ଜେସିବି ଜାଳିଦେଲେ ଦୁର୍ବୃତ୍ତ
ଗୋପାଳପୁର,୨୮ା୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏହି ଅଞ୍ଚଳରେ ବିଭିନ୍ନ ଅପରାଧମୂଳକ କାଣ୍ଡ ଘଟାଉଥିବା ବେଳେ ମଙ୍ଗଳବାର ରାତିରେ ଏକ ଜେସିବିକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଏ ନେଇ ଜେସିବି ମାଲିକ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି l ସୂଚନାନୁସାରେ, କେ. ନୂଆଗାଁ ଥାନା ଅଧିନସ୍ଥ ତେନ୍ତିଆପଡ଼ା ଗ୍ରାମ ଦଣ୍ଡସୀ ପାଣିଗ୍ରାହୀ ତାଙ୍କ ଜେସିବିକୁ ସୋମବାର କନିସି ତହସିଲ ଅଧିନସ୍ଥ ଦୁବପୁଲ୍ଲୀ ମୌଜା ଅଞ୍ଚଳ […] The post ଜେସିବି ଜାଳିଦେଲେ ଦୁର୍ବୃତ୍ତ appeared first on Dharitri Odia News.
ଗୋପାଳପୁର,୨୮ା୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏହି ଅଞ୍ଚଳରେ ବିଭିନ୍ନ ଅପରାଧମୂଳକ କାଣ୍ଡ ଘଟାଉଥିବା ବେଳେ ମଙ୍ଗଳବାର ରାତିରେ ଏକ ଜେସିବିକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଛନ୍ତି। ଏ ନେଇ ଜେସିବି ମାଲିକ ଗୋଳନ୍ଥରା ଥାନାରେ ଅଭିଯୋଗ କରିଛନ୍ତି l
ସୂଚନାନୁସାରେ, କେ. ନୂଆଗାଁ ଥାନା ଅଧିନସ୍ଥ ତେନ୍ତିଆପଡ଼ା ଗ୍ରାମ ଦଣ୍ଡସୀ ପାଣିଗ୍ରାହୀ ତାଙ୍କ ଜେସିବିକୁ ସୋମବାର କନିସି ତହସିଲ ଅଧିନସ୍ଥ ଦୁବପୁଲ୍ଲୀ ମୌଜା ଅଞ୍ଚଳ ଏକ ଜାଗା ସମତଳ କରି ଫେରିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଗାଡ଼ି ରଖିଥିଲେ। କିଛି ଦୁର୍ବୃତ୍ତ ମଙ୍ଗଳବାର ରାତିରେ ଏଥିରେ ନିଆଁ ଲଗାଇ ଦେଇଥିଲେ। ମେକାନିକ୍ଙ୍କୁ ଧରି ଜେସିବି ପାଖକୁ ଆସିବା ବେଳକୁ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିବା ମାଲିକ ଦେଖିବାକୁ ପାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଏ ନେଇ ଥାନାରେ କେସ୍ ନଂ ୩୪୫/୨୪ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।
The post ଜେସିବି ଜାଳିଦେଲେ ଦୁର୍ବୃତ୍ତ appeared first on Dharitri Odia News.