ୟୁଟ୍ୟୁବର ଜ୍ୟୋତିଙ୍କ ବାନ୍ଧବୀ ପ୍ରିୟଙ୍କାଙ୍କୁ ପୋଲିସର ମାରାଥନ୍ ଜେରା
ପୁରୀ,୧୮।୫( ଅଜିତ୍ କୁମାର ମହାନ୍ତି): ପାକିସ୍ତାନର ସ୍ପାଏ ଭାବେ କାର୍ଯ୍ୟ କରୁଥିବା ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ପୋଲିସ ତନାଘନା ଆରମ୍ଭ କରିଛି l ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ତାଙ୍କର ପୁରୀ ସହ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ବୁଲିବାକୁ ଆସିଥିଲେ। ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ। ଏପରିକି ପୁରୀରେ […] The post ୟୁଟ୍ୟୁବର ଜ୍ୟୋତିଙ୍କ ବାନ୍ଧବୀ ପ୍ରିୟଙ୍କାଙ୍କୁ ପୋଲିସର ମାରାଥନ୍ ଜେରା appeared first on Dharitri Odia News.
ପୁରୀ,୧୮।୫( ଅଜିତ୍ କୁମାର ମହାନ୍ତି): ପାକିସ୍ତାନର ସ୍ପାଏ ଭାବେ କାର୍ଯ୍ୟ କରୁଥିବା ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ପୋଲିସ ତନାଘନା ଆରମ୍ଭ କରିଛି l ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ତାଙ୍କର ପୁରୀ ସହ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ବୁଲିବାକୁ ଆସିଥିଲେ। ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ। ଏପରିକି ପୁରୀରେ ପ୍ରିୟଙ୍କା ସେନାପତିଙ୍କ ସହ ବନ୍ଧୁତା କରିଥିଲେ l
ବାନ୍ଧବୀ ପ୍ରିୟଙ୍କା ଜ୍ୟୋତିଙ୍କ ସାଙ୍ଗରେ ପାକିସ୍ତାନ ବୁଲିଛନ୍ତି। ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଶଙ୍କା ବଢ଼ିଛି । ପ୍ରିୟଙ୍କା ମଧ୍ୟ ପୂର୍ବରୁ ପାକିସ୍ତାନ ଯାଇ ଅନେକ ଭିଡିଓ ସୋସିଆଲ ମିଡି ଆରେ ସେୟାର କରିଛନ୍ତି। ଏହି ସମ୍ପର୍କରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଛି।
ପ୍ରିୟଙ୍କା ପୁରୀ ଶ୍ରୀମନ୍ଦିର ନିକଟ କାଳିକାଦେବୀ ସାହିର ବାସିନ୍ଦା ଅଟନ୍ତି । ତେବେ ଏ ନେଇ ପ୍ରିୟଙ୍କାଙ୍କ ବାପା କହିଛନ୍ତି, ମୋ ଝିଅ କେବଳ ଅନଲାଇନରେ ସାଙ୍ଗ ହୋଇଛି ଏବଂ ଆମେ ଏସମସ୍ତ ଘଟଣାରେ ପୋଲିସକୁ ତଦନ୍ତରେ ସହଯୋଗ କରିବୁ ବୋଲି କହିଛନ୍ତି। ପ୍ରିୟଙ୍କାଙ୍କ ବାପା ରାଜ କିଶୋର ସେନାପତି l ସେହିପରି ଜ୍ୟୋତିଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ପ୍ରିୟଙ୍କା ନିଜ ଇନ୍ଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ୟୁଟ୍ୟୁବ ମାଧ୍ୟମରେ ମୁଁ ଜ୍ୟୋତିଙ୍କୁ ଚିହ୍ନିଥିଲି। ତାଙ୍କ ସମ୍ପର୍କରେ ମୁଁ ଏତେ ମାତ୍ରାରେ ଅବଗତ ନ ଥିଲି। ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ମୁଁ ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସି ନ ଥାନ୍ତି।
