ଜେଫ୍‌ ବେଜୋସଙ୍କ ବିବାହରେ ଅତିଥିଙ୍କୁ ଉପହାର ମନା, ମହତ ଉଦ୍ଦେଶ୍ୟରେ ଦାନ କରିବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ ୨୭।୦୬; ଇଟାଲିର ଭେନିସ୍‌ରେ ଆୟୋଜିତ ହେବାକୁ ଯାଉଛି ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ ଓ ତାଙ୍କ ଭାବୀ ପତ୍ନୀ ଲରେନ   ସାଂଚେଜଙ୍କର ବିଳାସବହୁଳ ବିବାହ ଉତ୍ସବ । ଏହି ଭବ୍ୟ ବିବାହ ପୂର୍ବରୁ ଦମ୍ପତି ସେମାନଙ୍କ ସେଲିବ୍ରିଟି ଅତିଥିଙ୍କୁ ସ୍ୱତନ୍ତ୍ର   ଉପହାର ଅନୁରୋଧ କରିଛନ୍ତି । ନିକଟରେ ବେଜୋସଙ୍କ ବିବାହ ନିମନ୍ତ୍ରଣ ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚାର କେନ୍ଦ୍ର ହୋଇଛି ।  ଏଥିରେ ଦମ୍ପତି ଉପହାର ନ ଆଣିବାକୁ ଆମନ୍ତ୍ରିତ ଅତିଥିଙ୍କୁ ଅନୁରୋଧ କରିଛନ୍ତି । ଉଭୟ ଅତିଥିଙ୍କୁ ଏକ ଖାସ୍‌  ଅନୁରୋଧ କରିଛନ୍ତି। ଉପହାର ବଦଳରେ କିଛି ମହତ ଉଦ୍ଦେଶ୍ୟରେ ଅର୍ଥ ଦାନ କରିବାକୁ ଏହି ଯୋଡ଼ି କହିଛନ୍ତି । ବେଜୋସ-ଲରେନ୍‌ଙ୍କ ବିବାହ ନିମନ୍ତ୍ରଣରେ ଉଲ୍ଲେଖ ହୋଇଛି ‘ଆପଣଙ୍କ ଯୋଗଦାନକୁ ନେଇ ମେ ଉତ୍ସାହିତ!  ଆମର କେବଳ ଗୋଟିଏ ଅନୁରୋଧ: ଦୟାକରି ଉପହାର ଆଣନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣଙ୍କ ସମ୍ମାନରେ  ଆମେ ଦାନର ବ୍ୟବସ୍ଥା କରୁଛୁ । ଭେନିସ୍‌ରେ ଆମ ସହ ଏହି ଯାତ୍ରାରେ ଖୁସି ହେବା ପାଇଁ ଆପଣଙ୍କ ପାଖରେ  ଆମେ କୃତଜ୍ଞ । ଆପଣଙ୍କ ତରଫରୁ ଦାନ ରାଶି ୟୁନେସ୍କୋ ଭେନିସ୍‌ ଅଫିସ୍‌କୁ ପଠାଯିବ, ଯାହା ସହରର ସାଂସ୍କୃତିକ  ଐତିହ୍ୟ କୋରିଲାକୁ ସୁରକ୍ଷା ପ୍ରଦାନ କରିବ ଏବଂ ଭେନିସ୍‌ର ଭବିଷ୍ୟତକୁ ସୁରକ୍ଷା ଦେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ  ଲାଗୁନର ସଂରକ୍ଷଣରେ ସହାୟକ ହେବ।  ସ୍ଥାୟୀ ସମାଧାନ ପାଇଁ ଅନୁସନ୍ଧାନ ଓ ଶିକ୍ଷାକୁ  ସମ

