ମହାରାଷ୍ଟ୍ରରେ ମତଦାନବେଳେ ହୋଇଗଲା ବଡ଼ ଖେଳ, ନିର୍ଦ୍ଦଳୀୟଙ୍କୁ ସମର୍ଥନ ଦେଲେ ଶିନ୍ଦେ

ମୁମ୍ବାଇ,୨୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟିଂ ମଧ୍ୟ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। କଂଗ୍ରେସର ବରିଷ୍ଠ ନେତା ସୁଶୀଲ କୁମାର ଶିନ୍ଦେ ଓ ତାଙ୍କ ଝିଅ ପରିଣୀତା ଶିନ୍ଦେ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି। ସୋଲାପୁର ଦକ୍ଷିଣ ଆସନର ନିର୍ଦ୍ଦଳୀୟ ପ୍ରାର୍ଥୀ ଧର୍ମରାଜ କଡାଡୀଙ୍କୁ ଶିନ୍ଦେ ସମର୍ଥନ କରିଛନ୍ତି। ଶିନ୍ଦେଙ୍କ ଏହି ନିଷ୍ପତ୍ତି ପୁରା ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟ୍‌କା ଦେଇଛି। ଏହି ଆସନରେ ଉଦ୍ଧବ […] The post ମହାରାଷ୍ଟ୍ରରେ ମତଦାନବେଳେ ହୋଇଗଲା ବଡ଼ ଖେଳ, ନିର୍ଦ୍ଦଳୀୟଙ୍କୁ ସମର୍ଥନ ଦେଲେ ଶିନ୍ଦେ appeared first on Dharitri Odia News.

ମହାରାଷ୍ଟ୍ରରେ ମତଦାନବେଳେ ହୋଇଗଲା ବଡ଼ ଖେଳ, ନିର୍ଦ୍ଦଳୀୟଙ୍କୁ ସମର୍ଥନ ଦେଲେ ଶିନ୍ଦେ

ମୁମ୍ବାଇ,୨୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଭୋଟିଂ ମଧ୍ୟ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। କଂଗ୍ରେସର ବରିଷ୍ଠ ନେତା ସୁଶୀଲ କୁମାର ଶିନ୍ଦେ ଓ ତାଙ୍କ ଝିଅ ପରିଣୀତା ଶିନ୍ଦେ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି। ସୋଲାପୁର ଦକ୍ଷିଣ ଆସନର ନିର୍ଦ୍ଦଳୀୟ ପ୍ରାର୍ଥୀ ଧର୍ମରାଜ କଡାଡୀଙ୍କୁ ଶିନ୍ଦେ ସମର୍ଥନ କରିଛନ୍ତି। ଶିନ୍ଦେଙ୍କ ଏହି ନିଷ୍ପତ୍ତି ପୁରା ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟ୍‌କା ଦେଇଛି। ଏହି ଆସନରେ ଉଦ୍ଧବ ଠାକରେଙ୍କ ଶିବସେନା ପ୍ରାର୍ଥୀ ଦେଇଥିଲେ। ଶିନ୍ଦେ ଏବଂ ତାଙ୍କ ଝିଅ ଭୋଟ ଦେଇ ଫେରିବା ପରେ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ଗଣମାଧ୍ୟମରେ ଘୋଷଣା କରିଛନ୍ତି।

ଏନେଇ ଶିନ୍ଦେ କହିଛନ୍ତି, ମୋର ଭରସା ଅଛି ଯେ, ଧର୍ମରାଜ ଜଣେ ଭଲ ପ୍ରାର୍ଥୀ ଅଟନ୍ତି। ଆଉ ଏହି ଆସନ ପାଇଁ ଭଲ କାମ କରିବେ। କହିରଖୁଛୁ କି, ଶିନ୍ଦେ ଏହି ସିଟ୍‌କୁ ଉଦ୍ଧବ ଗୋଷ୍ଠୀଙ୍କ ଖାତାକୁ ଯିବାକୁ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ କି ଏହି ଆସନରେ କଂଗ୍ରେସର ମଜବୁତ ଜନାଦେଶ ରହିଛି।

The post ମହାରାଷ୍ଟ୍ରରେ ମତଦାନବେଳେ ହୋଇଗଲା ବଡ଼ ଖେଳ, ନିର୍ଦ୍ଦଳୀୟଙ୍କୁ ସମର୍ଥନ ଦେଲେ ଶିନ୍ଦେ appeared first on Dharitri Odia News.