ଜେଏସ୍‌ପିକୁ କଳିଙ୍ଗ ଏକ୍ସଲେନ୍ସ ଆଓ୍ବାର୍ଡ

ଭୁବନେଶ୍ୱର,୧୧।୬ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସପି)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ସ୍ବୀକୃତି ଦିଆଯାଇଛି। ଏପରିକି କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ/ପଦକ୍ଷେପ ମାଧ୍ୟମରେ ଅନେକପ୍ରକାର ଜନମଙ୍ଗଳକାରୀ କାର୍ଯ୍ୟ କରାଯାଉଛି, ଜନସାଧାରଣଙ୍କ ବିକାଶ ଦିଗରେ କମ୍ପାନୀର ଉଲ୍ଲେଖନୀୟ ଅବଦାନ ପାଇଁ ଜେଏସ୍‌ପିକୁ ଗୋଲ୍ଡ ବର୍ଗରେ ‘କଳିଙ୍ଗ ସିଏସ୍‌ଆର୍‌ ଆଣ୍ଡ୍‌ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀକୁ ଏହି ପୁରସ୍କାର […] The post ଜେଏସ୍‌ପିକୁ କଳିଙ୍ଗ ଏକ୍ସଲେନ୍ସ ଆଓ୍ବାର୍ଡ appeared first on Dharitri Odia News.

ଜେଏସ୍‌ପିକୁ କଳିଙ୍ଗ ଏକ୍ସଲେନ୍ସ ଆଓ୍ବାର୍ଡ

ଭୁବନେଶ୍ୱର,୧୧।୬ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସପି)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ସ୍ବୀକୃତି ଦିଆଯାଇଛି। ଏପରିକି କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ/ପଦକ୍ଷେପ ମାଧ୍ୟମରେ ଅନେକପ୍ରକାର ଜନମଙ୍ଗଳକାରୀ କାର୍ଯ୍ୟ କରାଯାଉଛି, ଜନସାଧାରଣଙ୍କ ବିକାଶ ଦିଗରେ କମ୍ପାନୀର ଉଲ୍ଲେଖନୀୟ ଅବଦାନ ପାଇଁ ଜେଏସ୍‌ପିକୁ ଗୋଲ୍ଡ ବର୍ଗରେ ‘କଳିଙ୍ଗ ସିଏସ୍‌ଆର୍‌ ଆଣ୍ଡ୍‌ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪’ ସମ୍ମାନରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀକୁ ଏହି ପୁରସ୍କାର ଲେସୋଥୋ ସାମ୍ରାଜ୍ୟର ଉଚ୍ଚାୟୁକ୍ତ ମହାମହିମ ଲେବୋହାଙ୍ଗ ଭାଲେଣ୍ଟାଇନ୍‌ ମୋଚାବା ଏବଂ ବାଂଲାଦେଶର ଉପ-ଉଚ୍ଚାୟୁକ୍ତ ମହାମହିମ ଅନ୍ଦଲିବ ଇଲିୟାସ ପ୍ରଦାନ କରିଥିଲେ। ଜେଏସ୍‌ପି ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି, ଏହି ପୁରସ୍କାର ପାଇଁ ଜେଏସ୍‌ପିକୁ ଚୟନ କରାଯାଇଥିବାରୁ ଆମେ ଜୁରି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛୁ। ଏପରିକି ଆମେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ସ୍ବୀକୃତି ଆମକୁ ଆମର ପଦକ୍ଷେପଗୁଡିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପ୍ରେରଣା ଦେବ। ଜେଏସପିର ପ୍ରେସିଡେଣ୍ଟ ତଥା ଗ୍ରୁପ ହେଡ୍‌ (ସିଏସ୍‌ଆର୍‌) ପ୍ରଶାନ୍ତ କୁମାର ହୋତା କହିଛନ୍ତି, ଜେଏସ୍‌ପି ଓଡ଼ିଶା ଏବଂ ଭାରତର ବିଭିନ୍ନ ସ୍ଥାନରେ ବହୁମୁଖୀ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ଏହି ପୁରସ୍କାର ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ଜୀବନଧାରଣ ମାନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଆମର ପ୍ରଚେଷ୍ଟାର ଏକ ସ୍ବୀକୃତି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ଜେଏସ୍‌ପିକୁ କଳିଙ୍ଗ ଏକ୍ସଲେନ୍ସ ଆଓ୍ବାର୍ଡ appeared first on Dharitri Odia News.