ଜୈବିକ ଚାଷର ପ୍ରଣାଳୀ ଶିଖିଲେ ଛାତ୍ରୀ

ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିଖିଲେ ଜୈବିକ ଚାଷର ପ୍ରଣାଳୀ ଓ ପଦ୍ଧତି। ସେମାନଙ୍କ ଦୈନିକ ପାଠପଢା ମଧ୍ୟରେ କୃଷି ଭିତ୍ତିକ ଶିକ୍ଷା ସ୍ବତନ୍ତ୍ର ଭାବେ ରହିଛି। ଏଥିରେ କିଭଳି ଜଣେ ଚାଷୀ ଜୈବିକ ପଦ୍ଧତିରେ ଚାଷ କରି ଭଲ ଅମଳ କରିପାରିବ ଓ ରାସାୟନିକ ପ୍ରୟୋଗ ଦ୍ୱାରା ହେଉଥିବା କ୍ଷତିରୁ ନିଜ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବା ସହ ଚାଷ ଜମିର ସୁରକ୍ଷା ପ୍ରଦାନରେ […] The post ଜୈବିକ ଚାଷର ପ୍ରଣାଳୀ ଶିଖିଲେ ଛାତ୍ରୀ appeared first on Dharitri Odia News.

ଜୈବିକ ଚାଷର ପ୍ରଣାଳୀ ଶିଖିଲେ ଛାତ୍ରୀ

ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିଖିଲେ ଜୈବିକ ଚାଷର ପ୍ରଣାଳୀ ଓ ପଦ୍ଧତି। ସେମାନଙ୍କ ଦୈନିକ ପାଠପଢା ମଧ୍ୟରେ କୃଷି ଭିତ୍ତିକ ଶିକ୍ଷା ସ୍ବତନ୍ତ୍ର ଭାବେ ରହିଛି। ଏଥିରେ କିଭଳି ଜଣେ ଚାଷୀ ଜୈବିକ ପଦ୍ଧତିରେ ଚାଷ କରି ଭଲ ଅମଳ କରିପାରିବ ଓ ରାସାୟନିକ ପ୍ରୟୋଗ ଦ୍ୱାରା ହେଉଥିବା କ୍ଷତିରୁ ନିଜ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବା ସହ ଚାଷ ଜମିର ସୁରକ୍ଷା ପ୍ରଦାନରେ ସହଯୋଗ ହୋଇପାରିବ ସେନେଇ ସେମାନଙ୍କୁ ଦାରିଙ୍ଗବାଡିଠାରେ ଥିବା ଉଦ୍ୟାନ ବିଭାଗକୁ ବୁଲାଇବାକୁ ବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଛାତ୍ରୀମାନେ ଉଦ୍ୟାନ ବିଭାଗରେ ପହଞ୍ଚିବା ପରେ ସେଠାରେ ଗାଇଡ଼ ଶିକ୍ଷକ ଗ୍ରାସିୟସ ଦାସ ଏବଂ ଛାତ୍ରୀ ନିବାସର ଅଧିକ୍ଷିକା ସୁଫଳା ନାୟକଙ୍କ ସହଯୋଗରେ ଉଦ୍ୟାନ ବିଭାଗରେ ପହଞ୍ଚିଥିଲେ।

ସେଠାରେ ଛାତ୍ରୀମାନେ ବିହନ ସଂଗ୍ରହ, କଲମୀ କରଣ, ଚାରା ଉତ୍ପାଦନ,ନେଟ ଗୃହ ମଧ୍ୟରେ କିଭଳି ଚାଷ କରାଯିବ ଓ ତାର ଫାଇଦା ଆଦି ଶିକ୍ଷା ଅର୍ଜନ କରିଥିଲେ। ଏହାକୁ ବିଭାଗର ଓଭରସିଅର ସୁନୀଲ ବେହେରା ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଥିବା ବେଳେ ଉଦ୍ୟାନ ବିଭାଗ ପକ୍ଷରୁ ତପସ୍ବିନୀ ପ୍ରଧାନ ଏବଂ କୃଷି ବିଭାଗ ପକ୍ଷରୁ ସୁରଜ କୁମାର ସାହୁ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ।

The post ଜୈବିକ ଚାଷର ପ୍ରଣାଳୀ ଶିଖିଲେ ଛାତ୍ରୀ appeared first on Dharitri Odia News.