ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ

ରାଞ୍ଚି,୧୯।୩: ଝାଡ଼ଖଣ୍ଡ ମକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନିକଟରେ ନୋଟ ବଦଳରେ ଭୋଟ ମାମଲାରେ ସୀତା ସୋରେନଙ୍କ ନାମ ସାମ୍ନାକୁ ଆସିଥିଲା। ୨୦୧୨ ଘୋଡା ବେପାର ମାମଲାରେ ସାକ୍ଷୀମାନଙ୍କୁ ଯାଞ୍ଚ କରୁଥିବା ସ୍ବତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ କୋର୍ଟର ସମ୍ମୁଖୀନ ହେବାକୁ ପଡିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୀତା ସୋରେନ ହେଉଛନ୍ତି ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ବୋହୂ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ। […] The post ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ appeared first on Dharitri Odia News.

ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ

ରାଞ୍ଚି,୧୯।୩: ଝାଡ଼ଖଣ୍ଡ ମକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନିକଟରେ ନୋଟ ବଦଳରେ ଭୋଟ ମାମଲାରେ ସୀତା ସୋରେନଙ୍କ ନାମ ସାମ୍ନାକୁ ଆସିଥିଲା। ୨୦୧୨ ଘୋଡା ବେପାର ମାମଲାରେ ସାକ୍ଷୀମାନଙ୍କୁ ଯାଞ୍ଚ କରୁଥିବା ସ୍ବତନ୍ତ୍ର ସିବିଆଇ କୋର୍ଟରେ ତାଙ୍କୁ କୋର୍ଟର ସମ୍ମୁଖୀନ ହେବାକୁ ପଡିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୀତା ସୋରେନ ହେଉଛନ୍ତି ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ବୋହୂ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ। ସେ ଦୁମକାର ଜାମା ବିଧାନସଭା ଆସନରୁ ତିନିଥର ବିଧାୟକ।
ଜେଏମଏମ ନେତା ମନୋଜ ପାଣ୍ଡେ କହିଛନ୍ତି, ମୋର ଏ ବିଷୟରେ କୌଣସି ସରକାରୀ ସୂଚନା ନାହିଁ କିନ୍ତୁ ଯଦି ଏହା ସତ ତେବେ ଏହା ଅତ୍ୟନ୍ତ ଖରାପ ଖବର। ଆମେ ତାଙ୍କୁ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ବୋଲି ବିବେଚନା କରୁଛୁ। ଆମେ ଆଶା କରୁଛୁ ସେ ପୁନର୍ବିଚାର କରିବେ। ଏହି ପାର୍ଟିରୁ ସେ କେଉଁ ପ୍ରକାରର ସମ୍ମାନ ପାଇଛନ୍ତି, ମୁଁ ଭାବୁନାହିଁ ଯେ ସେ ଏହାକୁ ଅନ୍ୟ କୌଣସି ସ୍ଥାନରେ ପାଇବେ। ଯଦି ସେ ଆମକୁ ବିରୋଧ କରୁଥିବା ଲୋକଙ୍କ ପ୍ରଭାବରେ ଆସନ୍ତି ତେବେ ସେ ନିଜକୁ କ୍ଷତି ପହଞ୍ଚାଉଛନ୍ତି।

The post ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ appeared first on Dharitri Odia News.