ଜେଲ୍ରେ ଥାଇ ନିର୍ବାଚନ ଲଢ଼ିବେ ଖଲିସ୍ତାନୀ ସମର୍ଥକ ଅମୃତପାଳ ସିଂ, ନାମାଙ୍କନ ପତ୍ର ସ୍ବୀକାର କଲେ EC
ନୂଆଦିଲ୍ଲୀ,୧୫।୫: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲୋକ ସଭା ନିର୍ବାଚନ ଲଢ଼ିବେ। ତାଙ୍କର ନାମାଙ୍କନକୁ ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି। ଏବେ ସେ ଜେଲ୍ରେ ଥିବା ବେଳେ ସେଠାରୁ ହିଁ ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ନିର୍ବାଚନ ଆୟୋଗ ଖଡ୍ଡୁର ସାହିବ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଅମୃତପାଳଙ୍କ ନାମାଙ୍କନକୁ ସ୍ବୀକାର କରିଛନ୍ତି। ସେ ଏବେ ଡିବ୍ରୁଗଡ଼ ଜେଲ୍ରେ ଅଛନ୍ତି। ତେବେ ମେ ୧୦ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିଥିଲେ। […] The post ଜେଲ୍ରେ ଥାଇ ନିର୍ବାଚନ ଲଢ଼ିବେ ଖଲିସ୍ତାନୀ ସମର୍ଥକ ଅମୃତପାଳ ସିଂ, ନାମାଙ୍କନ ପତ୍ର ସ୍ବୀକାର କଲେ EC appeared first on Dharitri Odia News.
ନୂଆଦିଲ୍ଲୀ,୧୫।୫: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲୋକ ସଭା ନିର୍ବାଚନ ଲଢ଼ିବେ। ତାଙ୍କର ନାମାଙ୍କନକୁ ନିର୍ବାଚନ ଆୟୋଗ ଗ୍ରହଣ କରିଛନ୍ତି। ଏବେ ସେ ଜେଲ୍ରେ ଥିବା ବେଳେ ସେଠାରୁ ହିଁ ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛନ୍ତି।
ନିର୍ବାଚନ ଆୟୋଗ ଖଡ୍ଡୁର ସାହିବ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଅମୃତପାଳଙ୍କ ନାମାଙ୍କନକୁ ସ୍ବୀକାର କରିଛନ୍ତି। ସେ ଏବେ ଡିବ୍ରୁଗଡ଼ ଜେଲ୍ରେ ଅଛନ୍ତି। ତେବେ ମେ ୧୦ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିଥିଲେ।
ଖଲିସ୍ତାନୀ ନେତା ଅମୃତପାଳଙ୍କ ଉପରେ ଏନ୍ଏସ୍ଏ ସମେତ ଅନେକ ଗୁରୁତର ମାମଲା ରହିଛି। ତାଙ୍କୁ ପଞ୍ଜାବ ପୋଲିସ ଗିରଫ କରିବା ପରେ ସୁରକ୍ଷା ଦୃଷ୍ଟିରୁ ଆସାମ ସ୍ଥାନାନ୍ତର କରିଥିଲା। ଗତ ବର୍ଷ ଏପ୍ରିଲ ୨୩ରେ ମୋଗାରୁ ତାଙ୍କୁ ଗିରଫ କରାଯାଇଥିଲା।
The post ଜେଲ୍ରେ ଥାଇ ନିର୍ବାଚନ ଲଢ଼ିବେ ଖଲିସ୍ତାନୀ ସମର୍ଥକ ଅମୃତପାଳ ସିଂ, ନାମାଙ୍କନ ପତ୍ର ସ୍ବୀକାର କଲେ EC appeared first on Dharitri Odia News.