ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ, ମୋଦି ଛୁଇଁଥିଲେ ତାଙ୍କ ପାଦ…

ଚନ୍ଦ୍ରଗିରି,୧୮।୨ : ପ୍ରଖ୍ୟାତ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ରବିବାର ସକାଳେ ଛତିଶଗଡର ଚନ୍ଦ୍ରଗିରି ତୀର୍ଥରେ ଦେହାନ୍ତ ହୋଇଛି। ସେ ୭୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଏକ୍ସରେ ଏକ ପୋଷ୍ଟରେ ଶୋକ ପ୍ରକାଶ କରିଛନ୍ତି। ସମାଜରେ ତାଙ୍କର ଅବଦାନ ପାଇଁ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଲାଗି ସେ ସବୁବେଳେ ମନେ ରହିବେ। ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […] The post ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ, ମୋଦି ଛୁଇଁଥିଲେ ତାଙ୍କ ପାଦ… appeared first on Dharitri Odia News.

ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ, ମୋଦି ଛୁଇଁଥିଲେ ତାଙ୍କ ପାଦ…

ଚନ୍ଦ୍ରଗିରି,୧୮।୨ : ପ୍ରଖ୍ୟାତ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ରବିବାର ସକାଳେ ଛତିଶଗଡର ଚନ୍ଦ୍ରଗିରି ତୀର୍ଥରେ ଦେହାନ୍ତ ହୋଇଛି। ସେ ୭୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଏକ୍ସରେ ଏକ ପୋଷ୍ଟରେ ଶୋକ ପ୍ରକାଶ କରିଛନ୍ତି। ସମାଜରେ ତାଙ୍କର ଅବଦାନ ପାଇଁ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଲାଗି ସେ ସବୁବେଳେ ମନେ ରହିବେ।

ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡର ରାଜାନନ୍ଦଗାଓଁରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥସ୍ଥାନ ଡୋଙ୍ଗରଗଡ ପରିଦର୍ଶନ କରିଥିଲେ। ସେଠାରେ ସେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ମୋଦି ତାଙ୍କ ପାଦ ଛୁଇଁଥିଲେ ଏବଂ ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ସେହି ସମୟର କିଛି ଫଟୋ ମଧ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ମୋଦି ତାଙ୍କ ପୋଷ୍ଟରେ ଲେଖିଛନ୍ତି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଆଧ୍ୟାତ୍ମିକତା, ଦାରିଦ୍ର୍ୟ, ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ କାର୍ଯ୍ୟ କରିଛନ୍ତି।

ବିଦ୍ୟାସାଗର ମହାରାଜ ୧୦ ଅକ୍ଟୋବର ୧୯୪୬ ରେ କର୍ନାଟକର ବେଲଗାମ ଜିଲାର କନ୍ନଡ ଭାଷାଭାଷୀ ଜୈନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଯେଉଁ ଘରେ ଜନ୍ମ ହୋଇଥିଲେ ତାହା ବର୍ତ୍ତମାନ ଏକ ମନ୍ଦିର ଏବଂ ସଂଗ୍ରହାଳୟରେ ପରିଣତ ହୋଇଛି। ତାଙ୍କର ପିଲାଦିନର ନାମ ବିଦ୍ୟାସାଗର ଥିଲା। ୧୯୬୮ ମସିହାରେ, ୨୨ ବର୍ଷ ବୟସରେ, ସେ ଦିଗମ୍ବର ସାଧୁ ଭାବରେ ଜୀବନ ଆରମ୍ଭ କରିଥିଲେ। ତାଙ୍କର ସାନ ଭାଇ ଯୋଗସାଗର ମହାରାଜ ଏବଂ ସମସାଗର ମହାରାଜ ବ୍ରହ୍ମଚର୍ଯ୍ୟ ବ୍ରତ ନେଇଥିଲେ ଏବଂ ପରେ ଭିକ୍ଷୁ ହୋଇଥିଲେ।

ସେ ୧୯୭୨ ମସିହାରେ ଆଚାର୍ଯ୍ୟ ଆଖ୍ୟା ପାଇଥିଲେ। ଆଚାର୍ଯ୍ୟ ଲୁଣ, ଚିନି, କ୍ଷୀର, ଘିଅ, ତେଲ ଏବଂ ଖାଦ୍ୟ ସାମଗ୍ରୀ ଖାଉ ନ ଥିଲେ। ଜୈନ ଧର୍ମରେ ପାରମ୍ପାରିକ ଭାବରେ ଆଳୁ ଏବଂ ପିଆଜ ଆଦି ଖାଇବା ନିଷେଧ। ସେ ଦିନରେ ଥରେ ଭୋଜନ କରୁଥିଲେ। ତକିଆ ବିନା ଭୂମିରେ କିମ୍ବା କାଠ ପଟା ଉପରେ ଶୋଉଥିଲେ। ସୂଚନାଯୋଗ୍ୟ ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଇନ୍ଦୋର ଗସ୍ତ ସମୟରେ ଗୋମାତଗିରିରେ ତାଙ୍କୁ ଭେଟିଥିଲେ।

୨୮ ଜୁଲାଇ ୨୦୧୬ ରେ ମଧ୍ୟପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ ପାଇବା ପରେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ରାଜ୍ୟସଭାରେ ପ୍ରବଚନ ଦେଇଥିଲେ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ ମଧ୍ୟ ତାଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ରାଜକୀୟ ଅତିଥି ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏ ସମ୍ପର୍କରେ ଉତ୍ତରପ୍ରଦେଶ ସରକାର ମଧ୍ୟ ଏକ ପ୍ରୋଟୋକଲ ଜାରି କରିଥିଲେ।

The post ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଦେହାନ୍ତ, ମୋଦି ଛୁଇଁଥିଲେ ତାଙ୍କ ପାଦ… appeared first on Dharitri Odia News.