‘ନବୀନ ସରକାରଙ୍କ ନିଷ୍ପତ୍ତିକୁ ମୋହର ମାରିଛନ୍ତି ସରକାର’: ବିଜେଡି
ଭୁବନେଶ୍ୱର,୧୦।୭: ବୁଧବାର ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ବିଜେଡି ଏକ ଖବରଦାତା ସମ୍ମିଳନୀ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ”୩ ମାସ ତଳର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ସରକାର। ପୂର୍ବ ସରକାର ଲାଗୁ କରିଥିବା ମଜୁରୀକୁ ନୂଆ ସରକାର ଦୋହରାଇଛନ୍ତି। ଏ ସଂକ୍ରାନ୍ତରେ ନବୀନ ସରକାର ଗତ ମାର୍ଚ୍ଚ ୧୯ ତାରିଖରେ […] The post ‘ନବୀନ ସରକାରଙ୍କ ନିଷ୍ପତ୍ତିକୁ ମୋହର ମାରିଛନ୍ତି ସରକାର’: ବିଜେଡି appeared first on Dharitri Odia News.
ଭୁବନେଶ୍ୱର,୧୦।୭: ବୁଧବାର ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ବିଜେଡି ଏକ ଖବରଦାତା ସମ୍ମିଳନୀ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ”୩ ମାସ ତଳର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ସରକାର। ପୂର୍ବ ସରକାର ଲାଗୁ କରିଥିବା ମଜୁରୀକୁ ନୂଆ ସରକାର ଦୋହରାଇଛନ୍ତି। ଏ ସଂକ୍ରାନ୍ତରେ ନବୀନ ସରକାର ଗତ ମାର୍ଚ୍ଚ ୧୯ ତାରିଖରେ ନିଷ୍ପତ୍ତି ନେଇଥିଲେ। ସମାନ ନିଷ୍ପତ୍ତି ଉପରେ ଆଜି ସରକାର ପୁଣି ମୋହର ମାରିଛନ୍ତି।”
ସେହିଭଳି ବିଜେଡି ସୋସିଆଲ ମିଡ଼ିଆ ସେଲ ମୁଖ୍ୟ ସ୍ୱୟମ ପ୍ରକାଶ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛନ୍ତି, ଗତ ୪ ମାସ ତଳେ ଅର୍ଥାତ ମାର୍ଚ୍ଚ ମାସରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନିଷ୍ପତ୍ତିକୁ ତତ୍କାଳୀନ ସରକାର କ୍ୟାବିନେଟରେ ପାରିତ କରାଇ କାର୍ଯ୍ୟକାରୀ କରିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ନୂଆ ସରକାର ଆଜି ପୁଣି ସେଇ ସମାନ ପ୍ରସ୍ତାବ କ୍ୟାବିନେଟରେ ଆଣି ପାରିତ କରାଇଛନ୍ତି। ଯାହା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଲାଗୁଛି ଆଡପ ମଣ୍ଡପ ବିଜେ ବେଳେ ହୋଇଥିବା ଅଘଟଣରୁ ନଜର ହଟାଇବାକୁ ତରବରିଆ ଭାବେ କାର୍ଯ୍ୟ କରି ନୂଆ ସରକାର ଏଭଳି ସ୍ଥିତିକୁ ସାମ୍ନା କରିଛନ୍ତି।
ଗତ ୪ ମାସ ତଳେ ଅର୍ଥାତ ମାର୍ଚ୍ଚ ମାସରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନିଷ୍ପତ୍ତିକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ @Naveen_Odisha କ୍ୟାବିନେଟରେ ପାରିତ କରାଇ କାର୍ଯ୍ୟକାରୀ କରିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ନୂଆ ସରକାର ଆଜି ପୁଣି ସେଇ ସମାନ ପ୍ରସ୍ତାବ କ୍ୟାବିନେଟରେ ଆଣି ପାରିତ କରାଇଛନ୍ତି। ଯାହା ଅତ୍ୟନ୍ତ ହାସ୍ୟାସ୍ପଦ କଥା।… https://t.co/aDAsfNuO1J
— Swayam Prakash (@swayam4Odisha) July 10, 2024
ତେବେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସରକାର ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଥିଲେ। ଯେଉଁଥିରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି ରହିଛି।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ମଜୁରୀ ପୂର୍ବରୁ ଅଣ-କୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଓ ଉଚ୍ଚ-କୁଶଳୀ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ଯଥାକ୍ରମେ- ୩୫୨ ଟଙ୍କା, ୩୯୨ ଟଙ୍କା, ୪୪୨ ଟଙ୍କା ଓ ୫୦୨ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଯଥାକ୍ରମେ- ୪୫୦ ଟଙ୍କା, ୫୦୦ ଟଙ୍କା, ୫୫୦ ଟଙ୍କା ଓ ୬୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
The post ‘ନବୀନ ସରକାରଙ୍କ ନିଷ୍ପତ୍ତିକୁ ମୋହର ମାରିଛନ୍ତି ସରକାର’: ବିଜେଡି appeared first on Dharitri Odia News.