ଜୈବିକ ଚାଷ ପାଇଁ ମହିଳାଙ୍କୁ କରାଯାଉଛି ପ୍ରୋତ୍ସାହିତ

ଦାରିଙ୍ଗବାଡି, ୨୯।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଜାଗୃତି ଅନୁଷ୍ଠାନ ପରିସର ମଧ୍ୟରେ ଗୁରୁବାର ପାରମ୍ପରିକ ଚାଷରେ ମହିଳାଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମହିଳା ଚାଷୀଙ୍କୁ ସ୍ବାବଲମ୍ବୀ କରାଯିବା ସହ ସେମାନଙ୍କୁ ସ୍ବୀକୃତି ଦେବା ପାଇଁ ପାରମ୍ପରିକ ଓ ଜୈବିକ ଚାଷକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଅଞ୍ଚଳରେ ଜୈବ ଓ ପାରମ୍ପରିକ କୃଷି ମହିଳା ଉତ୍ପାଦକ ୧୬ ଟି ଦଳର ଶତାଧିକ ଚାଷୀ ଯୋଗଦେଇ ବିଭିନ୍ନ ପ୍ରକାର ଶସ୍ୟ, ଖୁଦ୍ରଦାନା ଶସ୍ୟ, ଡାଲିଜାତୀୟ ବିହନ ସମେତ […] The post ଜୈବିକ ଚାଷ ପାଇଁ ମହିଳାଙ୍କୁ କରାଯାଉଛି ପ୍ରୋତ୍ସାହିତ appeared first on Dharitri Odia News.

ଜୈବିକ ଚାଷ ପାଇଁ ମହିଳାଙ୍କୁ କରାଯାଉଛି ପ୍ରୋତ୍ସାହିତ

ଦାରିଙ୍ଗବାଡି, ୨୯।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଜାଗୃତି ଅନୁଷ୍ଠାନ ପରିସର ମଧ୍ୟରେ ଗୁରୁବାର ପାରମ୍ପରିକ ଚାଷରେ ମହିଳାଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମହିଳା ଚାଷୀଙ୍କୁ ସ୍ବାବଲମ୍ବୀ କରାଯିବା ସହ ସେମାନଙ୍କୁ ସ୍ବୀକୃତି ଦେବା ପାଇଁ ପାରମ୍ପରିକ ଓ ଜୈବିକ ଚାଷକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଅଞ୍ଚଳରେ ଜୈବ ଓ ପାରମ୍ପରିକ କୃଷି ମହିଳା ଉତ୍ପାଦକ ୧୬ ଟି ଦଳର ଶତାଧିକ ଚାଷୀ ଯୋଗଦେଇ ବିଭିନ୍ନ ପ୍ରକାର ଶସ୍ୟ, ଖୁଦ୍ରଦାନା ଶସ୍ୟ, ଡାଲିଜାତୀୟ ବିହନ ସମେତ ବିଭିନ୍ନ ଫଳମୂଳର ବିହନ ଜଙ୍ଗଲରୁ ସଂଗୃହିତ ପାରମ୍ପରିକ ଖାଦ୍ୟ ଓ ତାର ବିହନ ପ୍ରଦର୍ଶନ କରିଥିଲେ। ଏଥିରେ ୧ ଶହ ୨୦ଟି ବିଭିନ୍ନ ପ୍ରକାର ବିହନ ପ୍ରଦର୍ଶନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମହିଳାମାନେ କିଭଳି ଜଣେ ଜଣେ ପାରମ୍ପରିକ ଓ ଜୈବିକ ଚାଷୀ ଭାବେ ପରିଚୟ ସୃଷ୍ଟି କରିବେ ସେନେଇ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଜାଗୃତି ଓ ଏନଏଡବ୍ଲ୍ୟୁ ପକ୍ଷରୁ ମିଳିତ ଆୟୋଜନ କରାଯାଇଥିଲା। ଏଥିରେ ଜାଗୃତିର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ପ୍ରଦର୍ଶନୀରେ ଭଲ ପ୍ରଦର୍ଶନ କରିଥିବା ଦଳକୁ କୋଦାଳ, ସାବଳ ପୁରସ୍କାର ଭାବେ ପ୍ରଦାନ କରାଯାଇଥିବାବେଳେ ଅଂଶ ଗ୍ରହଣ କରିଥିବା ସମସ୍ତ ଦଳକୁ ପ୍ରୋତ୍ସାହନ ପାଇଁ ପୁରସ୍କାର ଦିଆଯାଇଥିଲା।

The post ଜୈବିକ ଚାଷ ପାଇଁ ମହିଳାଙ୍କୁ କରାଯାଉଛି ପ୍ରୋତ୍ସାହିତ appeared first on Dharitri Odia News.