ଜେଜେଙ୍କ ଦଶାହରେ ମହାନଦୀରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ

କଟକ,୭ା୪(କାର୍ତ୍ତିକ ସାହୁ): ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ହେବାକୁ ଆସି ନାତି ମହାନଦୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ରବିବାର ପୂର୍ବାହ୍ନରେ ଘଟିଛି। ମୃତକ ଜଣକ ହେଲେ ସିଡିଏ ସେକ୍ଟର-୬ ଅଞ୍ଚଳର ରଥୀନ୍ଦ୍ର ନାଥ ବାନାର୍ଜୀଙ୍କ ପୁତ୍ର ରୂପକ ବାନାର୍ଜୀ(୨୨)। ସେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍‌ ପଢ଼ୁଥିଲେ। ସୂଚନା ଅନୁସାରେ, ରୂପକଙ୍କ ଜେଜେଙ୍କ ବିୟୋଗ ୧୦ ଦିନ ତଳେ ଘଟିଥିଲା। ତାଙ୍କ ଦଶାହ କର୍ମ ସମାପନ ନିମନ୍ତେ ପରିବାରବର୍ଗ […] The post ଜେଜେଙ୍କ ଦଶାହରେ ମହାନଦୀରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ appeared first on Dharitri Odia News.

ଜେଜେଙ୍କ ଦଶାହରେ ମହାନଦୀରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ

କଟକ,୭ା୪(କାର୍ତ୍ତିକ ସାହୁ): ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ହେବାକୁ ଆସି ନାତି ମହାନଦୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ରବିବାର ପୂର୍ବାହ୍ନରେ ଘଟିଛି। ମୃତକ ଜଣକ ହେଲେ ସିଡିଏ ସେକ୍ଟର-୬ ଅଞ୍ଚଳର ରଥୀନ୍ଦ୍ର ନାଥ ବାନାର୍ଜୀଙ୍କ ପୁତ୍ର ରୂପକ ବାନାର୍ଜୀ(୨୨)। ସେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍‌ ପଢ଼ୁଥିଲେ।
ସୂଚନା ଅନୁସାରେ, ରୂପକଙ୍କ ଜେଜେଙ୍କ ବିୟୋଗ ୧୦ ଦିନ ତଳେ ଘଟିଥିଲା। ତାଙ୍କ ଦଶାହ କର୍ମ ସମାପନ ନିମନ୍ତେ ପରିବାରବର୍ଗ ମହାନଦୀର ହାତୀଗଡ଼ା ଘାଟରେ ଏକାଠି ହୋଇଥିଲେ। ଘାଟକୂଳରେ ମୁଣ୍ଡନ, ଶୌଚ ଆଦି କର୍ମ ଚାଲିଥିବାରୁ ପରିବାର ଓ ଜ୍ଞାତିକୁଟୁମ୍ବମାନେ ସେଠାରେ ରୁଣ୍ଡ ହୋଇଥିଲେ। ଶୁଦ୍ଧିକ୍ରିୟାକୁ ଆସୁଥିବା ଲୋକମାନେ ମୁଣ୍ଡନ ପରେ ମହାନଦୀରେ ଗାଧୋଉଥାନ୍ତି। ହେଲେ ହଠାତ୍‌ ରୂପକ ମହାନଦୀର ପାଣିରେ ବୁଡ଼ିଗଲେ ବୋଲି ଉପସ୍ଥିତ ପରିବାରବର୍ଗ ପାଟି କରିଉଠିଲେ। ତୁରନ୍ତ ଦମକଳ ବାହିନୀକୁ ସୂଚନା ଦିଆଗଲା। ବିଡ଼ାନାସୀ ଓ ବକ୍ସିବଜାରରୁ ୨ଟି ଦମକଳ ବାହିନୀ ସେଠାରେ ପହଞ୍ଚତ୍ ପାଣି ଭିତରେ ଖୋଜାଖୋଜି ଆରମ୍ଭ କରିଦେଲେ। ସ୍କୁବା ଡାଇଭର୍‌ ପାଣି ଭିତରେ ବୁଡ଼ି ଖୋଜିବା ସହ ଅତ୍ୟାଧୁନିକ ଅଣ୍ଡର ଓ୍ବାଟର କ୍ୟାମେରା ସାହାଯ୍ୟରେ ପାଣି ଭିତରେ ଖୋଜାଯାଇଥିଲା। ଲାଇଫବଏ, ଲାଇଫ୍‌ ଜ୍ୟାକେଟ, ବୋଟ୍‌ ଆଦି ବ୍ୟବହାର କରି ଅଗ୍ନିଶମ ବାହିନୀ ମହାନଦୀର ଜଳରାଶିରେ ଖୋଜିଥିଲେ। ପ୍ରାୟ ୪୫ ମିନିଟ୍‌ ଧରି ଖୋଜିବା ପରେ ରୂପକଙ୍କୁ ମହାନଦୀ ଜଳରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜିବ ବେହେରାଙ୍କ କହିବାନୁସାରେ, ହାତୀଗଡ଼ା ଘାଟରେ ପ୍ରାୟ ୨୦ ଫୁଟ ଗଭୀରର ଜଳ ରହିଛି। ମୃତ ଯୁବକ ଜଣକ ପହଁରା ଜାଣିନଥିଲେ। ତେଣୁ ଏଭଳି ଅଘଟଣ ଘଟିଲା। ଅପରପକ୍ଷରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ମଧ୍ୟ ଖବର ପାଇ ସେଠାରେ ପହଞ୍ଚିଥିଲା।

The post ଜେଜେଙ୍କ ଦଶାହରେ ମହାନଦୀରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ appeared first on Dharitri Odia News.