ଜେଲ୍ ଗଲେ ଶିବଶଙ୍କର, ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଆକ୍ସନ

ବ୍ରହ୍ମପୁର ୧୪/୦୫: ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ଗିରଫ କରିଛି ପୋଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୋଲିସ ତାଙ୍କୁ ଜେଲକୁ ପଠାଇଦେଇଛି । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସଙ୍କ ବିରୋଧରେ ପୋଲିସ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ କରିଛି । ଗତକାଲି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର। ବ୍ରହ୍ମପୁର ସଂସଦୀୟ ଭୋଟ ଗ୍ରହଣ ବେଳେ ଉତ୍କଳମଣି ୟୁପି ସ୍କୁଲ ବୁଥ୍ ଆଗରେ ପ୍ରଦୀପଙ୍କୁ ଶିବ ଶଙ୍କର ମରଣାନ୍ତକ ଆକ୍ରମଣ କରିଥିଲେ । ଅନ୍ୟପକ୍ଷରେ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। 

ଜେଲ୍ ଗଲେ ଶିବଶଙ୍କର, ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଆକ୍ସନ

ବ୍ରହ୍ମପୁର ୧୪/୦୫: ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଶିବଶଙ୍କର ଦାସଙ୍କୁ ଗିରଫ କରିଛି ପୋଲିସ। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୋଲିସ ତାଙ୍କୁ ଜେଲକୁ ପଠାଇଦେଇଛି । 

ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସଙ୍କ ବିରୋଧରେ ପୋଲିସ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ କରିଛି । ଗତକାଲି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ ଶିବଶଙ୍କର। ବ୍ରହ୍ମପୁର ସଂସଦୀୟ ଭୋଟ ଗ୍ରହଣ ବେଳେ ଉତ୍କଳମଣି ୟୁପି ସ୍କୁଲ ବୁଥ୍ ଆଗରେ ପ୍ରଦୀପଙ୍କୁ ଶିବ ଶଙ୍କର ମରଣାନ୍ତକ ଆକ୍ରମଣ କରିଥିଲେ । 

ଅନ୍ୟପକ୍ଷରେ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଏମସ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିଥିବା ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଏମସରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।