ସମ୍ଭାବ୍ୟ ବାତ୍ୟା ପାଇଁ ଘୁଞ୍ଚିଲା ବୃତ୍ତି ପରୀକ୍ଷା
ଭୁବନେଶ୍ୱର,୨୧।୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଛାତ୍ରୀଛାତ୍ରଙ୍କ ଏନ୍ଆର୍ଟିଏସ୍ ଏବଂ ପ୍ରାଥମିକ ବୃତ୍ତି ପରୀକ୍ଷାକୁ ସରକାର ଘୁଞ୍ଚାଇ ଦେଇଛନ୍ତି। ଏହି ପରୀକ୍ଷା ୨୩ ଏବଂ ୨୫ ତାରିଖରେ ହେବାର ଥିଲା। ପରୀକ୍ଷା ପୁଣି କେବେ ହେବ ସେନେଇ ବୋର୍ଡ ପକ୍ଷରୁ ଜଣାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓ ପୁରୀ […] The post ସମ୍ଭାବ୍ୟ ବାତ୍ୟା ପାଇଁ ଘୁଞ୍ଚିଲା ବୃତ୍ତି ପରୀକ୍ଷା appeared first on Dharitri Odia News.
ଭୁବନେଶ୍ୱର,୨୧।୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଛାତ୍ରୀଛାତ୍ରଙ୍କ ଏନ୍ଆର୍ଟିଏସ୍ ଏବଂ ପ୍ରାଥମିକ ବୃତ୍ତି ପରୀକ୍ଷାକୁ ସରକାର ଘୁଞ୍ଚାଇ ଦେଇଛନ୍ତି। ଏହି ପରୀକ୍ଷା ୨୩ ଏବଂ ୨୫ ତାରିଖରେ ହେବାର ଥିଲା। ପରୀକ୍ଷା ପୁଣି କେବେ ହେବ ସେନେଇ ବୋର୍ଡ ପକ୍ଷରୁ ଜଣାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓ ପୁରୀ ଏବଂ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡିକ ସହିତ କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
The post ସମ୍ଭାବ୍ୟ ବାତ୍ୟା ପାଇଁ ଘୁଞ୍ଚିଲା ବୃତ୍ତି ପରୀକ୍ଷା appeared first on Dharitri Odia News.