ଭୈରବୀ ରେ ଉତ୍ସାହର ସହ ପାଳିତ ହେଲା ରଥଯାତ୍ରା।
ଗୋପାଳପୁର,୦୭/୦୭ ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିରର ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସାହର ସହ ସମାପନ ହୋଇ ଯାଇଛି। ରଥ ଯାତ୍ରା ପାଳନ ଅବସରରେ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସହ ଦିନ ୯ଟା ବେଳେ ଆରତୀ କରାଯାଇ ମନ୍ଦିର କମିଟି ସହ ମନ୍ଦିର ପୂଜକଙ୍କୁ ନେଇ ନିତିକାନ୍ତି ଅନୁସାରେ ମନ୍ଦିର ଭିତରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ପୂଜା ବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୈରବ ପାଣିଗ୍ରାହୀ ପରମ୍ପରା ଅନୁଯାୟୀ ଛେରା ପହଁରା […] The post ଭୈରବୀ ରେ ଉତ୍ସାହର ସହ ପାଳିତ ହେଲା ରଥଯାତ୍ରା। appeared first on Odisha.News.
ଗୋପାଳପୁର,୦୭/୦୭
ରଙ୍ଗେଇଲୁଣ୍ଡା ବ୍ଲକ ମନ୍ତ୍ରିଡି ସ୍ଥିତ ସିଦ୍ଧ ଭୈରବୀ ମନ୍ଦିରର ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସାହର ସହ ସମାପନ ହୋଇ ଯାଇଛି। ରଥ ଯାତ୍ରା ପାଳନ ଅବସରରେ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସହ ଦିନ ୯ଟା ବେଳେ ଆରତୀ କରାଯାଇ ମନ୍ଦିର କମିଟି ସହ ମନ୍ଦିର ପୂଜକଙ୍କୁ ନେଇ ନିତିକାନ୍ତି ଅନୁସାରେ ମନ୍ଦିର ଭିତରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ପୂଜା ବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୈରବ ପାଣିଗ୍ରାହୀ ପରମ୍ପରା ଅନୁଯାୟୀ ଛେରା ପହଁରା କାର୍ଯ୍ୟ କରିଥିଲେ। ରଥ ଟାଣିବା ପାଇଁ ସଦର ଏସଡିପିଓ ଶୁଭ୍ରାଂଶୁ ପରିଡା ଏବଂ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରଥ ଟଣା ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଠାରସିଂ ସରପଞ୍ଚ ଦୁର୍ଯ୍ୟୋଧନ ରେଡ୍ଡୀ, ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୋଳନ୍ଥରା ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ଚଳିତ ବର୍ଷ ଭୈରବୀ କମିଟି ତରଫରୁ ଧୁମ୍ ଧାମରେ ନୀତିକାନ୍ତି ଅନୁସାରେ ପୂଜା ପାର୍ବଣ ଅନୁଷ୍ଠିତ ହୋଇଥିଲା ଏବଂ ତିନି ରଥଟଣା ସମୟରେ ଅଞ୍ଚଳର ପ୍ରାୟ ତିନିହଜାର ରୁ ଅଧିକ ଭକ୍ତଙ୍କ ଭିଡ଼ ଜମିଥିଲାବୋଲି ମନ୍ଦିର କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ କହିଛନ୍ତି। ବାହୁଡା଼ ଯାତ୍ରା ପ୍ରର୍ଯ୍ୟନ୍ତ ମନ୍ଦିର ବେଢାରେ ଚଳିତ ବର୍ଷ ଯେଉଁ ଦିନ ଯେଉଁ ପର୍ବ ରହିବ ସେହି ଅନୁସାରେ ପାଳନ କରିବାକୁ କମିଟି ନିଷ୍ପତ୍ତି ନେଇଛନ୍ତି । ରଥଯାତ୍ରା ସମୟରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଆସି ଯାତ୍ରା ରେ ସାମିଲ ହେଇଥିଲେ। ଆଖ ପାଖ ଗ୍ରାମର ଶତାଧିକ ଭକ୍ତଙ୍କ ସମାଗମ ହୋଇ ଥିଲା ।ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ବୁଢ଼ା ପାଣିଗ୍ରାହୀ, ପ୍ରଶାନ୍ତ କୁମାର ସାହୁ, ଚିତ୍ତରଂଜନ ଦାଶ, ଇ. ସିମାଦ୍ରି, ପି.ପ୍ରଦୀପ ପାତ୍ର, ରେଡ୍ଡୀ ସଂଘମ ର ସିଏଚ.ଦିଲେଶ୍ୱର ରେଡ୍ଡୀ, ଡି. ଭରତ ରେଡ୍ଡୀ,ଡିଲିଗା ରେଡ୍ଡୀ , ଆର.ହାରମ୍ବା ରେଡ୍ଡୀ ସହ ଅନ୍ୟମାନେ ଯୋଗ ଦେଇଥିଲେ।ପୁରୋହିତ ଭାବେ ଭୂବୁନି ଶତପଥୀ ପୂଜା ପାଠ କରିଥଲେ ଏବଂ ମନ୍ଦିର ପୂଜକ ମାନେ ଉପସ୍ଥିତ ଥିଲେ।
The post ଭୈରବୀ ରେ ଉତ୍ସାହର ସହ ପାଳିତ ହେଲା ରଥଯାତ୍ରା। appeared first on Odisha.News.