ଜେଲେନସ୍କିଙ୍କୁ କ୍ଷମା ମାଗିଲେ ଆମେରିକାର ରାଷ୍ଟ୍ରପତି ବାଇଡେନ୍
ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମିର ଜେଲେନସ୍କିଙ୍କୁ କ୍ଷମା ମାଗିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ସାମରିକ ସହାୟତା ପ୍ୟାକେଜରେ ବିଳମ୍ବ ହେତୁ ସେ କ୍ଷମା ମାଗିଛନ୍ତି। କିଭ୍ ସହିତ ୱାଶିଂଟନ୍ ଛିଡା ହୋଇଛି ବୋଲି କହିଛନ୍ତି ବାଇଡେନ।ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସହିତ ୬୧ ବିଲିୟନ ଡଲାର ମୂଲ୍ୟର ସାମରିକ ପ୍ୟାକେଜ ପାଇଁ ଆମେରିକା ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଯାହାକୁ ଆମେରିକା ଛଅ ମାସ ଧରି ଅଟକାଇ ରଖିଥିଲା। ନର୍ମାଣ୍ଡିରେ ଡି-ଡେ ଲ୍ୟାଣ୍ଡିଂର 80 ତମ ବାର୍ଷିକୀ ଅବସରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସାମରିକ ପ୍ୟାକେଜରେ ବିଳମ୍ବ ସମ୍ପର୍କରେ କହିଛନ୍ତି ଯେ ଏହି ଅର୍ଥ ସହିତ କ’ଣ ଘଟିବ ମୁଁ ଜାଣି ନାହିଁ। ସାମରିକ ପ୍ୟାକେଜରେ ବିଳମ୍ବ ପାଇଁ ମୁଁ କ୍ଷମା ମାଗୁଛି। ଆମେରିକାର ଲୋକମାନେ ଦୀର୍ଘ ସମୟ ଧରି ୟୁକ୍ରେନ ସହିତ ଛିଡା ହୋଇଛନ୍ତି। ମୁଁ ନିଜେ ୟୁକ୍ରେନ ସହିତ ସମ୍ପୂର୍ଣ୍ଣ ଭାବେ ଠିଆ ହୋଇଛି ବୋଲି ସେ କହିଛନ୍ତି।
ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମିର ଜେଲେନସ୍କିଙ୍କୁ କ୍ଷମା ମାଗିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ସାମରିକ ସହାୟତା ପ୍ୟାକେଜରେ ବିଳମ୍ବ ହେତୁ ସେ କ୍ଷମା ମାଗିଛନ୍ତି। କିଭ୍ ସହିତ ୱାଶିଂଟନ୍ ଛିଡା ହୋଇଛି ବୋଲି କହିଛନ୍ତି ବାଇଡେନ।
ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସହିତ ୬୧ ବିଲିୟନ ଡଲାର ମୂଲ୍ୟର ସାମରିକ ପ୍ୟାକେଜ ପାଇଁ ଆମେରିକା ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଯାହାକୁ ଆମେରିକା ଛଅ ମାସ ଧରି ଅଟକାଇ ରଖିଥିଲା।
ନର୍ମାଣ୍ଡିରେ ଡି-ଡେ ଲ୍ୟାଣ୍ଡିଂର 80 ତମ ବାର୍ଷିକୀ ଅବସରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସାମରିକ ପ୍ୟାକେଜରେ ବିଳମ୍ବ ସମ୍ପର୍କରେ କହିଛନ୍ତି ଯେ ଏହି ଅର୍ଥ ସହିତ କ’ଣ ଘଟିବ ମୁଁ ଜାଣି ନାହିଁ। ସାମରିକ ପ୍ୟାକେଜରେ ବିଳମ୍ବ ପାଇଁ ମୁଁ କ୍ଷମା ମାଗୁଛି। ଆମେରିକାର ଲୋକମାନେ ଦୀର୍ଘ ସମୟ ଧରି ୟୁକ୍ରେନ ସହିତ ଛିଡା ହୋଇଛନ୍ତି। ମୁଁ ନିଜେ ୟୁକ୍ରେନ ସହିତ ସମ୍ପୂର୍ଣ୍ଣ ଭାବେ ଠିଆ ହୋଇଛି ବୋଲି ସେ କହିଛନ୍ତି।