ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ନିମନ୍ତେ ଶୋଭା ଯାତ୍ରା
କକ୍ଷ୍ମୀପୁର ୨୨/୦୩ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଉତ୍କଳ ଦିବସ ଅବସରରେ ଆସନ୍ତା ମାସ ଦୁଇ ତାରିଖରୁ ଶିଶୁ ବାଟିକା ଆରମ୍ଭ ହେବାକୁ ଯାଉଛି।ଏନେଇ ଲକ୍ଷ୍ମୀପୁର ପୁରୁଣା ବଜାର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ସାହୁ ଓ ବିଦ୍ୟାଳୟ ପରିଚାଳନା ସଭାପତି ବଳରାମ ରାଜଙ୍କ ନେତୃତ୍ୱ ରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ନିମନ୍ତେ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ କରାଯିବା ସହ ଛାତ୍ର […] The post ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ନିମନ୍ତେ ଶୋଭା ଯାତ୍ରା appeared first on Odisha.News.
କକ୍ଷ୍ମୀପୁର ୨୨/୦୩
ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଉତ୍କଳ ଦିବସ ଅବସରରେ ଆସନ୍ତା ମାସ ଦୁଇ ତାରିଖରୁ ଶିଶୁ ବାଟିକା ଆରମ୍ଭ ହେବାକୁ ଯାଉଛି।ଏନେଇ ଲକ୍ଷ୍ମୀପୁର ପୁରୁଣା ବଜାର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ସାହୁ ଓ ବିଦ୍ୟାଳୟ ପରିଚାଳନା ସଭାପତି ବଳରାମ ରାଜଙ୍କ ନେତୃତ୍ୱ ରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ନିମନ୍ତେ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ କରାଯିବା ସହ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରିଥିଲା।ଏହି ଶୋଭା ଯାତ୍ରାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମାଧବ କର୍କରା ଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଆଲୋକ ପ୍ରଧାନ, କୁଶ ଗରଡ଼ା,ଈଶ୍ୱର ମିଣିଆକା,ବୁଦ୍ଧଦେବ ଗରଡ଼ା,ସଞ୍ଜୟ ଖରା,ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ବିଶ୍ୱାଳ,ଜି.ଧନ ଲକ୍ଷ୍ମୀ ପ୍ରମୁଖ ଯୋଗ ଦେଇଥିଲେ।ବର୍ତମାନ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ବାଟିକା ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବା ବେଳେ ଅଙ୍ଗନବାଡି ରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ଅଧିକ ଆକୃଷ୍ଠ ହେବେ ବୋଲି ଚର୍ଚ୍ଚା ଜୋର ଧରୁଥିବା ବେଳେ ଅଙ୍ଗନବାଡି ରେ ପିଲା ସଂଖ୍ୟା କମିବେ ବୋଲି କିଛି ଅଭିଭାବକ ପ୍ରକାଶ କରିଛନ୍ତି।
The post ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ନିମନ୍ତେ ଶୋଭା ଯାତ୍ରା appeared first on Odisha.News.