ଜେଡିୟୁ ବୈଠକ ପରେ ହଠାତ୍‌ ଆକ୍ଟିଭ ହେଲେ ନୀତୀଶ କୁମାର

ପାଟନା,୩୦।୬: ଶନିବାର ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିଲ୍ଲୀରେ ପାର୍ଟି ଲୋକଙ୍କୁ ଭେଟିଥିଲେ। ଦିଲ୍ଲୀରେ ସେ ବିଭିନ୍ନ ରାଜ୍ୟରୁ ଜେଡିୟୁ ନେତାମାନଙ୍କୁ ଭେଟିଥିଲେ। ରବିବାର ମୁଖ୍ୟମନ୍ତ୍ରୀ ପ୍ରଥମେ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ସଭାପତିଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ରହିବା ପରେ ସେ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଜେଡିୟୁ ନେତା ରାଜୀବ ରଂଜନ ସିଂ ଓରଫ ଲଲନ ସିଂଙ୍କ ବାସଭବନରେ ପହଞ୍ଚିଥିଲେ। ଲଲନ ସିଂଙ୍କ […] The post ଜେଡିୟୁ ବୈଠକ ପରେ ହଠାତ୍‌ ଆକ୍ଟିଭ ହେଲେ ନୀତୀଶ କୁମାର appeared first on Dharitri Odia News.

ଜେଡିୟୁ ବୈଠକ ପରେ ହଠାତ୍‌ ଆକ୍ଟିଭ ହେଲେ ନୀତୀଶ କୁମାର

ପାଟନା,୩୦।୬: ଶନିବାର ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିଲ୍ଲୀରେ ପାର୍ଟି ଲୋକଙ୍କୁ ଭେଟିଥିଲେ। ଦିଲ୍ଲୀରେ ସେ ବିଭିନ୍ନ ରାଜ୍ୟରୁ ଜେଡିୟୁ ନେତାମାନଙ୍କୁ ଭେଟିଥିଲେ। ରବିବାର ମୁଖ୍ୟମନ୍ତ୍ରୀ ପ୍ରଥମେ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ସଭାପତିଙ୍କ ବାସଭବନରେ ପହଞ୍ଚିଥିଲେ।
ସେଠାରେ କିଛି ସମୟ ରହିବା ପରେ ସେ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଜେଡିୟୁ ନେତା ରାଜୀବ ରଂଜନ ସିଂ ଓରଫ ଲଲନ ସିଂଙ୍କ ବାସଭବନରେ ପହଞ୍ଚିଥିଲେ। ଲଲନ ସିଂଙ୍କ ସହ ଆଲୋଚନା କରିବା ପରେ ସେ ଦିଲ୍ଲୀର ନିଜ ବାସଭବନକୁ ଫେରିଥିଲେ। ଅପରାହ୍ନରେ ସେ ବିଭିନ୍ନ ରାଜ୍ୟରୁ ଆସିଥିବା ଜେଡିୟୁ ନେତାମାନଙ୍କୁ ଭେଟିଥିଲେ। ନିର୍ବାଚନ ବିଷୟରେ ମତାମତ ମଧ୍ୟ ନେଇଥିଲେ। ସେ ରାତି ପ୍ରାୟ ୮ଟା ସମୟରେ ପାଟନାକୁ ଫେରିଥିଲେ। ତେଣୁ ହଠାତ୍‌ ନୀତୀଶ ଏମିତି ଆକ୍ଟିଭ ହୋଇଯିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

The post ଜେଡିୟୁ ବୈଠକ ପରେ ହଠାତ୍‌ ଆକ୍ଟିଭ ହେଲେ ନୀତୀଶ କୁମାର appeared first on Dharitri Odia News.