ନିତିଶ କୁମାର ଏମିତିରେ କରିନାହାନ୍ତି ୱକଫକୁ ସମର୍ଥନ, କେନ୍ଦ୍ର ସରକାରଙ୍କୁ ମନାଇଥିଲେ ୫ ସର୍ତ୍ତ
ପାଟନା ୫।୪: ୱକଫ ସଂଶୋଧନ ବିଧେୟକକୁ ସଂସଦରେ ସମର୍ଥନ କରିବା ପରେ ବିହାରରେ ନିତିଶ କୁମାରଙ୍କ ଜେଡିୟୁ ଏବେ ଉଠ ପଡ ହେଉଛି। ବିଧେୟକକୁ ନେଇ ଜେଡିୟୁ ଶୀର୍ଷ ନେତାଙ୍କ ନିଷ୍ପତ୍ତିରେ ନାରାଜ ମୁସ୍ଲିମ ନେତା ଜଣଜଣ କରି ଏବେ ଦଳ ଛାଡୁଛନ୍ତି। ଏହି ନେତାମାନେ ଜେଡିୟୁ ଉପରେ ଧର୍ମନିରପେକ୍ଷ ଭରସା ଭାଙ୍ଗିବାର ଅଭିଯୋଗ ଆଣୁଛନ୍ତି। ଏଥିରେ ଜେଡିୟୁ ଏବେ ଡ୍ୟାମେଜ କଣ୍ଟ୍ରୋଲ କରିବା ଆରମ୍ଭ କରିଦେଇଛି। ପାର୍ଟି କହିଛି ଯେ କେନ୍ଦ୍ର ସରକାରଙ୍କୁ ୫ଟି ସର୍ତ୍ତ ମନାଇବା ପରେ ବିଧେୟକକୁ ଆମେ ସଂସଦରେ ସମର୍ଥନ କରିଛୁ। ବିହାର ଜେଡିୟୁ ମୁଖପାତ୍ର ଅଞ୍ଜୁମ ଆରା ଶନିବାର ଗଣମାଧ୍ୟମକୁ କହିଛନ୍ତି ଯେ ଏହି ବିଧେୟକ ପାଇଁ ଜେଡିୟୁ ୫ଟି ସର୍ତ୍ତ ରଖିଥିଲା, ଯେଉଁଗୁଡିକୁ ୱକଫ ସଂଶୋଧନ ବିଧେୟକରେ ସ୍ୱୀକାର କରାଯାଇଛି। ଏଥିରେ ପ୍ରଥମ ସର୍ତ୍ତଟି ଥିଲା ଜମି ରାଜ୍ୟ ମାମଲା, ଏଣୁ ଆଇନରେ ଏହାକୁ ପ୍ରାଥମିକତା ଦିଆଯାଇଛି। ଦ୍ୱିତୀୟ ସର୍ତ୍ତଟି ଥିଲା ଆଇନ ଯେପରି ପୂର୍ବ ବ୍ୟାପି ନହୁଏ, ବରଂ ଆଗାମୀ ଭାବେ କାର୍ଯ୍ୟକାରୀ କରାଯାଏ। ସେହିପରି ତୃତୀୟ ସର୍ତ୍ତରେ ଯଦି କୌଣସି ଅପଞ୍ଜିକୃତ ୱକଫ ସମ୍ପତ୍ତିରେ ଧାର୍ମିକ ଅନୁଷ୍ଠାନ ଗଢା ହୋଇଯାଇଥାଏ ଏହା ସହିତ ଯେପରି ଅସଦାଚରଣ ନହୁଏ। #Live: प्रदेश कार्यालय, पटना में जद (यू) अल्पसंख्यक प्रकोष्ठ की प्रेस वार्ता। https://t.co/EAFSFadhAR— Janata Dal (United) (@Jduonline) April 5, 2025ଚତ
ପାଟନା ୫।୪: ୱକଫ ସଂଶୋଧନ ବିଧେୟକକୁ ସଂସଦରେ ସମର୍ଥନ କରିବା ପରେ ବିହାରରେ ନିତିଶ କୁମାରଙ୍କ ଜେଡିୟୁ ଏବେ ଉଠ ପଡ ହେଉଛି। ବିଧେୟକକୁ ନେଇ ଜେଡିୟୁ ଶୀର୍ଷ ନେତାଙ୍କ ନିଷ୍ପତ୍ତିରେ ନାରାଜ ମୁସ୍ଲିମ ନେତା ଜଣଜଣ କରି ଏବେ ଦଳ ଛାଡୁଛନ୍ତି। ଏହି ନେତାମାନେ ଜେଡିୟୁ ଉପରେ ଧର୍ମନିରପେକ୍ଷ ଭରସା ଭାଙ୍ଗିବାର ଅଭିଯୋଗ ଆଣୁଛନ୍ତି। ଏଥିରେ ଜେଡିୟୁ ଏବେ ଡ୍ୟାମେଜ କଣ୍ଟ୍ରୋଲ କରିବା ଆରମ୍ଭ କରିଦେଇଛି।
ପାର୍ଟି କହିଛି ଯେ କେନ୍ଦ୍ର ସରକାରଙ୍କୁ ୫ଟି ସର୍ତ୍ତ ମନାଇବା ପରେ ବିଧେୟକକୁ ଆମେ ସଂସଦରେ ସମର୍ଥନ କରିଛୁ। ବିହାର ଜେଡିୟୁ ମୁଖପାତ୍ର ଅଞ୍ଜୁମ ଆରା ଶନିବାର ଗଣମାଧ୍ୟମକୁ କହିଛନ୍ତି ଯେ ଏହି ବିଧେୟକ ପାଇଁ ଜେଡିୟୁ ୫ଟି ସର୍ତ୍ତ ରଖିଥିଲା, ଯେଉଁଗୁଡିକୁ ୱକଫ ସଂଶୋଧନ ବିଧେୟକରେ ସ୍ୱୀକାର କରାଯାଇଛି। ଏଥିରେ ପ୍ରଥମ ସର୍ତ୍ତଟି ଥିଲା ଜମି ରାଜ୍ୟ ମାମଲା, ଏଣୁ ଆଇନରେ ଏହାକୁ ପ୍ରାଥମିକତା ଦିଆଯାଇଛି। ଦ୍ୱିତୀୟ ସର୍ତ୍ତଟି ଥିଲା ଆଇନ ଯେପରି ପୂର୍ବ ବ୍ୟାପି ନହୁଏ, ବରଂ ଆଗାମୀ ଭାବେ କାର୍ଯ୍ୟକାରୀ କରାଯାଏ। ସେହିପରି ତୃତୀୟ ସର୍ତ୍ତରେ ଯଦି କୌଣସି ଅପଞ୍ଜିକୃତ ୱକଫ ସମ୍ପତ୍ତିରେ ଧାର୍ମିକ ଅନୁଷ୍ଠାନ ଗଢା ହୋଇଯାଇଥାଏ ଏହା ସହିତ ଯେପରି ଅସଦାଚରଣ ନହୁଏ।
#Live: प्रदेश कार्यालय, पटना में जद (यू) अल्पसंख्यक प्रकोष्ठ की प्रेस वार्ता। https://t.co/EAFSFadhAR— Janata Dal (United) (@Jduonline) April 5, 2025
ଚତୁର୍ଥ ସର୍ତ୍ତରେ ୱକଫ ସମ୍ପତ୍ତି ସମ୍ପର୍କିତ ବିବାଦ ସମାଧାନ ନିମନ୍ତେ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଥବା ଉପରିସ୍ଥ ଅଧିକାରୀଙ୍କ ନିଯୁକ୍ତି ଥିବା ବେଳେ ପଞ୍ଚମ ସର୍ତ୍ତରେ ୱକଫ ସମ୍ପତ୍ତିକୁ ଡିଜିଟାଲ ପୋର୍ଟାଲରେ ରେଜିଷ୍ଟ୍ରି କରିବା ପାଇଁ ବିଲରେ ଦିଆଯାଇଥିବା ୬ମାସ ସମୟକୁ ବଢାଇବାକୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାର ଏହି ସବୁ ସର୍ତ୍ତରେ ରାଜି ହେବା ସହ ବିଧେୟକ ସଂଶୋଧନ କରିବା ପରେ ଯାଇ ଜେଡିୟୁ ସାଂସଦମାନେ ସଂସଦରେ ବିଧେୟକକୁ ସମର୍ଥନ କରିଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସଂସଦରେ ୱକଫ ସଂଶୋଧନ ବିଧେୟକକୁ ପାରିତ କରିବା ପାଇଁ ଜେଡିୟୁ ସମେତ ଏନଡିଏର ସମସ୍ତ ସହଯୋଗୀ ଦଳ ସରକାରଙ୍କୁ ସମର୍ଥନ କରିଥିଲେ। ତେବେ ବିଧେୟକକୁ ସମର୍ଥନ କରିବା ଯୋଗୁ ଜେଡିୟୁର ଅନେକ ମୁସଲମାନ ନେତା ନିତିଶ କୁମାରଙ୍କ ଉପରେ ଅସନ୍ତୁଷ୍ଟ ହୋଇପଡିଛନ୍ତି। ରାଜୁ ନାୟର, ତବରେଜ ସିଦ୍ଦିକୀ ଅଲିଗ, ମହମ୍ମଦ ସାହନୱାଜ ମଲ୍ଲିକ, ମହମ୍ମଦ କାସୀମ ଅଂସାରୀ ଓ ନଦୀମ ଅଖ୍ତର ଜେଡିୟୁରୁ ଇସ୍ତଫା ଦେଇଛନ୍ତି। ଭବିଷ୍ୟତରେ ଆହୁରି ନେତା ମଧ୍ୟ ଦଳ ଛାଡି ପାରନ୍ତି।