ଜେଲେନ୍ସ୍କିଙ୍କୁ ଫୋନ୍ କଲେ ମୋଦି
ନୂଆଦିଲ୍ଲୀ,୨୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ଶାନ୍ତି ପ୍ରୟାସକୁ ରୁଷିଆ ଏବଂ ୟୁକ୍ରେନ ବିବାଦର ଶୀଘ୍ର ସମାପ୍ତ କରିବାକୁ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି। ଫୋନ୍ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ମଧ୍ୟ କହିଛନ୍ତି ଯେ, ୟୁକ୍ରେନକୁ ମାନବିକ ସହାୟତା ଜାରି ରଖିବ। ମୋଦି ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ଭାରତ-ୟୁକ୍ରେନ ସହଭାଗିତାକୁ ମଜଭୁତ କରିବା ପାଇଁ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ଭଲ ବାର୍ତ୍ତାଳାପ […] The post ଜେଲେନ୍ସ୍କିଙ୍କୁ ଫୋନ୍ କଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ଶାନ୍ତି ପ୍ରୟାସକୁ ରୁଷିଆ ଏବଂ ୟୁକ୍ରେନ ବିବାଦର ଶୀଘ୍ର ସମାପ୍ତ କରିବାକୁ ଭାରତର ନିରନ୍ତର ସମର୍ଥନ ଜଣାଇଛନ୍ତି। ଫୋନ୍ ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ମଧ୍ୟ କହିଛନ୍ତି ଯେ, ୟୁକ୍ରେନକୁ ମାନବିକ ସହାୟତା ଜାରି ରଖିବ।
ମୋଦି ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ଭାରତ-ୟୁକ୍ରେନ ସହଭାଗିତାକୁ ମଜଭୁତ କରିବା ପାଇଁ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହ ଭଲ ବାର୍ତ୍ତାଳାପ ହୋଇଥିଲା। ସମସ୍ତ ଶାନ୍ତି ପ୍ରୟାସ ଏବଂ ଜାରି ରହିଥିବା ବିବାଦର ଶୀଘ୍ର ସମାପ୍ତି ପାଇଁ ଭାରତର ନିରନ୍ତର ସମର୍ଥନ ଜଣାଇଛି। ଭାରତ ଏହାର କେନ୍ଦ୍ରବିନ୍ଦୁ ଆଭିମୁଖ୍ୟ ଦ୍ୱାରା ମାନବିକ ସହାୟତା ପ୍ରଦାନ ଜାରି ରଖିବ।
ୟୁକ୍ରେନବାସୀଙ୍କୁ ଭାରତର ମାନବିକ ସହାୟତାକୁ ରାଷ୍ଟ୍ରପତି ଜେଲେନ୍ସ୍କି ମଧ୍ୟ ପ୍ରଶଂସା କରିଛନ୍ତି। ଆଲୋଚନା ସମୟରେ ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଭାରତ-ୟୁକ୍ରେନ ସହଭାଗିତାକୁ ଆହୁରି ମଜଭୁତ କରିବାର ଉପାୟ ଉପରେ ଆଲୋଚନା କରିଥିଲେ।
ଜେଲେନ୍ସ୍କିଙ୍କ ସହ କଥା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ପଞ୍ଚମ ଥର ପାଇଁ ଅଭିନନ୍ଦନ ଜଣାଇବା ସହ ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ କଥାବାର୍ତ୍ତା ଏବଂ କୂଟନୈତିକ ଏକମାତ୍ର ଉପାୟ ବୋଲି କହିଛନ୍ତି।
The post ଜେଲେନ୍ସ୍କିଙ୍କୁ ଫୋନ୍ କଲେ ମୋଦି appeared first on Dharitri Odia News.