ଜେଲେନସ୍କିଙ୍କ ମାଷ୍ଟର ପ୍ଲାନରେ ଉଡ଼ିଲା ପୁଟିନଙ୍କ ହୋସ୍ ; ୟୁକ୍ରେନରୁ ଫେରାଇ ଆଣିଲେ ହଜାରେ ସୈନିକ
ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଚମକାଇ ଦେଲା ଭଳି ଖବର ସାମ୍ନାକୁ ଆସିଛି । ଗତ ସପ୍ତାହରେ ୟୁକ୍ରେନ ସେନା ଋଷ୍ ଉପରେ ଜୋରଦାର ହମଲା କରିଛି । ଯାହାକୁ ନେଇ କେବଳ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଚିନ୍ତା ବଢିନାହିଁ, ବରଂ ପଶ୍ଚିମ ଦେଶମାନେ ଅଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ୟୁକ୍ରେନ ଏହି ହମଲା ପରେ ମସ୍କୋ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି ଏବଂ କୁସର୍କ କ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ବଡ଼ ପଦକ୍ଷେପ ଉଠାଇଛି ।ଆମେରିକା ଗୁଇନ୍ଦା ସୂତ୍ର ଅନୁସାରେ, ୟୁକ୍ରେନ ସୈନ୍ୟ କୁସର୍କ କ୍ଷେତ୍ରରେ ଜୋରଦାର ଆକ୍ରମଣ କରିଛନ୍ତି । ଫଳରେ ଋଷ୍ ନିଜର ହଜାରେରୁ ଅଧିକ ସୈନ୍ୟଙ୍କୁ ଫେରାଇ ଆଣିବାକୁ ବାଧ୍ୟ ହୋଇଛି । ଏମାନଙ୍କୁ ଏବେ ଋଷର ପୂର୍ବ ମୋର୍ଚ୍ଚାରେ ମୁତୟନ କରାଯାଇଛି । କୁସର୍କ ଉପରେ ୟୁକ୍ରେନର ଭୀଷଣ ହମଲା ଋଷକୁ ବଡ଼ ଝଟକା ଲାଗିଛି । ଏହି ଆକ୍ରମଣ ପରେ ମସ୍କୋ ଏହି ସ୍ଥାନରେ ହଜାରେରୁ ଅଧିକ ସୈନ୍ୟଙ୍କ ଏକ ଟ୍ରୁପକୁ ମୁତୟନ କରିଛି । ଆମେରିକା ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଋଷର କୁସର୍କ ଅଞ୍ଚଳ ପ୍ରାୟ ୩୮୬ ବର୍ଗ ମାଇଲ୍ କ୍ଷେତ୍ର କବଜା କରିଛି । ୟୁକ୍ରେନୀୟ ସେନା ଋଷ୍ ପ୍ରମୁଖ ସୈନ୍ୟ ଆଡ୍ଡା ଖାର୍କୀବ, ପୋକ୍ରୋବକ୍ସ ଏବଂ ତୋରେତସ୍କରୁ ଋଷ୍ ସେନାକୁ ବେଦଖଲ କରି ଦେଇଥିଲେ । ଏହାକୁ ନେଇ ଋଷର ଚିନ୍ତା ବଢ଼ିଯାଇଛି । ଆମେରିକା ହ୍ବାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି, ଋଷର
ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଚମକାଇ ଦେଲା ଭଳି ଖବର ସାମ୍ନାକୁ ଆସିଛି । ଗତ ସପ୍ତାହରେ ୟୁକ୍ରେନ ସେନା ଋଷ୍ ଉପରେ ଜୋରଦାର ହମଲା କରିଛି । ଯାହାକୁ ନେଇ କେବଳ ଋଷ୍ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଚିନ୍ତା ବଢିନାହିଁ, ବରଂ ପଶ୍ଚିମ ଦେଶମାନେ ଅଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ୟୁକ୍ରେନ ଏହି ହମଲା ପରେ ମସ୍କୋ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି ଏବଂ କୁସର୍କ କ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ବଡ଼ ପଦକ୍ଷେପ ଉଠାଇଛି ।
ଆମେରିକା ଗୁଇନ୍ଦା ସୂତ୍ର ଅନୁସାରେ, ୟୁକ୍ରେନ ସୈନ୍ୟ କୁସର୍କ କ୍ଷେତ୍ରରେ ଜୋରଦାର ଆକ୍ରମଣ କରିଛନ୍ତି । ଫଳରେ ଋଷ୍ ନିଜର ହଜାରେରୁ ଅଧିକ ସୈନ୍ୟଙ୍କୁ ଫେରାଇ ଆଣିବାକୁ ବାଧ୍ୟ ହୋଇଛି । ଏମାନଙ୍କୁ ଏବେ ଋଷର ପୂର୍ବ ମୋର୍ଚ୍ଚାରେ ମୁତୟନ କରାଯାଇଛି । କୁସର୍କ ଉପରେ ୟୁକ୍ରେନର ଭୀଷଣ ହମଲା ଋଷକୁ ବଡ଼ ଝଟକା ଲାଗିଛି । ଏହି ଆକ୍ରମଣ ପରେ ମସ୍କୋ ଏହି ସ୍ଥାନରେ ହଜାରେରୁ ଅଧିକ ସୈନ୍ୟଙ୍କ ଏକ ଟ୍ରୁପକୁ ମୁତୟନ କରିଛି ।
ଆମେରିକା ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଋଷର କୁସର୍କ ଅଞ୍ଚଳ ପ୍ରାୟ ୩୮୬ ବର୍ଗ ମାଇଲ୍ କ୍ଷେତ୍ର କବଜା କରିଛି । ୟୁକ୍ରେନୀୟ ସେନା ଋଷ୍ ପ୍ରମୁଖ ସୈନ୍ୟ ଆଡ୍ଡା ଖାର୍କୀବ, ପୋକ୍ରୋବକ୍ସ ଏବଂ ତୋରେତସ୍କରୁ ଋଷ୍ ସେନାକୁ ବେଦଖଲ କରି ଦେଇଥିଲେ । ଏହାକୁ ନେଇ ଋଷର ଚିନ୍ତା ବଢ଼ିଯାଇଛି । ଆମେରିକା ହ୍ବାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି, ଋଷର କିଛି ୟୁନିଟ୍ ୟୁକ୍ରେନର ଆଖପାଖ କୁସର୍କ କ୍ଷେତ୍ରରେ ପୁନଃ ଅବସ୍ଥାପିତ କରାଯାଇଛି । ....