ଜେଲ୍‌ରୁ ମୁକୁଳିବେ କେଜରିଓ୍ବାଲ!

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ AAP ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୬ ମାସ ପରେ ସଞ୍ଜୟ ଜେଲରୁ ବାହାରିଛନ୍ତି। ତେବେ ସେ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ମୁକୁଳିବେ କି ନାହିଁ ପ୍ରଶ୍ନ ଉଠିଛି। ଯାହା ଉପରେ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇପାରନ୍ତି। ଦିଲ୍ଲୀ ଲିକର୍‌ ପଲିସି ମାମଲାରେ ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫଦାରୀକୁ ଚ୍ୟାଲେଞ୍ଜ କରି […] The post ଜେଲ୍‌ରୁ ମୁକୁଳିବେ କେଜରିଓ୍ବାଲ! appeared first on Dharitri Odia News.

ଜେଲ୍‌ରୁ ମୁକୁଳିବେ କେଜରିଓ୍ବାଲ!

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ AAP ନେତା ତଥା ଏମପି ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୬ ମାସ ପରେ ସଞ୍ଜୟ ଜେଲରୁ ବାହାରିଛନ୍ତି। ତେବେ ସେ ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ମୁକୁଳିବେ କି ନାହିଁ ପ୍ରଶ୍ନ ଉଠିଛି। ଯାହା ଉପରେ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇପାରନ୍ତି।

ଦିଲ୍ଲୀ ଲିକର୍‌ ପଲିସି ମାମଲାରେ ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଯାଚିକା ଉପରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଦିନ ରାୟ ସଂରକ୍ଷିତ ରଖିଛନ୍ତି। ଏହି ନିଷ୍ପତ୍ତି ଆଜି ଅର୍ଥାତ ଗୁରୁବାର ଆସିବାର ସମ୍ଭାବନା ରହିଛି। କୋର୍ଟ ଉଭୟ ପକ୍ଷର ଓକିଲଙ୍କ ଶୁଣାଣି ଶେଷ କରିଛନ୍ତି।

ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ମାର୍ଚ୍ଚ ୨୨ରେ କେଜରିୱାଲ, ଗିରଫ ଏବଂ ରିମାଣ୍ଡରେ ନେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କେଜରିୱାଲ ତାଙ୍କ ଗିରଫ ଏବଂ ରିମାଣ୍ଡକୁ ବେଆଇନ ବୋଲି କହିଛନ୍ତି।

The post ଜେଲ୍‌ରୁ ମୁକୁଳିବେ କେଜରିଓ୍ବାଲ! appeared first on Dharitri Odia News.