ଜେଲରୁ ମୁକୁଳିଲେ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ଅଭିଯୁକ୍ତ, ହିନ୍ଦୁ ସଂଗଠନ କଲେ ଭବ୍ୟ ସ୍ଵାଗତ
ବେଙ୍ଗାଲୁରୁ: ସାମାଜିକ କର୍ମୀ ତଥା ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାର ଦୁଇ ଅଭିଯୁକ୍ତଙ୍କୁ ନିଜ ଅଞ୍ଚଳରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବହୁ ଚର୍ଚ୍ଚିତ ଏହି କେସ୍ରେ ଦୁଇ ଅଭିଯୁକ୍ତଙ୍କୁ ଅକ୍ଟୋବର ୯ ତାରିଖରେ ସ୍ଵତନ୍ତ୍ର କୋର୍ଟରୁ ଜାମିନ ମିଳିଥିଲା। ପର୍ଶୁରାମ ଓ୍ଵାଗମୋର ଓ ମନୋହର ଯାଦବେ ଜେଲ୍ରେ ୬ ବର୍ଷ ରହିବା ପରେ ଅକ୍ଟୋବର ୯ ତାରିଖରେ ବେଙ୍ଗାଲୁରୁ ସେସନ କୋର୍ଟରୁ ଜାମିନ ମିଳିଥିଲା। ଏହା ପରେ ଅକ୍ଟୋବର ୧୧ରେ ଉଭୟ ପରପ୍ପାନା ଆଗ୍ରାହର ଜେଲ୍ରୁ ମୁକୁଳିଥିଲେ। ନିଜ ସହର ବିଜୟପୁରା ଫେରିବା ପରେ ଉଭୟଙ୍କୁ ସ୍ଥାନୀୟ ହିନ୍ଦୁ ସମର୍ଥକ ଓ ସଂଗଠନ ଦ୍ଵାରା ଉପକୌଢନ ଓ ଫୁଲମାଳ ପିନ୍ଧା ଯାଇ ଭବ୍ୟ ସ୍ଵାଗତ ଜଣା ଯାଇଛି।ଏହା ପରେ ଦୁହେଁ ଛତ୍ରପତି ଶିବାଜୀ ମୂର୍ତ୍ତି ନିକଟକୁ ଯାଇ ପୁଷ୍ପମାର୍ଲ୍ୟ ଅର୍ପଣ କରିଥିଲେ। ପୁଣି ପୂଜାର୍ଚ୍ଚନା ପାଇଁ କାଲିକା ମନ୍ଦିର ଯାଇଥିଲେ। ବିଜୟପୁରାରେ ସମର୍ଥକମାନେ ପର୍ଶୁରାମ ଓ୍ଵାଗମୋର ଓ ମନୋହର ଯାଦବେଙ୍କୁ ବିପୁଳ ସ୍ଵାଗତ ସମ୍ବନ୍ଧନା ଜଣାଇବା ସହ ଉଭୟଙ୍କ ଗିରଫଦାରୀକୁ ଭୁଲ୍ ବୋଲି କହିଥିଲେ। ପର୍ଶୁରାମ ଓ୍ଵାଗମୋର ଓ ମନୋହର ଯାଦବେଙ୍କ ବ୍ୟତୀତ ଏହି ମାମଲାରେ ଅମୋଲ କାଲେ, ରାଜେଶ ଡି ବନଗେରା, ବାସୁଦେବ ସୂର୍ଯ୍ୟବଂଶୀ, ଋଷିକେଶ ଦେଭଡେକର, ଗଣେଶ ମିସକିନ ଓ ଅମିତ ରାମଚନ୍ଦ୍ର ବଡିଙ୍କୁ ମଧ୍ୟ ଅକ୍ଟୋବର ୯ ତାରିଖରେ ଜାମିନ ମିଳିଥିଲା। ଜଣେ ବିଶିଷ୍ଟ ହିନ୍ଦ
ବେଙ୍ଗାଲୁରୁ: ସାମାଜିକ କର୍ମୀ ତଥା ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ମାମଲାର ଦୁଇ ଅଭିଯୁକ୍ତଙ୍କୁ ନିଜ ଅଞ୍ଚଳରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବହୁ ଚର୍ଚ୍ଚିତ ଏହି କେସ୍ରେ ଦୁଇ ଅଭିଯୁକ୍ତଙ୍କୁ ଅକ୍ଟୋବର ୯ ତାରିଖରେ ସ୍ଵତନ୍ତ୍ର କୋର୍ଟରୁ ଜାମିନ ମିଳିଥିଲା।
