ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ଦିନ ସାଢେ ୨ଟା ସୁଦ୍ଧା ୪୪ ପାର୍ କଲା ଭୁବନେଶ୍ବର ତାପମାତ୍ରା

ଭୁବନେଶ୍ବର ୨୭।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ଝୁଲସୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ଦିନ ସାଢେ ୨ଟା ସୁଦ୍ଧା ୪୪ ଟପିଲା ରାଜଧାନୀ ତାପମାତ୍ରା । ୫ଟି ସହରରେ ୪୨ ଡିଗ୍ରୀ ଟପିଛି ପାରଦ । ୪୪.୬ ଡିଗ୍ରୀ ତାପମାତ୍ରାରେ ଜଳିଲା ରାଜଧାନୀ । ସବୁଠୁ ଉତ୍ତପ୍ତ ସହର ହୋଇଛି ରାଜଧାନୀ ଭୁବନେଶ୍ବର । ସେହିଭଳି ଝାରସୁଗୁଡ଼ାରେ ୪୩.୬, ରାଉରକେଲାରେ ୪୨.୫, ଚାନ୍ଦବାଲିରେ ୪୨.୪, ସମ୍ବଲପୁରରେ ୪୨.୧, ହୀରାକୁଦରେ ୪୧.୮, ବାଲେଶ୍ବରରେ ୪୧.୭, କେନ୍ଦୁଝରରେ ୪୧.୫, ଗୋପାଳପୁରରେ ୩୫.୪, ପୁରୀରେ ୩୪.୭ ଡିଗ୍ରୀ ରେକର୍ଡ ହୋଇଛି ।ସେହିଭଳି ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ବିନ୍‌ସିଟିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । କଟକ ଓ ଭୁବନେଶ୍ବର ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ଉଭୟ ଭୁବନେଶ୍ବର ଏବଂ କଟକ ସହର ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।ସେପଟେ ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪, ଭୁବନେଶ୍ୱରରେ ୪୧.୨, କେନ୍ଦୁଝରରେ ୪୦.୬, ବାଲେଶ୍ୱରରେ ୪୦.୧, ସମ୍ବଲପୁରରେ ୪୦, ଚାନ୍ଦବାଲିରେ ୩୯.୬, ହୀରାକୁଦରେ ୩୯, ରାଉରକେଲାରେ ୩୮.୬, ଗୋପାଳପୁରରେ

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ଦିନ ସାଢେ ୨ଟା ସୁଦ୍ଧା ୪୪ ପାର୍ କଲା ଭୁବନେଶ୍ବର ତାପମାତ୍ରା

ଭୁବନେଶ୍ବର ୨୭।୪: ଆଜି ବି ତାତି ଜୋର । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଖରା ସମ୍ଭାଳି ହେଉନି । ସତେ ଯେପରି ଆକାଶରୁ ନିଆଁ ଝୁଲସୁଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ଦିନ ସାଢେ ୨ଟା ସୁଦ୍ଧା ୪୪ ଟପିଲା ରାଜଧାନୀ ତାପମାତ୍ରା । ୫ଟି ସହରରେ ୪୨ ଡିଗ୍ରୀ ଟପିଛି ପାରଦ । ୪୪.୬ ଡିଗ୍ରୀ ତାପମାତ୍ରାରେ ଜଳିଲା ରାଜଧାନୀ । ସବୁଠୁ ଉତ୍ତପ୍ତ ସହର ହୋଇଛି ରାଜଧାନୀ ଭୁବନେଶ୍ବର । ସେହିଭଳି ଝାରସୁଗୁଡ଼ାରେ ୪୩.୬, ରାଉରକେଲାରେ ୪୨.୫, ଚାନ୍ଦବାଲିରେ ୪୨.୪, ସମ୍ବଲପୁରରେ ୪୨.୧, ହୀରାକୁଦରେ ୪୧.୮, ବାଲେଶ୍ବରରେ ୪୧.୭, କେନ୍ଦୁଝରରେ ୪୧.୫, ଗୋପାଳପୁରରେ ୩୫.୪, ପୁରୀରେ ୩୪.୭ ଡିଗ୍ରୀ ରେକର୍ଡ ହୋଇଛି ।

ସେହିଭଳି ଗ୍ରୀଷ୍ମ ପ୍ରବାହ ପାଇଁ ଟ୍ବିନ୍‌ସିଟିକୁ ରେଡ୍ ଆଲର୍ଟ ଜାରି କରାଯାଇଛି । କଟକ ଓ ଭୁବନେଶ୍ବର ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ଉଭୟ ଭୁବନେଶ୍ବର ଏବଂ କଟକ ସହର ପାଇଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।

ସେପଟେ ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪, ଭୁବନେଶ୍ୱରରେ ୪୧.୨, କେନ୍ଦୁଝରରେ ୪୦.୬, ବାଲେଶ୍ୱରରେ ୪୦.୧, ସମ୍ବଲପୁରରେ ୪୦, ଚାନ୍ଦବାଲିରେ ୩୯.୬, ହୀରାକୁଦରେ ୩୯, ରାଉରକେଲାରେ ୩୮.୬, ଗୋପାଳପୁରରେ ୩୪.୪, ପୁରୀରେ ୩୪.୪, ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ  ୩୬.୮, କେନ୍ଦୁଝରରେ ୩୪.୮, ରାଉରକେଲାରେ ୩୪.୮, ବଲାଙ୍ଗୀରରେ ୩୪.୮ ଡିଗ୍ରୀ, ଭବାନୀପାଟଣାରେ ୩୪, ବାଲେଶ୍ୱରରେ ୩୪, ବୌଦ୍ଧରେ ୩୪, ଅନୁଗୋଳରେ ୩୩.୬, ଭୁବନେଶ୍ୱରରେ ୩୩.୪, ଜଗତସିଂହପୁରରେ ୩୩.୪, ଭଦ୍ରକରେ ୩୩, ଟିଟିଲାଗଡରେ ୩୩, କଟକରେ ୩୩ ଓ ଯାଜପୁରରେ ୩୩ ଡିଗ୍ରୀ ରେକର୍ଡ ହୋଇଥିଲା ।


ଶନିବାର ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା-

ଭୁବନେଶ୍ୱର : ୪୪.୬°C 

ଝାରସୁଗୁଡା : ୪୩.୬°C

ରାଉରକେଲା : ୪୨.୫°C

ଚାନ୍ଦବାଲି : ୪୨.୪°C 

ସମ୍ବଲପୁର : ୪୨.୧°C 

ହୀରାକୁଦ : ୪୧.୮°C

ବାଲେଶ୍ୱର : ୪୧.୭°C 

କେନ୍ଦୁଝର : ୪୧.୫°C 

ଗୋପାଳପୁର : ୩୫.୪°C 

ପୁରୀ : ୩୪.୭°C

ପାରାଦୀପ : ୩୩.୬°C


You Can Read :

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ସାଢେ ୧୧ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା ଓ ଭୁବନେଶ୍ୱର