ଫେବୃଆରୀ ୨୧ରୁ ମାଟ୍ରିକ୍‌ ପରୀକ୍ଷା:ଏଥର ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା

କଟକ:ଫେବୃଆରୀ ୨୧ ତାରିଖରୁ ଆରମ୍ଭ ମାଟ୍ରିକ ପରୀକ୍ଷା। ଏହାପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ।ବିଗତ କିଛି ବର୍ଷ ହେଲା ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ହେଉଥିବା ନେଇ ଖବର ଆସୁଛି। ଏହା ଦ୍ବାରା ଭଲ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିରାଶ ହେବାକୁ ପଡୁଛି। ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡ ବଡ଼ ପଦକ୍ଷେପ ନେଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ […]

ଫେବୃଆରୀ ୨୧ରୁ ମାଟ୍ରିକ୍‌ ପରୀକ୍ଷା:ଏଥର ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା

କଟକ:ଫେବୃଆରୀ ୨୧ ତାରିଖରୁ ଆରମ୍ଭ ମାଟ୍ରିକ ପରୀକ୍ଷା। ଏହାପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ।ବିଗତ କିଛି ବର୍ଷ ହେଲା ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ହେଉଥିବା ନେଇ ଖବର ଆସୁଛି। ଏହା ଦ୍ବାରା ଭଲ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିରାଶ ହେବାକୁ ପଡୁଛି। ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡ ବଡ଼ ପଦକ୍ଷେପ ନେଇଛି।
ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ। ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ଏଥିରେ ୱାଟର ମାର୍କ ଲାଗିବ। ବାର୍ କୋର୍ଡ ସହ ସିକ୍ୟୁରିଟି କୋର୍ଡ ମଧ୍ୟ ରହିବ। ଚଳିତବର୍ଷଠୁ ପ୍ରଶ୍ନପତ୍ରରେ ରହିବ ଓ୍ବାଟର ମାର୍କ। ଫଳରେ ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ, କେଉଁଠୁ ହୋଇଛି ତାହା ଜଣାପଡ଼ିବ। ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।