ପର୍ଶୁରାମ ଓ୍ଵାଗମୋର ଓ ମନୋହର ଯାଦବେ ଜେଲ୍ରେ ୬ ବର୍ଷ ରହିବା ପରେ ଅକ୍ଟୋବର ୯ ତାରିଖରେ ବେଙ୍ଗାଲୁରୁ ସେସନ କୋର୍ଟରୁ ଜାମିନ ମିଳିଥିଲା। ଏହା ପରେ ଅକ୍ଟୋବର ୧୧ରେ ଉଭୟ ପରପ୍ପାନା ଆଗ୍ରାହର ଜେଲ୍ରୁ ମୁକୁଳିଥିଲେ। ନିଜ ସହର ବିଜୟପୁରା ଫେରିବା ପରେ ଉଭୟଙ୍କୁ ସ୍ଥାନୀୟ ହିନ୍ଦୁ ସମର୍ଥକ ଓ ସଂଗଠନ ଦ୍ଵାରା ଉପକୌଢନ ଓ ଫୁଲମାଳ ପିନ୍ଧା ଯାଇ ଭବ୍ୟ ସ୍ଵାଗତ ଜଣା ଯାଇଛି।ଏହା ପରେ ଦୁହେଁ ଛତ୍ରପତି ଶିବାଜୀ ମୂର୍ତ୍ତି ନିକଟକୁ ଯାଇ ପୁଷ୍ପମାର୍ଲ୍ୟ ଅର୍ପଣ କରିଥିଲେ। ପୁଣି ପୂଜାର୍ଚ୍ଚନା ପାଇଁ କାଲିକା ମନ୍ଦିର ଯାଇଥିଲେ।
ବିଜୟପୁରାରେ ସମର୍ଥକମାନେ ପର୍ଶୁରାମ ଓ୍ଵାଗମୋର ଓ ମନୋହର ଯାଦବେଙ୍କୁ ବିପୁଳ ସ୍ଵାଗତ ସମ୍ବନ୍ଧନା ଜଣାଇବା ସହ ଉଭୟଙ୍କ ଗିରଫଦାରୀକୁ ଭୁଲ୍ ବୋଲି କହିଥିଲେ। ପର୍ଶୁରାମ ଓ୍ଵାଗମୋର ଓ ମନୋହର ଯାଦବେଙ୍କ ବ୍ୟତୀତ ଏହି ମାମଲାରେ ଅମୋଲ କାଲେ, ରାଜେଶ ଡି ବନଗେରା, ବାସୁଦେବ ସୂର୍ଯ୍ୟବଂଶୀ, ଋଷିକେଶ ଦେଭଡେକର, ଗଣେଶ ମିସକିନ ଓ ଅମିତ ରାମଚନ୍ଦ୍ର ବଡିଙ୍କୁ ମଧ୍ୟ ଅକ୍ଟୋବର ୯ ତାରିଖରେ ଜାମିନ ମିଳିଥିଲା।
ଜଣେ ବିଶିଷ୍ଟ ହିନ୍ଦୁ ନେତା ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ଆଜି ବିଜୟାଦଶମୀ। ଆମ ସଭିଙ୍କ ପାଇଁ ବିଶେଷ ଦିନ। ଆମେ ପର୍ଶୁରାମ ଓ୍ଵାଗମୋର ଓ ମନୋହର ଯାଦବେଙ୍କୁ ସ୍ଵାଗତ ଜଣାଇଲୁ ଯାହାଙ୍କୁ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ମାମଲାରେ ବେଆଇନ ଭାବେ ଗିରଫ କରି ୬ ବର୍ଷ ଜେଲ୍ରେ ରଖାଯାଇଥିଲା। ପ୍ରକୃତ ଦୋଷୀ ଏ ପର୍ଯ୍ୟନ୍ତ ଧରା ପଡ଼ି ନାହାନ୍ତି। କିନ୍ତୁ ଏମାନଙ୍କୁ ଏଥିପାଇଁ ଟାର୍ଗେଟ୍ କରାଗଲା କାରଣ ଏମାନେ ହିନ୍ଦୁ କାର୍ଯ୍ୟକର୍ତ୍ତା ଥିଲେ। ସେମାନଙ୍କ ପରିବାରକୁ ଅନେକ କଷ୍ଟ ସହିବାକୁ ପଡ଼ିଛି ଏବଂ ଏହି ଅନ୍ୟାୟକୁ ଗମ୍ଭୀର ଭାବେ ଆତ୍ମ ନୀରିକ୍ଷଣ କରାଯିବାର ଆବଶ୍ୟକତା ରହିଛି।