ଜେଡି ଭାନ୍ସ ରହୁଛନ୍ତି ୧୯୦ ବର୍ଷ ପୁରୁଣା ପ୍ରାସାଦରେ, ଜାଣନ୍ତୁ ରାତିକ ପାଇଁ ଭଡା କେତେ ?

ନୂଆଦିଲ୍ଲୀ ୨୩।୦୪:  ଭାରତ ଗସ୍ତରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ପୁରା ପରିବାର ସହ ୧୯୦ ବର୍ଷ ପୁରୁଣା ଏକ ରାଜପ୍ରାସାଦ ରାତ୍ରୀଯାପନ କରିଛନ୍ତି । ବର୍ତ୍ତମାନ ଏହି ରାଜପ୍ରସାଦ ଏକ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ ହୋଇଛି । ରାଜପ୍ରସାଦଟି ହେଉଛି ଜୟପୁରର ରାମବାଗ ପ୍ୟାଲେସ । ଭାନ୍ସଙ୍କ ପାଇଁ ବୁକ୍ କରାଯାଇଛି ହୋଟେଲର ୧୦ଟି ଲଗଜରୀ ସୁଇଟ୍ସ । ଭାନ୍ସ 'ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଇଟ୍ସ'ରେ ରହିବେ । ଏହା ୧୭୯୮ ବର୍ଗଫୁଟ । ଏଥିରେ ଏକ ଗାର୍ଡେନ୍‌ ଭ୍ୟୁ ବେଡ୍‌ରୁମ୍‌, ପ୍ରାଇଭେଟ୍‌ ଟେରେସ୍, ଗ୍ରାଣ୍ଡ ଲାଉଞ୍ଜ, ଗ୍ୟାଲେରୀ ଏବଂ ଜକୁଜି ବାଥରୁମ୍‌ ରହିଛି । ସୁଇଟ୍‌ଟିକୁ ଭାନ୍ସ ପରିବାରର ଫଟୋ ଏବଂ ସ୍ୱତନ୍ତ୍ର ଫୁଲରେ ସଜ୍ଜା ଯାଇଛି । ଏହି ସୁଇଟ୍‌ରେ ଭାନ୍ସ ଏବଂ ତାଙ୍କ ପରିବାରର ନାଁ ଖୋଦିତ ହୋଇଥିବା ସୁନାର ପ୍ଲେଟରେ ପରଷାଯାଉଛି ଖାଦ୍ୟ । ଡାକ୍ତର ଏବଂ ନର୍ସମାନେ ମଧ୍ୟ ସୁଇଟ୍ ପାଖରେ ୨୪ ଘଣ୍ଟା ନିୟୋଜିତ ରହିଛନ୍ତି ।ଜୟପୁରର ରାମବାଗ ପ୍ୟାଲେସର ଏକ ଶାନଦାର୍‌ ଶାନ୍‌ ରହିଛି । ଯାହା ଏହାକୁ ଦୀର୍ଘ ସମୟ ଧରି ଲୋକପ୍ରିୟ ସ୍ଥାନ କରିଆସିଛି । ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଏବଂ ଚମତ୍କାର ପରିସର 'ଜୟପୁରର ରତ୍ନ'କୁ ଆହୁରି ଭବ୍ୟ କରିଥାଏ । ୧୮୩୫ ମସିହାରେ ନିର୍ମିତ ହୋଇଥିଲା ଜୟପୁରର ରାମବାଗ ପ୍ୟାଲେସ  । ଏହା ଏବେ ବି ନିଜର ଭବ୍ୟତା ବଜାୟ ରଖିଛି । ହସ୍ତଖୋଦନ ମାର୍ବଲ ଜାଲି, ବାଲିପଥର ରେଲିଂ, ସୁସଜ୍ଜିତ ସବୁଜ ମୋଗଲ

ଜେଡି ଭାନ୍ସ ରହୁଛନ୍ତି ୧୯୦ ବର୍ଷ ପୁରୁଣା ପ୍ରାସାଦରେ, ଜାଣନ୍ତୁ ରାତିକ ପାଇଁ ଭଡା କେତେ ?

ନୂଆଦିଲ୍ଲୀ ୨୩।୦୪:  ଭାରତ ଗସ୍ତରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ । ପୁରା ପରିବାର ସହ ୧୯୦ ବର୍ଷ ପୁରୁଣା ଏକ ରାଜପ୍ରାସାଦ ରାତ୍ରୀଯାପନ କରିଛନ୍ତି । ବର୍ତ୍ତମାନ ଏହି ରାଜପ୍ରସାଦ ଏକ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ ହୋଇଛି । ରାଜପ୍ରସାଦଟି ହେଉଛି ଜୟପୁରର ରାମବାଗ ପ୍ୟାଲେସ । ଭାନ୍ସଙ୍କ ପାଇଁ ବୁକ୍ କରାଯାଇଛି ହୋଟେଲର ୧୦ଟି ଲଗଜରୀ ସୁଇଟ୍ସ । 

