ଜେଲ୍‌ରୁ ଫେରାର ହୋଇଗଲେ ଦୁଇ ୨ ବିଚାରାଧୀନ କଏଦୀ

ଟିଟିଲାଗଡ଼,୧୦ା୩(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହେବା ଆଲୋଚନାର ବିଷୟ ହୋଇଛି। ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ ଜଣେ ନାବାଳକଙ୍କୁ କୂଅରେ ଫିଙ୍ଗି ମାରିଦେବା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲ୍‌ରୁ ଫେରାର୍‌ ମାରିଥିବା ଜଣାଯାଇଛି। ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ୍‌ ଡେଇଁ ଉଭୟେ […] The post ଜେଲ୍‌ରୁ ଫେରାର ହୋଇଗଲେ ଦୁଇ ୨ ବିଚାରାଧୀନ କଏଦୀ appeared first on Dharitri Odia News.

ଜେଲ୍‌ରୁ ଫେରାର ହୋଇଗଲେ ଦୁଇ ୨ ବିଚାରାଧୀନ କଏଦୀ

ଟିଟିଲାଗଡ଼,୧୦ା୩(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହେବା ଆଲୋଚନାର ବିଷୟ ହୋଇଛି। ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ ଜଣେ ନାବାଳକଙ୍କୁ କୂଅରେ ଫିଙ୍ଗି ମାରିଦେବା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲ୍‌ରୁ ଫେରାର୍‌ ମାରିଥିବା ଜଣାଯାଇଛି। ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ୍‌ ଡେଇଁ ଉଭୟେ ଫେରାର୍‌ ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି। ସେ ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ଉଭୟେ ଜେଲରଙ୍କ ଅତି ବିଶ୍ୱସ୍ତ ହୋଇଥିବା ନେଇ ବିନା ବାଧାରେ ଜେଲ୍‌ ଭିତରେ ଓ ବାହାରେ ବିଚରଣ କରୁଥିବା ଆଲୋଚନା ହେଉଛି। ଏପରିକି ଶୋଭାବନ ଜେଲ ପାଚେରି ବାହାରେ ଥିବା ଜେଲରଙ୍କ ଘର କାମ କରୁଥିବା ଜଣାଯାଇଛି। ସେଭଳି ସୁମିତ ଜେଲରେ ସର୍ଦ୍ଦାର ଭଳି ଥିଲେ। ତାଙ୍କ ଇସାରାରେ ସବୁ କିଛି ଚାଲୁଥିଲା ବୋଲି ଆଲୋଚନା ହୋଇଛି। ଏନେଇ ଜେଲରଙ୍କୁ ପଚାରିବାରୁ ଉଭୟେ ଅଫିସରେ କମ୍ପ୍ୟୁଟର କାମ କରୁଥିଲେ ବୋଲି କହିଛନ୍ତି। ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ପାଠଶାଠ ପଢ଼ି ନ ଥିବା ବେଳେ କେମିତି କମ୍ପ୍ୟୁଟର କାମ କରୁଥିଲା ବୋଲି ପଚାରିବାରୁ ତାହାର ଅଦ୍ଭୁତ କମ୍ପ୍ୟୁଟର ଜ୍ଞାନ ଥିଲା ବୋଲି ଜେଲର କହିବା ବିସ୍ମିତ କରିଛି।

ସୂଚନାଥାଉକି, ଜେଲରୁ ମୁକ୍ତି ପାଇବା ପାଇଁ ଶୋଭାବନ ନିଜକୁ ପାଗଳ ଦର୍ଶାଇ କଟକ ମେଡିକାଲରେ ଭର୍ତ୍ତି ହୋଇ ଜାମିନ ଆବେଦନ କରିଥିଲା। ତେବେ ସେ ସେଥିରେ ବିଫଳ ହୋଇଥିଲା। ଏପରିପ୍ରେକ୍ଷୀରେ ଜେଲରଙ୍କ ସ୍ବକାରୋକ୍ତି ଅନୁଯାୟୀ ତାଙ୍କୁ ଅଫିସରେ କେମିତି ନିଯୁକ୍ତି ଦିଆ ଯାଇଥିଲା ସେ ନେଇ ପ୍ରଶ୍ନ ଉଠିଛି। ଜାଣିଶୁଣି ଉଭୟ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଫେରାର କରାଇ ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ହୋଇଛି। ଟିଟିଲାଗଡ଼ ଉପଖଣ୍ଡସ୍ଥ କଣ୍ଟାବାଞ୍ଜି ଜେଲରେ ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ମନରୁ ନ ଲିଭୁଣୁ ଟିଟିଲାଗଡ଼ ଜେଲରୁ ୨ ଦୁର୍ଦ୍ଦାନ୍ତ କଏଦୀ ଫେରାର ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

The post ଜେଲ୍‌ରୁ ଫେରାର ହୋଇଗଲେ ଦୁଇ ୨ ବିଚାରାଧୀନ କଏଦୀ appeared first on Dharitri Odia News.