ହଜିଗଲା ମାନବିକତା; ସ୍ବାମୀଙ୍କ ରକ୍ତ ଭିଜା ହସ୍ପିଟାଲ୍‌ ବେଡ୍‌ ସଫା କଲେ ଗର୍ଭବତୀ ପତ୍ନୀ

ନୂଆଦିଲ୍ଲୀ ୦୩।୧୧: ଜମି ବିବାଦରେ ଆହାତ ହେଲେ ସ୍ବାମୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି ସ୍ବାମୀଙ୍କୁ ହସ୍ପିଟାଲ ଆଣିଲେ ପତ୍ନୀ । ମାତ୍ର କିଛି ସମୟରେ ହସ୍ପିଟାଲ୍ ବେଡରେ ସ୍ବାମୀଙ୍କର ମୃତ୍ୟୁ ହୋଇଗଲା । ଏହାପରେ ମାନବିକତା ଭୁଲିଗଲେ ହସ୍ପିଟାଲ୍‌ କର୍ମଚାରୀ । ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ବେଡ୍‌କୁ ଗର୍ଭବତୀ ପତ୍ନୀଙ୍କୁ ସଫା କରାଇଲେ ହସ୍ପିଟାଲ୍‌ କର୍ମଚାରୀ । ପେଟରେ ୫ ମାସର ଶିଶୁ, ଏପଟେ ସ୍ବାମୀଙ୍କ ମୃତ୍ୟୁର ଦୁଃଖ, ଅନ୍ୟପଟେ ହସ୍ପିଟାଲ କର୍ମଚାରୀଙ୍କ ଅତ୍ୟାଚାର । ଆଦିବାସୀ ମହିଳାଙ୍କ ଏହି ଛାତିଥରା ଚିତ୍ର ଦେଖିଲେ କାହାର ବି କୋହରେ ଥରି ଉଠିବ ମନ… ଘଟଣାଟି ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲ୍ଲାରୁ ଆସିଛି । ଘଟଣାଟି ଗରଦାସାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି । ଆଦିବାସୀ ପ୍ରାଧାନ୍ୟ ଡିଣ୍ଡୋରି ଜିଲ୍ଲାର ଲାଲପୁର ଗାଁରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ଜମି ବିବାଦ । ଏହି ଘଟଣାରେ ଅକ୍ଟୋବର ୩୧ରେ ହୋଇଥିଲା ଗୁଳି ବିନିମୟ । ଏଥିରେ ପିତା ଏବଂ ତାଙ୍କର ତିନି ପୁଅଙ୍କୁ ଲାଗିଥିଲା ଗୁଳି । ଘଟଣାସ୍ଥଳରେ ବାପା ଓ ଜଣେ ପୁଅଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଆହାତ ୨ଜଣ ଶିବରାଜ ଏବଂ ରାମରାଜଙ୍କୁ ଚିକିତ୍ସା ପାଇଁ ଗରଦାସାରୀ ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ଚିକିତ୍ସା ସମୟରେ ଶିବରାଜଙ୍କର ଅଳ୍ପ ସମୟ ମଧ୍ୟରେ ମୃତ୍ୟୁ ହୋଇଥିଲା । ଡାକ୍ତର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । କିନ୍ତୁ

ହଜିଗଲା ମାନବିକତା;  ସ୍ବାମୀଙ୍କ ରକ୍ତ ଭିଜା ହସ୍ପିଟାଲ୍‌ ବେଡ୍‌ ସଫା କଲେ ଗର୍ଭବତୀ ପତ୍ନୀ

ନୂଆଦିଲ୍ଲୀ ୦୩।୧୧: ଜମି ବିବାଦରେ ଆହାତ ହେଲେ ସ୍ବାମୀ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିକିତ୍ସା ପାଇଁ ଭର୍ତ୍ତି ସ୍ବାମୀଙ୍କୁ ହସ୍ପିଟାଲ ଆଣିଲେ ପତ୍ନୀ । ମାତ୍ର କିଛି ସମୟରେ ହସ୍ପିଟାଲ୍ ବେଡରେ ସ୍ବାମୀଙ୍କର ମୃତ୍ୟୁ ହୋଇଗଲା । ଏହାପରେ ମାନବିକତା ଭୁଲିଗଲେ ହସ୍ପିଟାଲ୍‌ କର୍ମଚାରୀ । ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ବେଡ୍‌କୁ ଗର୍ଭବତୀ ପତ୍ନୀଙ୍କୁ ସଫା କରାଇଲେ ହସ୍ପିଟାଲ୍‌ କର୍ମଚାରୀ । ପେଟରେ ୫ ମାସର ଶିଶୁ, ଏପଟେ ସ୍ବାମୀଙ୍କ ମୃତ୍ୟୁର ଦୁଃଖ, ଅନ୍ୟପଟେ ହସ୍ପିଟାଲ କର୍ମଚାରୀଙ୍କ ଅତ୍ୟାଚାର । ଆଦିବାସୀ ମହିଳାଙ୍କ ଏହି ଛାତିଥରା ଚିତ୍ର ଦେଖିଲେ କାହାର ବି କୋହରେ ଥରି ଉଠିବ ମନ… 

ଘଟଣାଟି ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲ୍ଲାରୁ ଆସିଛି । ଘଟଣାଟି ଗରଦାସାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି । ଆଦିବାସୀ ପ୍ରାଧାନ୍ୟ ଡିଣ୍ଡୋରି ଜିଲ୍ଲାର ଲାଲପୁର ଗାଁରେ ଦୀର୍ଘ ଦିନ ଧରି ଚାଲିଥିଲା ଏହି ଜମି ବିବାଦ । ଏହି ଘଟଣାରେ ଅକ୍ଟୋବର ୩୧ରେ ହୋଇଥିଲା ଗୁଳି ବିନିମୟ । ଏଥିରେ ପିତା ଏବଂ ତାଙ୍କର ତିନି ପୁଅଙ୍କୁ ଲାଗିଥିଲା ଗୁଳି । ଘଟଣାସ୍ଥଳରେ ବାପା ଓ ଜଣେ ପୁଅଙ୍କର ମୃତ୍ୟୁ ହୋଇଥିଲା । 

ଏହାପରେ ଆହାତ ୨ଜଣ ଶିବରାଜ ଏବଂ ରାମରାଜଙ୍କୁ ଚିକିତ୍ସା ପାଇଁ ଗରଦାସାରୀ ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ଚିକିତ୍ସା ସମୟରେ ଶିବରାଜଙ୍କର ଅଳ୍ପ ସମୟ ମଧ୍ୟରେ ମୃତ୍ୟୁ ହୋଇଥିଲା । ଡାକ୍ତର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । କିନ୍ତୁ ମେଡିକାଲ୍ ବେଡ୍ ଉପରେ ଲାଗିଥିଲା ରକ୍ତ । ଏଭଳି ସ୍ଥିତିରେ ସ୍ୱାମୀ ରହିଥିବା ବେଡକୁ ଗର୍ଭବତୀ ପତ୍ନୀଙ୍କୁ ଦ୍ବାରା ସଫା କରାଇଥିଲେ ମେଡିକାଲ୍ କର୍ମଚାରୀ । 

ମହିଳାଙ୍କ ଅବସ୍ଥା ଦେଖିବା ପରେ ସେମାନଙ୍କୁ ଦୟା ଟିକେ ଆସିନଥିଲା। କେବଳ ବେଡ୍‌ ସଫା କରାଇଥିଲେ ତା ନୁହେଁ ସେମାନେ ମହିଳାଙ୍କୁ ଗାଳି ମଧ୍ୟ ଦେଉଥିଲେ । ଦେଖିବାକୁ ମିଳିଛି କି ମହିଳା ଜଣକ ଗୋଟିଏ ହାତରେ ରକ୍ତ ଭିଜା କପଡା ଧରିଛନ୍ତି   ଏବଂ ଅନ୍ୟ ହାତରେ ଟିସୁରେ ବେଡ୍‌ ସଫା କରୁଛନ୍ତି । ଗର୍ଭବତୀ ମହିଳାଙ୍କ ପ୍ରତି ହସ୍ପିଟାଲରେ ଏଭଳି ଦୁର୍ବ୍ୟବହାର କରାଯାଇଥିବା ଭିଡିଓ ଭାଇରାଲ୍ ହୋଇଛି।  ସ୍ୱାମୀ ଯିବା ପରେ ଅସହାୟ ହୋଇପଡିଥିବା ମହିଳାଙ୍କ ଦୁଃଖ ଉପରେ ଏମାନେ ଏପରି ବ୍ୟବହାର କରିଛନ୍ତି। ଯାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ। 

ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ହସ୍ପିଟାଲ୍ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । ପ୍ରାଥମିକ ଅନୁସନ୍ଧାନ ପରେ ଡାକ୍ତର ଚନ୍ଦ୍ରଶେଖର ସିଂଙ୍କୁ ମଧ୍ୟପ୍ରଦେଶର କରଞ୍ଜିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏହାବ୍ୟତୀତ ନର୍ସିଂ ଅଫିସର ରାଜକୁମାରୀ ମାରାଭି ଏବଂ ୱାର୍ଡ ଆଟେଣ୍ଡାଣ୍ଟ ଛୋଟି ବାଇ ଠାକୁରଙ୍କୁ ନିଲମ୍ବିତ କରାଯାଇଛି । ଡକ୍ଟର ମାରାଭି କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କୁ ନୋଟିସ୍ ଜାରି କରାଯାଇଛି ।