ଭାନ୍ସ 'ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଇଟ୍ସ'ରେ ରହିବେ । ଏହା ୧୭୯୮ ବର୍ଗଫୁଟ । ଏଥିରେ ଏକ ଗାର୍ଡେନ୍‌ ଭ୍ୟୁ ବେଡ୍‌ରୁମ୍‌, ପ୍ରାଇଭେଟ୍‌ ଟେରେସ୍, ଗ୍ରାଣ୍ଡ ଲାଉଞ୍ଜ, ଗ୍ୟାଲେରୀ ଏବଂ ଜକୁଜି ବାଥରୁମ୍‌ ରହିଛି । ସୁଇଟ୍‌ଟିକୁ ଭାନ୍ସ ପରିବାରର ଫଟୋ ଏବଂ ସ୍ୱତନ୍ତ୍ର ଫୁଲରେ ସଜ୍ଜା ଯାଇଛି । ଏହି ସୁଇଟ୍‌ରେ ଭାନ୍ସ ଏବଂ ତାଙ୍କ ପରିବାରର ନାଁ ଖୋଦିତ ହୋଇଥିବା ସୁନାର ପ୍ଲେଟରେ ପରଷାଯାଉଛି ଖାଦ୍ୟ । ଡାକ୍ତର ଏବଂ ନର୍ସମାନେ ମଧ୍ୟ ସୁଇଟ୍ ପାଖରେ ୨୪ ଘଣ୍ଟା ନିୟୋଜିତ ରହିଛନ୍ତି ।

ଜୟପୁରର ରାମବାଗ ପ୍ୟାଲେସର ଏକ ଶାନଦାର୍‌ ଶାନ୍‌ ରହିଛି । ଯାହା ଏହାକୁ ଦୀର୍ଘ ସମୟ ଧରି ଲୋକପ୍ରିୟ ସ୍ଥାନ କରିଆସିଛି । ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଏବଂ ଚମତ୍କାର ପରିସର 'ଜୟପୁରର ରତ୍ନ'କୁ ଆହୁରି ଭବ୍ୟ କରିଥାଏ । ୧୮୩୫ ମସିହାରେ ନିର୍ମିତ ହୋଇଥିଲା ଜୟପୁରର ରାମବାଗ ପ୍ୟାଲେସ  । ଏହା ଏବେ ବି ନିଜର ଭବ୍ୟତା ବଜାୟ ରଖିଛି । ହସ୍ତଖୋଦନ ମାର୍ବଲ ଜାଲି, ବାଲିପଥର ରେଲିଂ, ସୁସଜ୍ଜିତ ସବୁଜ ମୋଗଲ ଉଦ୍ୟାନ, ରାଜକୀୟ ଅତିଥିଶାଳା ରାଜମହଲକୁ କରିଥାଏ ଅଧିକ ଭବ୍ୟ । ଅନେକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ମଧ୍ୟରୁ ଗୋଟିଏ ହେଉଛି ଏହାର ସୁବର୍ଣ୍ଣ ମହଲ । ଯାହା ୧୮ଶହ ଶତାବ୍ଦୀର ଏକ ରାଜପ୍ରାସାଦର ବଲରୁମରେ ଅବସ୍ଥିତ ଏବଂ ରାଜକୀୟ ଭାରତୀୟ ଖାଦ୍ୟ ପରିବେଷଣ କରେ।

ଏହି ପ୍ରାସାଦରେ ୭୮ଟି ରୁମ୍‌ ଏବଂ ସୁଇଟ୍ସ ରହିଛି । ଏହାର ଚେକ୍ ଇନ୍ ଏବଂ ଚେକ୍ ଆଉଟ୍ ସମୟ ହେଉଛି ଅପରାହ୍ନ ୨:୦୦ଟା। ଏଠାରେ ୪ଟି ରେଷ୍ଟୁରାଣ୍ଟ ଏବଂ ଗୋଟିଏ ବାର୍ ଅଛି । ଯାହା ନିଜର ରାଜକୀୟ ଆତିଥ୍ୟ ପାଇଁ ପ୍ରସିଦ୍ଧ । ଏହି ପ୍ରାସାଦରେ ବଟଲର୍ ସେବା, ବଗିଚା, ମିନି ବାର୍, ଧୂମପାନ ଏବଂ ଧୂମପାନ ନ କରିବା ପାଇଁ ରୁମ୍‌, ୨୪/୭ ଘରେ ଭୋଜନ, ଆଉଟ୍‌ଡୋର୍‌ ସୁଇମିଂ ପୁଲ, ଜେ ୱେଲନେସ୍ ସର୍କଲ୍ ସ୍ପା, ଗରମ ସୁଇମିଂ ପୁଲ, ଡାକ୍ତର ଅନ୍ କଲ୍, ଐତିହ୍ୟ ପଦଯାତ୍ରା, ଜଗିଂ ଟ୍ରାକ୍, ଧୂମପାନ ଲାଉଞ୍ଜ, ଅନସାଇଟ୍ ସପିଂ, ଗାଡି ପାର୍କିଂ, ଭଡା କାର୍‌ ପରି ଅନେକ ସୁବିଧା ମିଳିଥାଏ । 

ଏବେ ପ୍ରଶ୍ନ ଆସୁଛି ଗ୍ରାଣ୍ଡ ପ୍ରେସିଡେନ୍ସିଆଲ ସୁଇଟ୍ସ ପାଇଁ ଭଡ଼ା କେତେ ? ରାମବାଗ ପ୍ୟାଲେସର ସରକାରୀ ୱେବସାଇଟ ଅନୁଯାୟୀ ଏହାର ଗୋଟିଏ ରାତି ପାଇଁ ବୁକିଂ କଲେ ଦେବାକୁ ପଡିବ  ୧୧ ଲକ୍ଷ ୫୪ ହଜାର ଟଙ୍କା । ତେବେ ଏହାର ମେମ୍ବରଙ୍କ ପାଇଁ ସୁଇଟ୍ସର ଦାମ୍‌ ୧୦ ଲକ୍ଷ ୩୮ ହଜାର ଟଙ୍କା ।