ଜେଲେନସ୍କି କରାଇ ଥିଲେ ପୁଟିନଙ୍କ ହେଲିକପ୍ଟରରେ ଡ୍ରୋନ୍ ହମଲା, ରୁଷ୍ର ବଡ଼ ଦାବି
ନୂଆଦିଲ୍ଲୀ : ରୁଷ୍ ରବିବାର ( ୨୫ମେ, ୨୦୨୫) ଏକ ବଡ଼ ଅଭିଯୋଗ କରିଛି। କହିଛି ଯେ, ୟୁକ୍ରେନ୍ ରାଷ୍ଟ୍ରପତି ପୁଟିନଙ୍କ ହେଲିକପ୍ଟର ଉପରେ ଡ୍ରୋନ୍ ଆକ୍ରମଣ କରିଛନ୍ତି। ରୁଷ୍ ପକ୍ଷର ଅଭିଯୋଗ ଯେ, ଏହି ସପ୍ତାହରେ କୁର୍ସ୍କ ଗସ୍ତ ବେଳେ ପୁଟିନଙ୍କ ହେଲିକପ୍ଟର ଡ୍ରୋନ୍ ହମଲା ମଧ୍ୟରେ ଆସିଥିଲା ଏବଂ ତଥାପି ଉଡ଼ି ଥିଲା। ରୁଷୀୟ ଏୟାର ଡିଫେନ୍ସ ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ସୁନିଶ୍ଚିତ କରିଛି।କେତେବେଳେ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସ୍ତ୍ରବରତି ପାଇଁ ପ୍ରସ୍ତୁତ ହୋଇ ଯାନ୍ତି ତ କେବେ ୟୁକ୍ରେନ ଉପରେ ଜୋରଦାର ହମଲା କରି ଦିଅନ୍ତି। ରୁଷୀୟ ସେନା ଶନିବାର ( ୨୪ ମେ, ୨୦୨୫) ରାତିରେ ୟୁକ୍ରେନ ଉପରେ ଏବେସୁଦ୍ଧା ସବୁଠୁ ବଡ଼ ଡ୍ରୋନ୍ ଓ ମିସାଇଲ ହମଲା କରିଥିଲା। ଏହି ହମଲା ଏମିତି ସମୟରେ ହୋଇଛି, ଯେବେ ଗୋଟିଏ ଦିନ ପୂର୍ବରୁ ହିଁ ଦୁଇ ଦେଶ ମଧ୍ୟରେ ବନ୍ଧକଙ୍କ ଅଦଳ ବଦଳ ହୋଇଥିଲା।ଏହି ହମଲା ଏଥିପାଇଁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ଯେ, ଭ୍ଲାଦିମିର ପୁଟିନ ମାନବୀୟ ଆଧାରରେ ୨ଥର ଅସ୍ତ୍ରବିରତି କରି ସାରିଛନ୍ତି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ୱର ଅନେକ ଦେଶ ଲଗାତାର ରୁଷ୍-ୟୁକ୍ରେନଙ୍କ ମଧ୍ୟରେ ଯୁଦ୍ଧବିରତି କରାଇବାକୁ ଚେଷ୍ଟା କରୁଛନ୍ତି। ଶନିବାର କରାଯାଇ ଥିବା ଡ୍ରୋନ୍ ହମଲାରେ ରୁଷ୍ , ୟୁକ୍ରେନର ରାଜଧାନୀ କିଭ୍ ସମେତ ବଡ଼ ବଡ଼ ସ୍ଥାନକୁ ଟାର୍ଗେଟ୍ କରିଥିଲା। ୟୁକ୍ରେନର ଜାହାଜକୁ
ନୂଆଦିଲ୍ଲୀ : ରୁଷ୍ ରବିବାର ( ୨୫ମେ, ୨୦୨୫) ଏକ ବଡ଼ ଅଭିଯୋଗ କରିଛି। କହିଛି ଯେ, ୟୁକ୍ରେନ୍ ରାଷ୍ଟ୍ରପତି ପୁଟିନଙ୍କ ହେଲିକପ୍ଟର ଉପରେ ଡ୍ରୋନ୍ ଆକ୍ରମଣ କରିଛନ୍ତି। ରୁଷ୍ ପକ୍ଷର ଅଭିଯୋଗ ଯେ, ଏହି ସପ୍ତାହରେ କୁର୍ସ୍କ ଗସ୍ତ ବେଳେ ପୁଟିନଙ୍କ ହେଲିକପ୍ଟର ଡ୍ରୋନ୍ ହମଲା ମଧ୍ୟରେ ଆସିଥିଲା ଏବଂ ତଥାପି ଉଡ଼ି ଥିଲା। ରୁଷୀୟ ଏୟାର ଡିଫେନ୍ସ ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ସୁନିଶ୍ଚିତ କରିଛି।
