୪୦୦ ବିଲିଅନ ଡଲାର ଟପିଲା ଏଲନ ମସ୍କଙ୍କ ସମ୍ପତ୍ତି

ନ୍ୟୁୟର୍କ:୪୦୦ ବିଲିଅନ ଡଲାର ଟପିଲା ଏଲନ ମସ୍କଙ୍କ ସମ୍ପତ୍ତି। ସ୍ପେସଏକ୍ସ ଓ ଟେସଲା ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି ୪୦୦ ଡଲାର ଛୁଇଁଛି। ବିଶ୍ୱର ପ୍ରଥମ ବ୍ୟକ୍ତି ଯିଏ ୪୦୦ ବିଲିଅନ ଡଲାର ସମ୍ପତ୍ତିର ଅଧିକାରୀ ହୋଇପାରିଛନ୍ତି।ଆମେରିକା ନିର୍ବାଚନ ଦିନ ଟେସଲା ସେୟାର ୪୦% ବୃଦ୍ଧି ହୋଇଥିଲା। ଏଵେ ସମ୍ପତ୍ତି ବଢ଼ି ୪୦୦ ବିଲିଅନ ଡଲାରରେ ପହଁଚିଛି। ନବ ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ ଏଲନ ମସ୍କ ଙ୍କୁ ଏକ ନୂଆ ବିଭାଗ ଡିପାର୍ଟମେଣ୍ଟ ଫର୍‌ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସିର […]

୪୦୦ ବିଲିଅନ ଡଲାର ଟପିଲା ଏଲନ ମସ୍କଙ୍କ ସମ୍ପତ୍ତି

ନ୍ୟୁୟର୍କ:୪୦୦ ବିଲିଅନ ଡଲାର ଟପିଲା ଏଲନ ମସ୍କଙ୍କ ସମ୍ପତ୍ତି। ସ୍ପେସଏକ୍ସ ଓ ଟେସଲା ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି ୪୦୦ ଡଲାର ଛୁଇଁଛି। ବିଶ୍ୱର ପ୍ରଥମ ବ୍ୟକ୍ତି ଯିଏ ୪୦୦ ବିଲିଅନ ଡଲାର ସମ୍ପତ୍ତିର ଅଧିକାରୀ ହୋଇପାରିଛନ୍ତି।ଆମେରିକା ନିର୍ବାଚନ ଦିନ ଟେସଲା ସେୟାର ୪୦% ବୃଦ୍ଧି ହୋଇଥିଲା। ଏଵେ ସମ୍ପତ୍ତି ବଢ଼ି ୪୦୦ ବିଲିଅନ ଡଲାରରେ ପହଁଚିଛି।

ନବ ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପ ଏଲନ ମସ୍କ ଙ୍କୁ ଏକ ନୂଆ ବିଭାଗ ଡିପାର୍ଟମେଣ୍ଟ ଫର୍‌ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସିର ଦାୟିତ୍ୱ ଦେଇଛନ୍ତି। ଆଗକୁ ମସ୍କଙ୍କ ସମ୍ପତ୍ତି ଆହୁରି ବଢିବା ନେଇ ଆକଳନ କରାଯାଉଛି। ଆମେରିକା ନିର୍ବାଚନ ବେଳେ ମସ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ସେହି ସମୟରେ ତାଙ୍କର ସମ୍ପତ୍ତି ଅଭିବୃଦ୍ଧି ହାର ବଢିଥିଲା।