ଭାଜପାରେ ସାମିଲ ହେଲେ ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା,୧୪।୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ବିଜେଡି ଛାଡି ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ସେ ନିଜ ସମର୍ଥକଙ୍କ ସହ ଭାଜପାରେ ସାମିଲ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ନାଏକ ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ଗତ ୨୦୧୪ ରୁ ୨୦୧୯ ଯାଏ ବିଜେଡିର […] The post ଭାଜପାରେ ସାମିଲ ହେଲେ ପୂର୍ବତନ ବିଜେଡି ବିଧାୟକ appeared first on Dharitri Odia News.

ଭାଜପାରେ ସାମିଲ ହେଲେ ପୂର୍ବତନ ବିଜେଡି ବିଧାୟକ

ଭବାନୀପାଟଣା,୧୪।୩ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୂର୍ବତନ ବିଧାୟକ ଅନାମ ନାଏକ ବିଜେଡି ଛାଡି ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ସେ ନିଜ ସମର୍ଥକଙ୍କ ସହ ଭାଜପାରେ ସାମିଲ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ନାଏକ ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ଗତ ୨୦୧୪ ରୁ ୨୦୧୯ ଯାଏ ବିଜେଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ଦଳ ତାଙ୍କୁ ଟିକେଟ ନ ଦେଇ ତାଙ୍କ ସ୍ଥାନରେ କଂଗ୍ରେସରୁ ଆସିଥିବା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କୁ ଟିକେଟ ଦେଇଥିଲା। ହେଲେ ବିଜେଡିରୁ ଛିଡା ହୋଇଥିବା ଦୁଷ୍ମନ୍ତ ଭାଜପା ପାର୍ଥି ପ୍ରଦୀପ୍ତ ନାଏକଙ୍କଠାରୁ ପରାଜୟ ହୋଇଥିଲେ।

The post ଭାଜପାରେ ସାମିଲ ହେଲେ ପୂର୍ବତନ ବିଜେଡି ବିଧାୟକ appeared first on Dharitri Odia News.