ଜେଲ୍‌ରେ କଏଦୀ କେଉଁ କାମ କରନ୍ତି ? ଏମାନଙ୍କୁ କେତେ ମିଳିଥାଏ ଦରମା…

ନୂଆଦିଲ୍ଲୀ ୦୪।୦୪: କେହି ଅପରାଧ କଲେ ତାଙ୍କୁ ଜେଲ୍‌ ପଠାଯାଏ । କିନ୍ତୁ ଜେଲରେ ଥିବା ଅପରାଧୀମାନେ କାମ କଣ କରନ୍ତି ?  ଏହି କାମ ପାଇଁ ଏମାନଙ୍କୁ କେତେ ମିଳିଥାଏ ଦରମା ? ଆସନ୍ତୁ ଜାଣିବା…ଜେଲରେ ଥିବା ସମସ୍ତ କଏଦୀଙ୍କୁ କିଛି ନା କିଛି କାମ କରିବାକୁ ପଡିଥାଏ । ଯୋଗ୍ୟତା ଅନୁଯାୟୀ କଏଦୀଙ୍କୁ କାମ ଦିଆଯାଏ । ଯେପରି କି କିଛି ପ୍ରଡକ୍ଟ ତିଆରି ହେଉ, ଜେଲରେ କୌଣସି ନୂତନ ନିର୍ମାଣ କାର୍ଯ୍ୟ, କିମ୍ବା ଜେଲ୍ ସଫା କରିବା ପରି କାମ କଏଦୀଙ୍କ ଦ୍ବାରା କରାଯାଏ । ଏହି କାମ ପାଇଁ କଏଦୀଙ୍କୁ ତାଲିମ ଦିଆଯାଏ । ଯେତେବେଳେ ଏମାନେ କାମରେ ଏକ୍ସପର୍ଟ ହୋଇଯାଆନ୍ତି ସେତେବେଳେ ସେମାନଙ୍କୁ କାମ ବଦଳରେ ସରକାର ଦେଇଥାନ୍ତି ଦରମା । ବିଭିନ୍ନ ରାଜ୍ୟରେ କଏଦୀଙ୍କ ଦରମା ଭିନ୍ନ ଭିନ୍ନ ହୋଇଥାଏ। ଉଦାହରଣ ସ୍ୱରୂପ ଉତ୍ତରପ୍ରଦେଶର ଜେଲରେ କଏଦୀଙ୍କ ଅଭିଜ୍ଞତା ଅନୁଯାୟୀ ଦୈନିକ ଦରମା ୮୧, ୬୦ ଏବଂ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥାଏ । ସୂଚନା ଅନୁଯାୟୀ କଏଦୀମାନେ ଜେଲରେ ଅର୍ଜିତ ଟଙ୍କାକୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ଓକିଲଙ୍କୁ ଚେକ୍ ମାଧ୍ୟମରେ ଦେଇପାରିବେ । ଯେଉଁଥିରେ ଏମାନେ ନିଜ ପରିବାରର ଖର୍ଚ୍ଚ ଉଠାଇ ପାରିବେ । 

ଜେଲ୍‌ରେ କଏଦୀ କେଉଁ କାମ କରନ୍ତି ? ଏମାନଙ୍କୁ କେତେ ମିଳିଥାଏ ଦରମା…

ନୂଆଦିଲ୍ଲୀ ୦୪।୦୪: କେହି ଅପରାଧ କଲେ ତାଙ୍କୁ ଜେଲ୍‌ ପଠାଯାଏ । କିନ୍ତୁ ଜେଲରେ ଥିବା ଅପରାଧୀମାନେ କାମ କଣ କରନ୍ତି ?  ଏହି କାମ ପାଇଁ ଏମାନଙ୍କୁ କେତେ ମିଳିଥାଏ ଦରମା ? ଆସନ୍ତୁ ଜାଣିବା…

ଜେଲରେ ଥିବା ସମସ୍ତ କଏଦୀଙ୍କୁ କିଛି ନା କିଛି କାମ କରିବାକୁ ପଡିଥାଏ । ଯୋଗ୍ୟତା ଅନୁଯାୟୀ କଏଦୀଙ୍କୁ କାମ ଦିଆଯାଏ । ଯେପରି କି କିଛି ପ୍ରଡକ୍ଟ ତିଆରି ହେଉ, ଜେଲରେ କୌଣସି ନୂତନ ନିର୍ମାଣ କାର୍ଯ୍ୟ, କିମ୍ବା ଜେଲ୍ ସଫା କରିବା ପରି କାମ କଏଦୀଙ୍କ ଦ୍ବାରା କରାଯାଏ । 

ଏହି କାମ ପାଇଁ କଏଦୀଙ୍କୁ ତାଲିମ ଦିଆଯାଏ । ଯେତେବେଳେ ଏମାନେ କାମରେ ଏକ୍ସପର୍ଟ ହୋଇଯାଆନ୍ତି ସେତେବେଳେ ସେମାନଙ୍କୁ କାମ ବଦଳରେ ସରକାର ଦେଇଥାନ୍ତି ଦରମା । ବିଭିନ୍ନ ରାଜ୍ୟରେ କଏଦୀଙ୍କ ଦରମା ଭିନ୍ନ ଭିନ୍ନ ହୋଇଥାଏ। ଉଦାହରଣ ସ୍ୱରୂପ ଉତ୍ତରପ୍ରଦେଶର ଜେଲରେ କଏଦୀଙ୍କ ଅଭିଜ୍ଞତା ଅନୁଯାୟୀ ଦୈନିକ ଦରମା ୮୧, ୬୦ ଏବଂ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

 ଏହି ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥାଏ । ସୂଚନା ଅନୁଯାୟୀ କଏଦୀମାନେ ଜେଲରେ ଅର୍ଜିତ ଟଙ୍କାକୁ ସେମାନଙ୍କ ପରିବାର ସଦସ୍ୟ କିମ୍ବା ଓକିଲଙ୍କୁ ଚେକ୍ ମାଧ୍ୟମରେ ଦେଇପାରିବେ । ଯେଉଁଥିରେ ଏମାନେ ନିଜ ପରିବାରର ଖର୍ଚ୍ଚ ଉଠାଇ ପାରିବେ ।