ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ

କେନ୍ଦୁଝର,୨୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପଳାଶପଙ୍ଗା ବିଟ୍‌ ଅନ୍ତର୍ଗତ ହାଣ୍ତିଭଙ୍ଗା ପଞ୍ଚାୟତ ଫକୀରପୁର ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ଫକୀରପୁର ଗ୍ରାମର ସ୍ବର୍ଗତଃ ସିଙ୍ଗି ମୁଣ୍ତାଙ୍କ ପୁଅ ବିଜୟ ମୁଣ୍ତା(୧୬) ଓରଫ ମୁଟୁ। ପୋଲିସ ଖବର ପାଇ ମୃତଦେହ ଜବତ କରିବା ସହିତ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାନୁସାରେ, ବିଜୟ ଫକୀରପୁର […] The post ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ appeared first on Dharitri Odia News.

ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ

କେନ୍ଦୁଝର,୨୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ପଳାଶପଙ୍ଗା ବିଟ୍‌ ଅନ୍ତର୍ଗତ ହାଣ୍ତିଭଙ୍ଗା ପଞ୍ଚାୟତ ଫକୀରପୁର ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ଫକୀରପୁର ଗ୍ରାମର ସ୍ବର୍ଗତଃ ସିଙ୍ଗି ମୁଣ୍ତାଙ୍କ ପୁଅ ବିଜୟ ମୁଣ୍ତା(୧୬) ଓରଫ ମୁଟୁ। ପୋଲିସ ଖବର ପାଇ ମୃତଦେହ ଜବତ କରିବା ସହିତ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାନୁସାରେ, ବିଜୟ ଫକୀରପୁର ଗ୍ରାମର ଜଣେ ବ୍ୟକ୍ତି ଟ୍ରକ୍‌ ହେଲପର କାମ କରୁଥିଲେ। ତେବେ ସୋମବାର ବାଉଁଶୁଳିକୁ ତାଙ୍କର ମାମୁଙ୍କ ସହିତ ଯାଇଥିଲେ। ସେଠାରୁ ସେ ସ୍ଥାନୀୟ ଅଞ୍ଚଳକୁ ଏକ ଭୋଜିଭାତରେ ସାମିଲ ହୋଇଥିଲେ। ତେବେ କୌଣସି କାରଣଙ୍କୁ ନେଇ କେତେଜଣ ଦୁର୍ବୃତ୍ତ ତାଙ୍କୁ ଜଘନ୍ୟ ଭାବେ ବେକକୁ ମୋଡ଼ି ଜଙ୍ଘ ଭାଙ୍ଗି ଦେବା ସହ ମରଣନ୍ତକ ଆକ୍ରମଣ ସହ ଧାରୁଆଅସ୍ତ୍ରରେ ହାଣି ହତ୍ୟା କରି ଘର ବାରଣ୍ତାରେ ପକାଇ ଚାଲିଯାଇଥିଲେ। ଏହି ହତ୍ୟାକାଣ୍ତରେ ପୋଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତଦନ୍ତ ଚଳାଇଥିବା ସଦର ଥାନା ଅଧିକାରୀ ତ୍ରିନାଥ ସେଠୀ ପ୍ରକାଶ କରିଛନ୍ତି।

The post ଯୁବକଙ୍କୁ ନିର୍ମମ ହତ୍ୟା: ବେକକୁ ମୋଡ଼ି ଜଙ୍ଘ ଭାଙ୍ଗିଦେଲେ appeared first on Dharitri Odia News.