ଏପ୍ରିଲ ୨୨ ରେ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖୁବ ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା I ସର୍ଭେ ପରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତିି । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ତେବେ ତୃତୀୟ କିସ୍ତି ପରେ ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇଥିବେ ତାଙ୍କ ପାଇଁ ପୁଣି ସୁଭଦ୍ରା ଖୋଲିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ରବିବାର […]

ଏପ୍ରିଲ ୨୨ ରେ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା
ଏପ୍ରିଲ ୨୨ ରେ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖୁବ ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା I ସର୍ଭେ ପରେ ମିଳିବ ସୁଭଦ୍ରାର ତୃତୀୟ କିସ୍ତିି । ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ। ତେବେ ତୃତୀୟ କିସ୍ତି ପରେ ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇଥିବେ ତାଙ୍କ ପାଇଁ ପୁଣି ସୁଭଦ୍ରା ଖୋଲିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ଲୋକ ନୂଆ ଆବେଦନ କରିଛନ୍ତି । ୨୨ ଏବଂ ୨୩ ତାରିଖରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁ ଯୋଗ୍ୟ , ସେମାନେ ସୁଭଦ୍ରା ଟଙ୍କା ପାଇବେ। ଆହୁରି ମଧ୍ୟ ସେ କହିଛନ୍ତି ଏବେ ନୂଆ କରି ସୁଭଦ୍ରା ଆବେଦନ କରିହେବନି।

୧ କୋଟି ହିତାଧିକାରୀଙ୍କ ମଧ୍ୟରୁ ୧ ଲକ୍ଷ ମହିଳା ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି। ସେହି ୧ ଲକ୍ଷ ଓ ନୂତନ ୧ ଲକ୍ଷ ୭୦ ହଜାରରୁ ବାଦ ପଡିଲେ ସର୍ଭେ ହେବ। ଏପ୍ରିଲ ୧୪ ତାରିଖ ପରେ ଘରକୁ ଘର ବୁଲି ସର୍ଭେ ହେବ। କାହିଁକି ପ୍ରଥମ ପରେ ଦ୍ଵିତୀୟ କିସ୍ତରୁ ବାଦ ପଡିଲେ , ସାମୁହିକ କାର୍ଯ୍ୟ ହେବ। ତୃତୀୟ କିସ୍ତି ପରେ ୨୧ ବର୍ଷର ହୋଇଥିଲେ, ପୁଣି ସୁଭଦ୍ରା ଓପନ ହେବ।