ତାଙ୍କ ସମ୍ପର୍କରେ ଏସବୁ ଜାଣିବା ପରେ ଏବେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି। ଯଦି କୌଣସି ତଦନ୍ତକାରୀ ସଂସ୍ଥା ମୋତେ ପ୍ରଶ୍ନ ପଚାରନ୍ତି ତେବେ ମୁଁ ସମ୍ପୂର୍ଣ ସହଯୋଗ କରିବି। ଅନ୍ୟପଟେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଏବଂ ସାହି ବାସିନ୍ଦାଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଘଟଣାର ଉପଯୁକ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l
ସେହିପରି ପୁରୀ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେବା ସହ ଘଟଣା ର ତଦନ୍ତ କରାଯାଉଥିବା ପୁରୀ ଏସ୍ପି ପ୍ରତିକ୍ରିୟା ରଖିଛନ୍ତି l ଘଟଣାର ସବୁ ଦିଗକୁ ନେଇ ତଦନ୍ତ ହେଉଛି। ରାଜ୍ୟ ଏବଂ କେନ୍ଦ୍ର ଗୋଇନ୍ଦା ବିଭାଗ ସହ ଆମେ ଯୋଗାଯୋଗରେ ଅଛୁ। ତଦନ୍ତ ପରେ ସବୁ କଥା ସାମ୍ନାକୁ ଆସିବ।
ରଥଯାତ୍ରା ପାଇଁ ୟୁଟୁବରମାନଙ୍କୁ କଟକଣା ସମ୍ପର୍କରେ ଜିଲା ପ୍ରଶାସନ ସହ ଆଲୋଚନା ହେବ । ପ୍ରିୟଙ୍କା ସେନାପତିଙ୍କୁ ଜେରା ଚାଲିଛି। ଜ୍ୟୋତି ମାଲୋହୋତ୍ରାଙ୍କ ଘଟଣା ସମ୍ପର୍କରେ ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛୁ। ଘଟଣାକୁ ଗୁରୁତର ସହ ନେଇଛୁ। ସାଇବର ଏକ୍ସପର୍ଟଙ୍କ ପରାମର୍ଶ ନିଆଯିବ ବୋଲି ଏସ୍ପି କହିଛନ୍ତି l
ସିଟି ଡିଏସ୍ପିଙ୍କ ନେତୃତ୍ୱରେ ସ୍ବତନ୍ତ୍ର ପୋଲିସ ଟିମ ପ୍ରିୟଙ୍କା ଙ୍କ ଘରକୁ ଯାଇ ଅନେକ ସମୟରେ ଧରି ପଚରାଉଚରା କରିଥିଲେ l ତେବେ ଜ୍ୟୋତି ଓ ପ୍ରିୟଙ୍କାଙ୍କ ହୋଟେଲ ରୁମରେ ଥିବାର ଏକ ଭିଡିଓ ଦେଖିବାକୁ ମିଳିଛି । କଶ୍ମୀରରେ ଥିବା ବେଳେ ସେମାନେ କଶ୍ମୀର ସମ୍ପର୍କରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ତେବେ ପୋଲିସର ତଦନ୍ତ ପରେ ସମସ୍ତ ଘଟଣା ଲୋକ ଲୋଚନକୁ ଆସିବ । ତେବେ ଜଲା ପ୍ରଶାସନ ମନ୍ଦିର ସୁରକ୍ଷା ପ୍ରତି ଅଧିକ ଗୁରତ୍ୱ ଦେଉ ବୋଲି ସାଧାରଣରେ ଦାବି କରାଯାଇଛି ।
The post ୟୁଟ୍ୟୁବର ଜ୍ୟୋତିଙ୍କ ବାନ୍ଧବୀ ପ୍ରିୟଙ୍କାଙ୍କୁ ପୋଲିସର ମାରାଥନ୍ ଜେରା appeared first on Dharitri Odia News.