ଜେଲ୍ ପାଚେରୀ ଡେଇଁ ୨ କଏଦୀ ଫେରାର

ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି।

ଜେଲ୍ ପାଚେରୀ ଡେଇଁ ୨ କଏଦୀ ଫେରାର

ଭବାନୀପାଟଣା ଜେଲ୍‌ରୁ ଦୁଇ କଏଦୀ ଫେରାର ହେବା ପରେ ସେମାନଙ୍କୁ ଖୋଜୁଛି ପୋଲିସର ଏକ ସ୍ୱତନ୍ତ୍ର ଟିମ୍। ଟାଉନ ଥାନାର ଆଇଆଇସି ଯଶୋବନ୍ତ ହିଆଳ ଓ ଏସଡିପିଓ ସୁନରମ୍ ହେମ୍ବ୍ରମ୍‌ଙ୍କ ନେତୃତ୍ୱରେ ପୋଲିସ ଟିମ୍ ସେମାନଙ୍କୁ ଖୋଜୁଛି। ଫେରାର ହୋଇଥିବା ଦୁଇ କଏଦୀ ହେଲେ ସିକନ୍ଦର ଜାଲ ଓ ନୀଳାମ୍ବର ବିଭାର। ସେମାନେ ପୋକସୋ ଆକ୍ଟରେ ବିଚାରାଧୀନ କଏଦୀ ଥିଲେ। ସିସିଟିଭିରୁ ଜଣାପଡିଛି ଉଭୟେ ଜେଲ ପାଚେରୀ ଡେଇଁ ପଳାଇଛନ୍ତି।

ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ।