ବାରବାଟୀରେ ବନ୍ଦ ହୋଇଗଲା ଫ୍ଲଡ଼ଲାଇଟ: ଅଟକିଲା ମ୍ୟାଚ, ରାଗିଲେ ରୋହିତ

କଟକ:ବାରବାଟୀରେ ବଡ଼ ବିଭ୍ରାଟ। ଭାରତ- ଇଂଲଣ୍ଡ ମ୍ୟାଚ ଚାଲୁଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ଼ଲାଇଟ। ଫଳରେ ମ୍ୟାଚକୁ ସ୍ଥଗିତ ରଖାଯାଇଛି।ମ୍ୟାଚ ଅଟକିବାରୁ ବିରକ୍ତି ପ୍ରକାଶ କଲେ ରୋହିତ ଶର୍ମା । ଲାଇଟ ବନ୍ଦ ହୋଇଯିବାରୁ ପଡିଆରୁ ପାଭିଲିୟନ ଫେରିଗଲେ ଖେଳାଳି । ବାରବାଟୀରେ ଏଭଳି ବିଭ୍ରାଟ ପାଇଁ ଏବେ ଓସିଏ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମ୍ୟାଚ ବେଳେ ଏଭଳି ବିଭ୍ରାଟ ଆଗରୁ କେବେ ହୋଇନଥିଲା। ବାରବାଟୀରେ କାହିଁକି ଏମିତି ହେଲା ତାକୁ ନେଇ କ୍ରିକେଟପ୍ରେମୀ ଅସନ୍ତୋଷ […]

ବାରବାଟୀରେ ବନ୍ଦ ହୋଇଗଲା ଫ୍ଲଡ଼ଲାଇଟ: ଅଟକିଲା ମ୍ୟାଚ, ରାଗିଲେ ରୋହିତ

କଟକ:ବାରବାଟୀରେ ବଡ଼ ବିଭ୍ରାଟ। ଭାରତ- ଇଂଲଣ୍ଡ ମ୍ୟାଚ ଚାଲୁଥିବା ବେଳେ ବନ୍ଦ ହୋଇଗଲା ଫ୍ଲଡ଼ଲାଇଟ। ଫଳରେ ମ୍ୟାଚକୁ ସ୍ଥଗିତ ରଖାଯାଇଛି।ମ୍ୟାଚ ଅଟକିବାରୁ ବିରକ୍ତି ପ୍ରକାଶ କଲେ ରୋହିତ ଶର୍ମା । ଲାଇଟ ବନ୍ଦ ହୋଇଯିବାରୁ ପଡିଆରୁ ପାଭିଲିୟନ ଫେରିଗଲେ ଖେଳାଳି । ବାରବାଟୀରେ ଏଭଳି ବିଭ୍ରାଟ ପାଇଁ ଏବେ ଓସିଏ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମ୍ୟାଚ ବେଳେ ଏଭଳି ବିଭ୍ରାଟ ଆଗରୁ କେବେ ହୋଇନଥିଲା। ବାରବାଟୀରେ କାହିଁକି ଏମିତି ହେଲା ତାକୁ ନେଇ କ୍ରିକେଟପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଭଲ ଲୟରେ ବ୍ୟାଟିଂ କରୁଥିବା ରୋହିତ ଏଭଳି ସ୍ଥିତି ନେଇ ବିରକ୍ତି ପ୍ରକାଶ କରିଛନ୍ତି।