିକ ଜୁଲାଇ ମାସରେ ଡ୍ରୋନ ଓ ମିସାଇଲ ମାଡ଼ କରାଯାଇଛି। ଜୁଲାଇରେ ମୋଟ ସଂଖ୍ୟା ୬୪୪୩ ରହିଛି , ଯାହା ଜୁନ୍‌ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି। ୟୁକ୍ରେନୀ ବାୟୁ ସେନା ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ , ୬୨୪୧ଟି ଡ୍ରୋନ୍‌ ଓ ନକଲି ଅସ୍ତ୍ର, ହାରାହାରି ୨୦୧ ଦୈନିକ ଓ ପାଖାପାଖି ୧୯୮ କ୍ରୁଜ ଓ ବାଲିଷ୍ଟିକ୍‌ ମିସାଇଲ ,ହାରାହାରି ୬ରୁ ଅଧିକ ଦୈନିକ। ବାୟୁସେନା ପ୍ରତିରକ୍ଷା ସିଷ୍ଟମ ୮୯ ପ୍ରତିଶତ ଡ୍ରୋନ୍‌ ଓ ପାଖାପାଖି ୬୧ ପ୍ରତିଶତ ମିସାଇଲକୁ ମାରି ଖସାଇ ଖସାଇ ଦେଇଛି।

ଏହି ହମଲା ଖୁବ୍‌ ଭୟଙ୍କର ଓ ମାରାତ୍ମକ ଥିଲା। ମେ ମାସରେ ଏହାର ସଂଖ୍ୟା ୩,୮୩୫ଟି ଡ୍ରୋନ୍‌ ଓ ୧୧୭ଟି ମିସାଇଲ ଥିଲା ଏବଂ ଏହିପରି ଜୁନ୍‌ରେ ଏହାର ସଂଖ୍ୟା ୫,୪୩୮ଟି ଡ୍ରୋନ୍‌ ଓ ୨୩୯ଟି ମିସାଇଲ ଥିଲା। ଯେତିକି ଯେତିକି ଯୁଦ୍ଧ ଆଗକୁ ବଢିଛି , ରୁଷୀୟ ମିସାଇଲର ଆକାର ଓ ଜଟିଳତା ଖୁବ୍‌ ଜୋରରେ ବଢିଛି।

ଏଥିରୁ ଅଧିକାଂଶ ଡ୍ରୋନ୍‌ ଇରାନୀ ଡିଜାଇନ କରାଯାଇ ଥିବା ଶାହେଦ ଡ୍ରୋନ୍‌ ଥିଲା, ଯାହାକୁ ଗେରାନ ମଧ୍ୟ କୁହାଯାଏ ଏବଂ ଏହା ରୁଷୀୟ ଅସ୍ତ୍ରାଗାରରେ ସବୁଠୁ ଅଧିକ ବ୍ୟବହୃତ କରାଯାଇ ଥିବା କମ୍‌ ମୂଲ୍ୟର ଉପକରଣ ମଧ୍ୟରୁ ଗୋଟିଏ ହୋଇ ଯାଇଛି। ରୁଷ୍‌ରେ ଡ୍ରୋନ୍‌ର ଉତ୍ପାଦନ ମଧ୍ୟ ଖୁବ୍‌ ଜୋରରେ ବଢିଛି , ଏକ ରିପୋର୍ଟ ମୁତାବିକ , ସ୍କୁଲ ପିଲାଙ୍କୁ ଡ୍ରୋନ୍‌ ନିର୍ମାଣ ଶିଖାଇବା ପାଇଁ ରୁଷ୍‌ର ଟାଟାରସ୍ତାନ ଅଞ୍ଚଳ ସ୍ଥିତ ଅଲାବୁଗା ଫ୍ୟାକ୍ଟ୍ରିକୁ ଆମନ୍ତ୍ରିତ କରାଯାଉଛି। ଅପ୍ରେଲ୍‌ରେ, ପୁଟିନ କହିଥିଲେ ଯେ , ୨୦୨୪ ଯାଏ ୧୫ ଲକ୍ଷରୁ ଅଧିକ ଡ୍ରୋନ୍‌ର ଉତ୍ପାଦନ କରାଯିବ। 

ଡ୍ରୋନ୍‌ ବ୍ୟତୀତ , କ୍ରୁଜ୍‌, ବାଲିଷ୍ଟିକ୍‌ ଓ ବାୟୁ କ୍ଷେପଣାସ୍ତ୍ରର ମଧ୍ୟ ବ୍ୟବହୃତ ହେଉଛି। ଏହା ହେଉଛି kh-101 ଓ kh-555 କ୍ରୁଜ୍‌ ମିସାଇଲ , kalibr କ୍ରୁଜ୍‌ ମିସାଇଲ , Iskander-M ବାଲିଷ୍ଟିକ୍‌ ମିସାଇଲ ଓ kinzhal ହାଇପରସୋନିକ ମିସାଇଲ। ୟୁକ୍ରେନୀ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ,  kh-101, kalibr ଓ Iskander ସବୁଠୁ ଅଧିକ ବ୍ୟବହାର କରାଯାଉ ଥିବା ମିସାଇଲ ଥିଲା। ଏହାର ଟାର୍ଗେଟ୍‌ରେ ସର୍ବାଧିକ ବୋମା ସେଲଟର ଓ ସବୱେ ଷ୍ଟେସନ ଥିଲା। ୟୁକ୍ରେନୀ ଅଧିକାରୀଙ୍କ ଅନୁସାରେ , ବୋମାବର୍ଷଣ ପାଇଁ ରାତି ସମୟ ସବୁଠୁ ଅଧିକ ଉପଯୁକ୍ତ ଥିଲା।