‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’
ଭୁବନେଶ୍ୱର, ୧୯।୪(ସୁନିତ୍ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା ସୁନିଶ୍ଚିତ ବୋଲି ଜାଣିବା ପରେ ଭୟରେ ଗୁରୁବାର ଏକ ଭୁଲ୍ ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପକାଇଥିଲେ। ୨୦୨୧ ମସିହାର ଏକ ପୁରୁଣା ଫଟୋକୁ ଇଣ୍ଟରନେଟ୍ରୁ ଡାଉନ୍ଲୋଡ୍ କରି ସାଂସଦ ପ୍ରାର୍ଥୀ ତାକୁ ପୋଷ୍ଟକରି ମିଥ୍ୟା ଅଭିଯୋଗ କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ। ଏବେ ମଧ୍ୟ ବିଜେଡିର ଜଣେ […] The post ‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’ appeared first on Dharitri Odia News.
ଭୁବନେଶ୍ୱର, ୧୯।୪(ସୁନିତ୍ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା ସୁନିଶ୍ଚିତ ବୋଲି ଜାଣିବା ପରେ ଭୟରେ ଗୁରୁବାର ଏକ ଭୁଲ୍ ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପକାଇଥିଲେ। ୨୦୨୧ ମସିହାର ଏକ ପୁରୁଣା ଫଟୋକୁ ଇଣ୍ଟରନେଟ୍ରୁ ଡାଉନ୍ଲୋଡ୍ କରି ସାଂସଦ ପ୍ରାର୍ଥୀ ତାକୁ ପୋଷ୍ଟକରି ମିଥ୍ୟା ଅଭିଯୋଗ କରିବା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ। ଏବେ ମଧ୍ୟ ବିଜେଡିର ଜଣେ ରାଜ୍ୟ ସଭା ସଦସ୍ୟ ସେହିଭଳି ମିଥ୍ୟା ଅଭିଯୋଗ ଆଣିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ପ୍ରତି ବିଜେଡିର ଭୟକୁ ପ୍ରମାଣିତ କରୁଛି ବୋଲି ଭାଜପା ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।
ଏହାଛଡ଼ା ବିଜେଡି ଯେତେ ମିଥ୍ୟା ଅଭିଯୋଗ କଲେ ବି ଓଡ଼ିଶା ଲୋକ ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ। ଏନ୍ଏଚ୍-୫୫ର କାମ ୮୩% ସରିସାରିଛି। ଯେଉଁଠି କାମ ବିଳମ୍ବିତ ହୋଇଛି ସେଥିପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣରେ ବିଳମ୍ବିତ କରିବା ହିଁ ମୁଖ୍ୟ କାରଣ। ‘ସବୁ କେନ୍ଦ୍ରର ଦୋଷ’ର ପୁରୁଣା ଗୀତ ଆଉ ବିଜେଡି ଯେତେ ଗାଇଲେ ବି ଚଳିତ ନିର୍ବାଚନରେ ଉଭୟ ଲୋକ ସଭା ଓ ବିଧାନସଭା କ୍ଷେତ୍ରରେ ପରାଜୟରୁ ବର୍ତ୍ତିପାରିବ ନାହିଁ ବୋଲି ଅନିଲ କହିଛନ୍ତି।
The post ‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’ appeared first on Dharitri Odia News.