ଗୁରୁଚାପ ବଳୟ ସକ୍ରିୟ:ଅନୁଭୂତ ହେବ ଶୀତ, ପଡ଼ିବ କୁହୁଡ଼ି

ଭୁବନେଶ୍ୱର,୩୦ା୧୦(ଅନୁରାଧା ମହାରଣା):କେନ୍ଦ୍ରୀୟ ଭାରତରେ ବୁଧବାର ସୁଦ୍ଧା ଏକ ଗୁରୁଚାପ ବଳୟ ସକ୍ରିୟ ହୋଇପାରେ। ଏହା ପରଠାରୁ ରାଜ୍ୟ ବାୟୁମଣ୍ଡଳରେ ଗତ କିଛିଦିନ ହେଲା ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହେବ। ଏଥିସହ ନଭେମ୍ବର ଆରମ୍ଭରୁ ରାଜ୍ୟରେ ଶୀତ ବଢ଼ିପାରେ। ସେହିପରି ବୁଧବାର ରାଜଧାନୀ ଭୁବନେଶ୍ୱର ସମେତ କଟକ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ଦେବଗଡ଼, ଗଞ୍ଜାମ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। […] The post ଗୁରୁଚାପ ବଳୟ ସକ୍ରିୟ:ଅନୁଭୂତ ହେବ ଶୀତ, ପଡ଼ିବ କୁହୁଡ଼ି appeared first on Dharitri Odia News.

ଗୁରୁଚାପ ବଳୟ ସକ୍ରିୟ:ଅନୁଭୂତ ହେବ ଶୀତ, ପଡ଼ିବ କୁହୁଡ଼ି

ଭୁବନେଶ୍ୱର,୩୦ା୧୦(ଅନୁରାଧା ମହାରଣା):କେନ୍ଦ୍ରୀୟ ଭାରତରେ ବୁଧବାର ସୁଦ୍ଧା ଏକ ଗୁରୁଚାପ ବଳୟ ସକ୍ରିୟ ହୋଇପାରେ। ଏହା ପରଠାରୁ ରାଜ୍ୟ ବାୟୁମଣ୍ଡଳରେ ଗତ କିଛିଦିନ ହେଲା ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହେବ। ଏଥିସହ ନଭେମ୍ବର ଆରମ୍ଭରୁ ରାଜ୍ୟରେ ଶୀତ ବଢ଼ିପାରେ। ସେହିପରି ବୁଧବାର ରାଜଧାନୀ ଭୁବନେଶ୍ୱର ସମେତ କଟକ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ଦେବଗଡ଼, ଗଞ୍ଜାମ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, କୋରାପୁଟ ଓ ରାୟଗଡ଼ା ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଆନ୍ଧପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୫.୮ କି.ମି. ଊର୍ଦ୍ଧ୍ୱରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ କ୍ରମଶଃ ଦକ୍ଷିଣପଶ୍ଚିମ ଦିଗରେ ଅଗ୍ରସର ହେଉଛି। ଏହି ଘୂର୍ଣ୍ଣିବଳୟ ଜଳୀୟବାଷ୍ପକୁ ଧରି ରଖୁଥିବାରୁ ରାଜ୍ୟରେ ତାପମାତ୍ରା କମୁନାହିଁ। ଏହା ରାଜ୍ୟରେ ଶୀତର ପ୍ରଭାବ ଅନୁଭୂତ ହେବାରେ ବାଧା ସୃଷ୍ଟି କରୁଛି। ରାଜ୍ୟର ଗୋଟିଏ ଦୁଇଟି ସ୍ଥାନକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ସ୍ଥାନରେ ଉଚ୍ଚ ତାପମାତ୍ରା ଅନୁଭୂତ ହେଉଛି। ମଙ୍ଗଳବାର ପୁରୀରେ ସର୍ବାଧିକ ୩୪.୪ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ଅନୁଭୂତ ହୋଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ୧୮.୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ କେତେକ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା।

The post ଗୁରୁଚାପ ବଳୟ ସକ୍ରିୟ:ଅନୁଭୂତ ହେବ ଶୀତ, ପଡ଼ିବ କୁହୁଡ଼ି appeared first on Dharitri Odia News.