ଜେଲ୍ରେ ରହିବି ପଛେ ସ୍ତ୍ରୀଙ୍କ ପାଖକୁ ଯିବିନି, ନିଖୋଜ ସ୍ବାମୀଙ୍କ ଅଜବ କଥା ଶୁଣି ପୋଲିସ ତାଜୁବ
ବେଙ୍ଗାଲୁରୁ,୧୭।୮: ଅଗଷ୍ଟ ୪ରେ ନିଖୋଜ ହୋଇ ଯାଇଥିଲେ। ଅଗଷ୍ଟ ୧୫ରେ ମିଳିଲା ପତ୍ତା। ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜି ପାଇଲା। ହେଲେ ଅପହରଣ ପରେ ବ୍ୟକ୍ତିଙ୍କ ଠାରୁ କିଛି ଏପରି ଶୁଣିବାକୁ ମିଳିଲା ଯାହାକୁ ଶୁଣି ଖୋଦ୍ ପୋଲିସ ତାଜୁବ ହୋଇ ଯାଇଛି। ସୂଚନାଥାଉ କି, ଅଗଷ୍ଟ ୪ରେ ଏଟିଏମରୁ ଟଙ୍କା ଆଣିବାକୁ ଯାଉଥିବା କହି ଯୁବକ ଘରୁ ବାହାରିଥିଲେ। ହେଲେ ସେ ନ ଫେରିବାରୁ ତାଙ୍କ ସ୍ତ୍ରୀ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ […] The post ଜେଲ୍ରେ ରହିବି ପଛେ ସ୍ତ୍ରୀଙ୍କ ପାଖକୁ ଯିବିନି, ନିଖୋଜ ସ୍ବାମୀଙ୍କ ଅଜବ କଥା ଶୁଣି ପୋଲିସ ତାଜୁବ appeared first on Dharitri Odia News.
ବେଙ୍ଗାଲୁରୁ,୧୭।୮: ଅଗଷ୍ଟ ୪ରେ ନିଖୋଜ ହୋଇ ଯାଇଥିଲେ। ଅଗଷ୍ଟ ୧୫ରେ ମିଳିଲା ପତ୍ତା। ଅପହରଣ ହୋଇଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜି ପାଇଲା। ହେଲେ ଅପହରଣ ପରେ ବ୍ୟକ୍ତିଙ୍କ ଠାରୁ କିଛି ଏପରି ଶୁଣିବାକୁ ମିଳିଲା ଯାହାକୁ ଶୁଣି ଖୋଦ୍ ପୋଲିସ ତାଜୁବ ହୋଇ ଯାଇଛି।
ସୂଚନାଥାଉ କି, ଅଗଷ୍ଟ ୪ରେ ଏଟିଏମରୁ ଟଙ୍କା ଆଣିବାକୁ ଯାଉଥିବା କହି ଯୁବକ ଘରୁ ବାହାରିଥିଲେ। ହେଲେ ସେ ନ ଫେରିବାରୁ ତାଙ୍କ ସ୍ତ୍ରୀ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିମାନବନ୍ଦର ସବୁ ଖୋଜିଥିଲେ ବି ତାଙ୍କ ପତ୍ତା ମିଳିନଥିଲା। ଫୋନ ବି ବନ୍ଦ ଥିବାରୁ ତାଙ୍କ ଠିକଣା ମିଳିପାରିନଥିଲା। ତେବେ ଏ ଭିତରେ ଇଞ୍ଜିନିୟର ନୂଆ ସିମ କିଣି ପୁରୁଣା ଫୋନରେ ପକାଇବାରୁ ସେ ନୋଏଡାରେ ଥିବା ଜାଣିବାକୁ ପାଇଥିଲା ବେଙ୍ଗାଲୁରୁ ପୋଲିସ। ହେଳେ ଧରାପଡିବା ପରେ ସେ ଘରକୁ ଯିବେ ନାହିଁ ବୋଲି କହିଥିଲେ। ଅଧିକ ପଚାରିବାରୁ ଜଣାପଡିଲା ଯେ ସ୍ତ୍ରୀଙ୍କ ଅତ୍ୟାଚାର ପାଇଁ ଇଞ୍ଜିନିୟର ଘରକୁ ନ ଆସି ଜେଲ ଯିବାକୁ ଚାହୁଛି ବୋଲି କହିଥିଲେ। ହେଲେ ବେଙ୍ଗାଲୁରୁ ଗଲେ ହିଁ ନିଖୋଜ ନେଇ ହୋଇଥିବା ଏତଲା ବନ୍ଦ ହୋଇପାରିବ ବୋଲି ପୋଲିସ କହିବାରୁ ବେଙ୍ଗାଲୁରୁ ଯିବାକୁ ରାଜି ହୋଇଥିଲେ ଇଞ୍ଜିନିୟର ।
ଇଞ୍ଜିନିୟରଙ୍କ କହିବା ମୁତାବକ, ମୁଁ ତାଙ୍କ ଦ୍ବିତୀୟ ସ୍ବାମୀ। କିଛି ବର୍ଷ ତଳେ ସେ ୧୨ବର୍ଷୀୟ ପିଲାର ମା’ ଥିବା ବେଳେ ମୁଁ ତାଙ୍କୁ ବିବାହ କରିଥିଲି। ଛାଡପତ୍ର ପରେ ସେ ମୋତେ ବିବାହ କରିଥିଲେ। ହେଲେ ବିବାହ ପରେ ସେ ମୋତେ ପ୍ରତି କଥାରେ ରାଗିବା ଆରମ୍ଭ କଲେ। ତାଙ୍କୁ ବିବାହ କରି ମୁଁ ମୋର ସ୍ବାଧୀନତା ହରାଇ ବସିଥିଲି। ତେଣୁ ଏଭଳି ଲୁଚି ପଳାଇଯାଇଥିଲି।
The post ଜେଲ୍ରେ ରହିବି ପଛେ ସ୍ତ୍ରୀଙ୍କ ପାଖକୁ ଯିବିନି, ନିଖୋଜ ସ୍ବାମୀଙ୍କ ଅଜବ କଥା ଶୁଣି ପୋଲିସ ତାଜୁବ appeared first on Dharitri Odia News.