ଜୋର ଧରିଲା ଅମିନ ଆରଆଇ ପରୀକ୍ଷା ବାତିଲ ଦାବି

ଭୁବନେଶ୍ୱର : ଆଡମିଟ କାର୍ଡକୁ ଚିରି ଡଙ୍ଗାକରି ଭସାଇ ଦେଲେ ପରୀକ୍ଷାର୍ଥୀ । କଟକରେ ଆଶାୟୀଙ୍କ ଜୋରଦାର ପ୍ରତିବାଦ। ପରୀକ୍ଷା ବାତିଲ୍ ସହ ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ। ଗୁରୁବାର ପରୀକ୍ଷାର୍ଥୀ ମାନେ ଆଡମିଟ୍‌ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହାପୂର୍ବରୁ ବୁଧବାର ସେମାନେ ଆଡମିଟ୍ କାର୍ଡକୁ ନିଆଁ ଲଗାଇ ଚଳାଇଥିଲେ । ଆଶାୟୀମାନେ ଶୀଘ୍ର ପରୀକ୍ଷା କରାଇବା ପାଇଁ ଦାବି କରିଛନ୍ତି। ଆଶାୟୀମାନେ ଅଭିଯୋଗ […]

ଜୋର ଧରିଲା ଅମିନ ଆରଆଇ ପରୀକ୍ଷା ବାତିଲ ଦାବି
ଜୋର ଧରିଲା ଅମିନ ଆରଆଇ ପରୀକ୍ଷା ବାତିଲ ଦାବି

ଭୁବନେଶ୍ୱର : ଆଡମିଟ କାର୍ଡକୁ ଚିରି ଡଙ୍ଗାକରି ଭସାଇ ଦେଲେ ପରୀକ୍ଷାର୍ଥୀ । କଟକରେ ଆଶାୟୀଙ୍କ ଜୋରଦାର ପ୍ରତିବାଦ। ପରୀକ୍ଷା ବାତିଲ୍ ସହ ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ। ଗୁରୁବାର ପରୀକ୍ଷାର୍ଥୀ ମାନେ ଆଡମିଟ୍‌ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହାପୂର୍ବରୁ ବୁଧବାର ସେମାନେ ଆଡମିଟ୍ କାର୍ଡକୁ ନିଆଁ ଲଗାଇ ଚଳାଇଥିଲେ । ଆଶାୟୀମାନେ ଶୀଘ୍ର ପରୀକ୍ଷା କରାଇବା ପାଇଁ ଦାବି କରିଛନ୍ତି।

ଆଶାୟୀମାନେ ଅଭିଯୋଗ କରିଛନ୍ତି ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିଶନ (ଓଏସଏସସି) ଦ୍ୱାରା କରାଯାଇଥିବା ଅମିନ ଏବଂ ଆରଆଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ହୋଇଛି। ପରୀକ୍ଷା କେନ୍ଦ୍ରରେ ବିଭିନ୍ନ ପ୍ରକାର ତ୍ରୁଟିକୁ ନେଇ କଲେକ୍ଟରଙ୍କ ମାଧ୍ୟମରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।