୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ତହସିଲଦାର କହିଲେ ଏଣିକି…

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅନ୍ତର୍ଗତ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ଜମି ଜମା ସମ୍ପର୍କିତ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇ ଏ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଅଭିଯୋଗ ଶୁଣାଣି କରାଯାଇଥିଲା। ସେହିପରି ଜଙ୍ଗଲ ଜମି ପଟ୍ଟା ପୂର୍ବରୁ ସେମିତି ବଣ୍ଟନ କରାଯାଇଥିଲା। ଏବେ ରାଜ୍ୟ ସରକାର ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲ ଜମି ପଟ୍ଟା […] The post ୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ତହସିଲଦାର କହିଲେ ଏଣିକି… appeared first on Dharitri Odia News.

୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ତହସିଲଦାର କହିଲେ ଏଣିକି…

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅନ୍ତର୍ଗତ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ଜମି ଜମା ସମ୍ପର୍କିତ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇ ଏ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଅଭିଯୋଗ ଶୁଣାଣି କରାଯାଇଥିଲା।

ସେହିପରି ଜଙ୍ଗଲ ଜମି ପଟ୍ଟା ପୂର୍ବରୁ ସେମିତି ବଣ୍ଟନ କରାଯାଇଥିଲା। ଏବେ ରାଜ୍ୟ ସରକାର ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରୁଛନ୍ତି। ତେଣୁ ଯେଉଁମାନେ ଏବେ ଏହି ପଟ୍ଟା ପାଉଛନ୍ତି ଆଉ ଜମି ପଟ୍ଟାକୁ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ତହସିଲଦାର କହିଥିଲେ। ଜଙ୍ଗଲଜମି କେଉଁମାନେ ପାଇବା ଯୋଗ୍ୟ ଓ କ’ଣ ସବୁ ନିୟମ ରହିଛି ସେ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରିଥିଲେ। ପରେ କିରିକୁଟି ଓ ବୁରାଙ୍ଗିଆ ମୌଜାର ୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ବଣ୍ଟନ କରାଯାଇଥିଲା। ବୁରାଙ୍ଗିଆ ମୌଜାର ୩୬ ଜଣ ଏବଂ କିରିକୁଟି ମୌଜାର ୪୨ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିସହ ଯେଉଁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି, ଉକ୍ତ ଜଙ୍ଗଲରେ ଥିବା ବୃକ୍ଷ କାଟି ନଷ୍ଟ କରିପାରିବେନି ବରଂ ସେଠାରେ ଜୀବନଜୀବିକାର ସ୍ବାବଲମ୍ବୀ ହେବାକୁ ଗୋଲମରିଚ ଗଛ ସମେତ ବିଭିନ୍ନ ବୃକ୍ଷ ରୋପଣ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା।
ସେହିପରି ଗୋଷ୍ଠୀ ଜଙ୍ଗଲଜମିର ସୁରକ୍ଷା ନେଇ ପରାମର୍ଶ ଦିଆଯାଇଥିଲା ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ବିପର୍ଯ୍ୟସ୍ତ ସମୟରେ କିଭଳି ସରକାରଙ୍କ କ୍ଷତିପୂରଣ ଦେବା ନିୟମ ରହିଛି ସେ ସମ୍ପର୍କରେ କୁହାଯାଇଥିଲା। ବିଶେଷକରି ବର୍ଷା, ପବନ, ବିଜୁଳି, କୁଆପଥର ମାଡ଼, ସାପକାମୁଡ଼ାରେ ଜୀବନ ଚାଲିଗଲେ କିଭଳି କ୍ଷତିପୂରଣ ମିଳିବ ସେଥିପାଇଁ କ’ଣ ସବୁ କରିବାର ନିୟମ ରହିଛି ସେ ସମ୍ପର୍କରେ କୁହାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କିରିକୁଟି ସରପଞ୍ଚ ମଧୁସ୍ମିତା ପ୍ରଧାନ,ସମିତିସଭ୍ୟା ଜ୍ଞାନୀସୁନ୍ଦରୀ ନାୟକ, କନ୍ଧମାଳ ଏମ୍‌ପିଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଜି. ଉଦୟଗିରି ବିଧାୟକଙ୍କ ପ୍ରତିନିଧି ପିଟର ଦିଗାଲ, ପ୍ରଭଞ୍ଜନ ନାୟକ,ରାଜସ୍ବ ନିରୀକ୍ଷକ ବଣିଆ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତହସିଲ ଅଞ୍ଚଳର ୨୫ ପଞ୍ଚାୟତରୁ ପ୍ରାୟ ୧୦ ହଜାର ଜଙ୍ଗଲଜମି ପଟ୍ଟା ବଣ୍ଟନ ହେବାକୁ ରହିଥିବାବେଳେ ଏବେ ସୁଦ୍ଧା ପ୍ରାୟ ୩ ହଜାର ଜଙ୍ଗଲଜମି ପଟ୍ଟା ବଣ୍ଟନ କରାଯାଇଥିବା ତହସିଲଦାର କହିଛନ୍ତି।

The post ୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ତହସିଲଦାର କହିଲେ ଏଣିକି… appeared first on Dharitri Odia News.