ଜେଫ୍‌ ବେଜୋସଙ୍କ ବିବାହରେ ଅତିଥିଙ୍କୁ ଉପହାର ମନା, ମହତ ଉଦ୍ଦେଶ୍ୟରେ ଦାନ କରିବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ ୨୭।୦୬; ଇଟାଲିର ଭେନିସ୍‌ରେ ଆୟୋଜିତ ହେବାକୁ ଯାଉଛି ଆମାଜନ୍‌ ପ୍ରତିଷ୍ଠାତା ଜେଫ୍‌ ବେଜୋସ ଓ ତାଙ୍କ ଭାବୀ ପତ୍ନୀ ଲରେନ   ସାଂଚେଜଙ୍କର ବିଳାସବହୁଳ ବିବାହ ଉତ୍ସବ । ଏହି ଭବ୍ୟ ବିବାହ ପୂର୍ବରୁ ଦମ୍ପତି ସେମାନଙ୍କ ସେଲିବ୍ରିଟି ଅତିଥିଙ୍କୁ ସ୍ୱତନ୍ତ୍ର   ଉପହାର ଅନୁରୋଧ କରିଛନ୍ତି । ନିକଟରେ ବେଜୋସଙ୍କ ବିବାହ ନିମନ୍ତ୍ରଣ ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚାର କେନ୍ଦ୍ର ହୋଇଛି ।  ଏଥିରେ ଦମ୍ପତି ଉପହାର ନ ଆଣିବାକୁ ଆମନ୍ତ୍ରିତ ଅତିଥିଙ୍କୁ ଅନୁରୋଧ କରିଛନ୍ତି । ଉଭୟ ଅତିଥିଙ୍କୁ ଏକ ଖାସ୍‌  ଅନୁରୋଧ କରିଛନ୍ତି। 

ଉପହାର ବଦଳରେ କିଛି ମହତ ଉଦ୍ଦେଶ୍ୟରେ ଅର୍ଥ ଦାନ କରିବାକୁ ଏହି ଯୋଡ଼ି କହିଛନ୍ତି । ବେଜୋସ-ଲରେନ୍‌ଙ୍କ ବିବାହ ନିମନ୍ତ୍ରଣରେ ଉଲ୍ଲେଖ ହୋଇଛି ‘ଆପଣଙ୍କ ଯୋଗଦାନକୁ ନେଇ ମେ ଉତ୍ସାହିତ!  ଆମର କେବଳ ଗୋଟିଏ ଅନୁରୋଧ: ଦୟାକରି ଉପହାର ଆଣନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣଙ୍କ ସମ୍ମାନରେ  ଆମେ ଦାନର ବ୍ୟବସ୍ଥା କରୁଛୁ । ଭେନିସ୍‌ରେ ଆମ ସହ ଏହି ଯାତ୍ରାରେ ଖୁସି ହେବା ପାଇଁ ଆପଣଙ୍କ ପାଖରେ  ଆମେ କୃତଜ୍ଞ । ଆପଣଙ୍କ ତରଫରୁ ଦାନ ରାଶି ୟୁନେସ୍କୋ ଭେନିସ୍‌ ଅଫିସ୍‌କୁ ପଠାଯିବ, ଯାହା ସହରର ସାଂସ୍କୃତିକ  ଐତିହ୍ୟ କୋରିଲାକୁ ସୁରକ୍ଷା ପ୍ରଦାନ କରିବ ଏବଂ ଭେନିସ୍‌ର ଭବିଷ୍ୟତକୁ ସୁରକ୍ଷା ଦେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ  ଲାଗୁନର ସଂରକ୍ଷଣରେ ସହାୟକ ହେବ।  

ସ୍ଥାୟୀ ସମାଧାନ ପାଇଁ ଅନୁସନ୍ଧାନ ଓ ଶିକ୍ଷାକୁ  ସମର୍ଥନ ଦେବା ଉଦ୍ଦେଶ୍ୟରେ ଭେନିସ୍‌  ଇଣ୍ଟରନ୍ୟାସନାଲ ୟୁନିର୍ଭସିଟିକୁ ମଧ୍ୟ ଦାନ  ଅର୍ଥ ପ୍ରଦାନ କରାଯିବ । ଏହି ଯାଦୁକରୀ  ସ୍ଥଳୀ ଆମକୁ ଅଭୁଲା ସ୍ମୃତି ଦେଇଛି ।  ଏହି ପ୍ରୟାସ ଓ ଆପଣଙ୍କ ଯୋଗଦାନ  ଜରିଆରେ ଭେନିସ୍‌ ଆଗାମି ପିଢ଼ିଙ୍କ ପାଇଁ  ଚମତ୍କାର ପ୍ରେରଣା ହେବ ବୋଲି ଆମର  ଆଶା । ବେଜୋସ ଓ ଲରେନଙ୍କ ବିବାହ  ଉତ୍ସବ ଗତ ୨୬ ତାରିଖରୁ ଆରମ୍ଭ ହୋଇ  ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୭  ତାରିଖ ଅର୍ଥାତ୍‌ ଆଜି ବିବାହ ଅନୁଷ୍ଠିତ ହେବ ।  ଉଭୟଙ୍କ ବିବାହ ଖର୍ଚ୍ଚ ୯.୫ରୁ ୧୧ ନିୟୁତ  ଡଲାର ବୋଲି ଚର୍ଚ୍ଚା ହେଉଛି