କେତେବେଳେ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସ୍ତ୍ରବରତି ପାଇଁ ପ୍ରସ୍ତୁତ ହୋଇ ଯାନ୍ତି ତ କେବେ ୟୁକ୍ରେନ ଉପରେ ଜୋରଦାର ହମଲା କରି ଦିଅନ୍ତି। ରୁଷୀୟ ସେନା ଶନିବାର ( ୨୪ ମେ, ୨୦୨୫) ରାତିରେ ୟୁକ୍ରେନ ଉପରେ ଏବେସୁଦ୍ଧା ସବୁଠୁ ବଡ଼ ଡ୍ରୋନ୍ ଓ ମିସାଇଲ ହମଲା କରିଥିଲା। ଏହି ହମଲା ଏମିତି ସମୟରେ ହୋଇଛି, ଯେବେ ଗୋଟିଏ ଦିନ ପୂର୍ବରୁ ହିଁ ଦୁଇ ଦେଶ ମଧ୍ୟରେ ବନ୍ଧକଙ୍କ ଅଦଳ ବଦଳ ହୋଇଥିଲା।
ଏହି ହମଲା ଏଥିପାଇଁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ଯେ, ଭ୍ଲାଦିମିର ପୁଟିନ ମାନବୀୟ ଆଧାରରେ ୨ଥର ଅସ୍ତ୍ରବିରତି କରି ସାରିଛନ୍ତି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ୱର ଅନେକ ଦେଶ ଲଗାତାର ରୁଷ୍-ୟୁକ୍ରେନଙ୍କ ମଧ୍ୟରେ ଯୁଦ୍ଧବିରତି କରାଇବାକୁ ଚେଷ୍ଟା କରୁଛନ୍ତି। ଶନିବାର କରାଯାଇ ଥିବା ଡ୍ରୋନ୍ ହମଲାରେ ରୁଷ୍ , ୟୁକ୍ରେନର ରାଜଧାନୀ କିଭ୍ ସମେତ ବଡ଼ ବଡ଼ ସ୍ଥାନକୁ ଟାର୍ଗେଟ୍ କରିଥିଲା। ୟୁକ୍ରେନର ଜାହାଜକୁ ରୁଷ୍ର ମିସାଇଲ ଓଡେଶା ପୋର୍ଟରେ ବୁଡାଇ ଦେଇଥିଲା। ରୁଷ୍ର ଦାବି କି , ଏହି ଜାହାଜରେ ଗୋଳା – ବାରୁଦ ଭରି ରହିଥିଲା।
ରୁଷ୍ ଶନିବାର ୟୁକ୍ରେନର ରାଜଧାନୀ କିଭ୍ ସହିତ ଅନେକ ଅଞ୍ଚଳରେ ମିସାଇଲ ଓ ଡ୍ରୋନ୍ସରେ ହମଲା କରିଥିଲ।। ସଦ୍ୟ ରୁଷ୍ ଓ ୟୁକ୍ରେନ ମଧ୍ୟରେ ବହୁ ସଂଖ୍ୟାରେ କଏଦୀଙ୍କ ଅଦଳ ବଦଳ କରାଯାଇଛି। ୟୁକ୍ରେନର ଅଧିକାରୀଙ୍କ ମୁତାବିକ ରୁଷ୍ର ବିମାନ ହମଲାରେ ଅତି କମ୍ରେ ୧୨ଜଣ ଲୋକଙ୍କ ଜୀବନ ଯାଇଛି , ଯେଉଁଥିରେ ଛୋଟ ପିଲା ବି ସାମିଲ ଅଛନ୍ତି। ଏହା ବ୍ୟତୀତ ଏହି ହମଲାରେ ବହୁ ସଂଖ୍ୟାରେ ଲୋକେ ଆହତ ମଧ୍ୟ ହୋଇଛନ୍ତି।
ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଅସ୍ତ୍ରବିରତି ପାଇଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚାପ ବଢୁଛି। ଏହି ମଧ୍ୟରେ ୟୁକ୍ରେନ ଉପରେ ଏବେସୁଦ୍ଧା ସବୁଠୁ ବଡ଼ ଓ ଆକ୍ରମଣାତ୍ମକ ଏୟାର ଷ୍ଟ୍ରାଇକ୍କୁ ସଫଳ କରିଛି ରୁଷ୍ ଏବଂ ସେ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଛି।